ETV Bharat / state

ବିଜେଡି ଓଡ଼ିଶାବାସୀଙ୍କ କାଳ, ଏହା ସିଏଜି ପ୍ରମାଣିତ କରିଛନ୍ତି: ବିଜେପି

author img

By ETV Bharat Odisha Team

Published : Oct 7, 2023, 7:46 PM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ନେଇ ସିଏଜି ରିପୋର୍ଟ । ବିଜେଡି ଓଡ଼ିଶାବାସୀଙ୍କ କାଳ, ଏହା ସିଏଜି ପ୍ରମାଣିତ କରିଛନ୍ତି ବୋଲି କହିଲା ବିଜେପି । ଅଧିକ ପଢନ୍ତୁ

ବିଜେଡି ଓଡ଼ିଶାବାସୀଙ୍କ କାଳ
ବିଜେଡି ଓଡ଼ିଶାବାସୀଙ୍କ କାଳ

ବିଜେଡି ଓଡ଼ିଶାବାସୀଙ୍କ କାଳ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ନେଇ ସିଏଜି ରିପୋର୍ଟ ପ୍ରସଙ୍ଗରେ ବର୍ଷିଲା ବିଜେପି । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ପାଇଁ କାଳ । ବିଜେଡ଼ି ଜନ ବିରୋଧୀ । ଏହା ସିଏଜି ପ୍ରମାଣିତ କରିଛନ୍ତି । ଲୋକଙ୍କୁ ଲୁଟ କରୁଛନ୍ତି ବିଜେଡ଼ି ସରକାର । ଆଜି ସାମ୍ବାଦିକ ସମ୍ମିଳନୀରେ ଶାସକ ଦଳ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ।

ଏନେଇ ମନୋଜ କହିଛନ୍ତି, "ଛାତ୍ର ବୃତ୍ତିରେ 58 କୋଟି ଟଙ୍କା ରାଜ୍ୟ ସରକାର ଲୁଟ କରିଛନ୍ତି । ଏସସି, ଏସଟି, ଓବିସି ଏବଂ ଭିନ୍ନକ୍ଷମ ପିଲାଙ୍କ ଟଙ୍କା ଖାଇଗଲେ । ରାଜ୍ୟ ସରକାରଙ୍କ ଅର୍ଥନୈତିକ ଅପରାଧ ଶାଖା କଣ କରୁଛି ? ବିଜେପିର ଅଭିଯୋଗ ସରକାରୀ କେଳେଙ୍କାରୀ ଧରି ଅମର ପଟ୍ଟନାୟକ କରିଥିଲେ ରାଜ୍ୟସଭା ଡିଲ୍ । ସ୍ଵଚ୍ଛ ଭାରତ ଯୋଜନାରେ ଓଡ଼ିଶା ପାଇଁ ଆସିଥିବା ପାଇଖାନା ମଧ୍ୟ ଅଧା ଅଧା ପିସିରେ ହରିଲୁଟ ହୋଇଛି । ଅଧିକାଂଶ ଜାଗାରେ ଶୌଚାଳୟ ନାହିଁ । ରାଜ୍ୟ ସରକାର ସାଧାରଣ ଲୋକଙ୍କ ସହ ଖେଳୁଛନ୍ତି ।"

ଏହା ବି ପଢନ୍ତୁ- PM Awas Yojan: ନାଁ ଆସିଛି ହେଲେ ଖାତାକୁ ଆସିନି ଟଙ୍କା, ଦୁର୍ଦ୍ଦିନରେ ଦିନ କାଟୁଛି ପରିବାର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ରାଜ୍ୟ ସରକାର ଦାବି କରିଥିଲେ । କେନ୍ଦ୍ର ସରକାର ମଧ୍ୟ ସେହି ଅନୁସାରେ ଘାଟ ଦେଇଛନ୍ତି । କିନ୍ତୁ ପ୍ରକୃତ ହିତାଧିକାରୀଙ୍କୁ ନଦେଇ ଚଞ୍ଚକତା କରିଛି ବିଜେଡି ସରକାର । କେନ୍ଦ୍ରୀୟ ଟିମ ଆସିଥିଲେ ଏବଂ କୋଟି କୋଟି ଟଙ୍କା ଦୁର୍ନୀତି ଧରିଥିଲେ । ସିଏଜି ମଧ୍ୟ ସେହି କଥା ଧରିଛନ୍ତି । ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଘର ଫେରି ଯାଉଛି । 8 ଲକ୍ଷ 59 ହଜାର ଯୋଗ୍ୟ ହିତାଧିକାରୀ ଆବାସ ତାଲିକାରୁ ବାଦ ପଡିଛନ୍ତି । 5 ଲକ୍ଷ 27 ହଜାର ଘର ଫେରିଯାଇଛି । 12 ଲକ୍ଷରୁ ଅଧିକ ହିତାଧିକାରୀ ବାଦ ପଡିଛନ୍ତି । ଜାଲିଆତି କରି ଘର ଦେଖାଇ ବିଲ୍ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି ।

ଏହା ବି ପଢନ୍ତୁ- CAG Report: 93ଟି ଯୋଜନା ପାଇଁ ଆସିଥିବା 37 କୋଟି ଫେରିଗଲା, କଂଗ୍ରେସ ମାଗିଲା ସ୍ପଷ୍ଟୀକରଣ

ଏହାର ଉଦାହରଣ ଦେଇ ବିଜେପି କହିଛି ଯେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ସରପଞ୍ଚ, ସମିତି ସଭ୍ୟମାନେ ଚଞ୍ଚକତା କରି ଘର ନେଇଛନ୍ତି । ବିଜେଡ଼ିର ଆଗ ଧାଡ଼ିର ନେତା ତଥା ସମିତି ସଭ୍ୟ ବିବେକାନନ୍ଦ ଧର ନିଜକୁ ଦଳିତ ବୋଲି ଦର୍ଶାଇ ଘର ନେଇଛନ୍ତି । ଏହାର ଜବାବ ରଖିବ କି ବିଜେଡି । ଭଦ୍ରକ ଜିଲ୍ଲାର ଅଧିକାଂଶ ଦୁର୍ନୀତି ହୋଇଛି । ପ୍ରକୃତରେ ରାଜ୍ୟରେ ଜନ ବିରୋଧୀ କିଏ ବୋଲି ବିଜେପି ପ୍ରଶ୍ନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.