ETV Bharat / state

ନାରୀ ନିର୍ଯାତନା ବିଜେଡି ବିଧାୟକଙ୍କ ବେଉସା: ପ୍ରଭାତୀ ପରିଡା

author img

By ETV Bharat Odisha Team

Published : Oct 14, 2023, 8:30 PM IST

ପ୍ରଭାତୀ କହିଛନ୍ତି ‘‘ନାରୀ ନିର୍ଯାତନା ବିଜେଡି ବିଧାୟକଙ୍କ ବେଉସା। ବିଜେଡି ନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ଅଭିଯୋଗ ସାଙ୍ଘାତିକ। ଜଣେ ମହିଳା ନେତ୍ରୀଙ୍କୁ ଅସଭ୍ୟ ଗାଳି ଦେବା। ତାଙ୍କୁ ମାଇଣ୍ଡ ଫ୍ରେସ କରିବାକୁ ଭୁବନେଶ୍ବର ଡାକିବା । ପୁର୍ବରୁ ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କ ପତ୍ନୀ ସହ ସଂପର୍କ ରଖି ତାକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗ ରହିଛି । ଏବେ ତା ସହ ମିଶି ଗୋଟେ ଟ୍ରଷ୍ଟ ତିଆରି କଲେଣି। ଅଧିକ ପଢନ୍ତୁ

ନାରୀ ନିର୍ଯାତନା ବିଜେଡି ବିଧାୟକଙ୍କ ବେଉସା: ପ୍ରଭାତୀ ପରିଡା
ନାରୀ ନିର୍ଯାତନା ବିଜେଡି ବିଧାୟକଙ୍କ ବେଉସା: ପ୍ରଭାତୀ ପରିଡା
ନାରୀ ନିର୍ଯାତନା ବିଜେଡି ବିଧାୟକଙ୍କ ବେଉସା: ପ୍ରଭାତୀ ପରିଡା

ଭୁବନେଶ୍ବର: ନାରୀ ନିର୍ଯାତନା ବିଜେଡି ବିଧାୟକଙ୍କ ବେଉସା । ବିଜେଡି ନେତ୍ରୀ ଜ୍ୟୋତ୍ସ୍ନା ନାୟକଙ୍କ ଅଭିଯୋଗ ସାଙ୍ଘାତିକ । ଜଣେ ମହିଳା ନେତ୍ରୀଙ୍କୁ ଅସଭ୍ୟ ଗାଳି ଦେବା ତାଙ୍କୁ ’ମାଇଣ୍ଡ ଫ୍ରେସ’ କରିବାକୁ ଭୁବନେଶ୍ବର ଡାକିବା କଣ ଦର୍ଶାଉଛି ? ନବୀନଙ୍କ ମହିଳା ସମ୍ମାନ ନାରା ଖାଲି ଧୂଆଁବାଣ । ନିମାପଡା ବିଧାୟକ ସମୀର ଦାସଙ୍କ ବିରୋଧରେ ଦଳୀୟ ନେତ୍ରୀ ଆଣିଥିବା ଅଭିଯୋଗ ଉପରେ ବିଜେପି ନେତ୍ରୀ ପ୍ରଭାତୀ ପରିଡା ଏଭଳି ଅଭିଯୋଗ କରିଛନ୍ତି।

ପ୍ରଭାତୀ କହିଛନ୍ତି ‘‘ନାରୀ ନିର୍ଯାତନା ବିଜେଡି ବିଧାୟକଙ୍କ ବେଉସା । ବିଜେଡି ନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ଅଭିଯୋଗ ସାଙ୍ଘାତିକ । ଜଣେ ମହିଳା ନେତ୍ରୀଙ୍କୁ ଅସଭ୍ୟ ଗାଳି ଦେବା । ତାଙ୍କୁ ମାଇଣ୍ଡ ଫ୍ରେସ କରିବାକୁ ଭୁବନେଶ୍ବର ଡାକିବା । ପୂର୍ବରୁ ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କ ପତ୍ନୀ ସହ ସଂପର୍କ ରଖି ତାକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗ ରହିଛି । ଏବେ ତା ସହ ମିଶି ଗୋଟେ ଟ୍ରଷ୍ଟ ତିଆରି କଲେଣି । ଯଦି ଏହା ସତ୍ତ୍ବେ ବିଧାୟକଙ୍କ ଉପରେ ନବୀନ କାର୍ଯ୍ୟାନୁଷ୍ଠାନ ନେବେନି ତାହେଲେ ନବୀନଙ୍କ ମହିଳା ସମ୍ମାନ ନାରା ଖାଲି ଧୂଆଁବାଣ।’’ ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଦଳରୁ ବହିଷ୍କୃତ କରନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ମାଆଙ୍କୁ ସମ୍ମାନ ଏହାର ନଗ୍ନ ଉଦାହରଣ । ଏହି ଘଟଣା ନିମାପଡା ବାସୀ ଜାଣି ସାରିଲେଣି । ଏବେ ରାଜ୍ୟରେ ଲୋକମାନେ ଜାଣନ୍ତୁ ଯେ ବିଜେଡି ବିଧାୟକ ମାନଙ୍କ କାର୍ଯ୍ୟ ବୋଲି ପ୍ରଭାତୀ କହିଛନ୍ତି ।

ଅଧିକ ପଢନ୍ତୁ- ପାପୀକୁ ଘଣ୍ଟ ଘୋଡ଼ାଇବାକୁ ନିମାପଡ଼ାରେ ବିଜେଡିର ପାୱାର ଶୋ: ବିଜେପି

ପ୍ରଭାତୀ ଆହୁରି କହିଛନ୍ତି ବିଜେଡି ବିଧାୟକ ସମୀର ରଞ୍ଜନ ଦାଶଙ୍କ ନାଁରେ ସାଂଘାତିକ ଅଭିଯୋଗ ରହିଛି । ଗୁଣ୍ଡା ପଠାଇ ଧମକ ଚମକ ଦେବା ଅଭିଯୋଗ କରିଛନ୍ତି ଖୋଦ ତାଙ୍କରି ଦଳର ଜଣେ ମହିଳା କର୍ମୀ । ଏନେଇ ଥାନାରେ ଦୁଇ ଦୁଇଟା ଏତଲାପରେ ବି ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ କରିଛନ୍ତି ପ୍ରଭାତି ପରିଡା । ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ନେତ୍ରୀ ଜ୍ୟୋସ୍ନାରାଣୀ ନାୟକଙ୍କୁ ସେଇ ବିଜୁ ଜନତା ଦଳର ନିମାପଡା ବିଧାୟକ ତଥା ପୂର୍ବତନ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମର୍ଥକ ମାନେ ୨ ଥର ସଙ୍ଘବଦ୍ଧ ଆକ୍ରମଣ କରିବା ଏବଂ ହତ୍ୟା ଧମକ ଦେବା ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ ଯେ, ପକ୍ଷରୁ ହୋଇଥିବା ଜନ ସମ୍ପର୍କ ଯାତ୍ରାରେ ଗତ ୯ ତାରିଖରେ ସେ ଅଭିଯୋଗକାରିଣୀ କର୍ମୀ ହିସାବରେ ସାମିଲ ହୋଇଥିଲେ । ହେଲେ କିଛି ଲୋକ ତାଙ୍କୁ ବିରୋଧ କରିଥିଲେ । ଏଥି ସହ କୁସୁପୁର ବଜାରରେ ଆସି ତାଙ୍କୁ ଧମକ୍ ଦେଇଥିଲେ, ଗଣ୍ଡଗୋଳ କରିଥିଲେ ଏବଂ ନଆସିବାକୁ ଧମକ ମଧ୍ୟ ଦେଇଥିଲେ । ଏହାକୁ ନେଇ ଜ୍ୟୋତ୍ସାରାଣୀ ଥାନାରେ ଏତଲା ଦେଇଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.