ଖୋର୍ଦ୍ଧା: କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ବିଏମସି ସିଲ କରିବା ପରେ ଆକ୍ସନ ମୁଡରେ ବିଜେପି ।
କୋରୋନା କଟକଣା ଉଲ୍ଲଙ୍ଘନ ଦର୍ଶାଇ ବିଜେଡି କାର୍ଯ୍ୟାଳୟ ସିଲ କରିବାକୁ ଆଜି ଜଟଣୀ ଥାନାରେ ଅଭିଯୋଗ କରିଛି ଜଟଣୀ ବିଜେପି ମହିଳା ମୋର୍ଚ୍ଚା ।
ଜଟଣୀ ବିଜେପି ପାର୍ଥି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିଶ୍ବରଞ୍ଜନ ବଡଜେନାଙ୍କ ନେତୃତ୍ବରେ ମହିଳା ମାନେ ଜଟଣି ଥାନାରେ ଅଭିଯୋଗ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ