ETV Bharat / state

PM Awas Yojana: ୪.୫ ଲକ୍ଷ ପାଇନାହାନ୍ତି ଘର, ତୁରନ୍ତ ଘର ଦେବାକୁ ବିଜେପିର ଚେତାବନୀ

author img

By

Published : May 25, 2023, 5:15 PM IST

ରାଜ୍ୟରେ ପ୍ରାୟ ସାଢେ ୪ଲକ୍ଷ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ତୁରନ୍ତ ଏମାନଙ୍କୁ ଘର ଦେବା ଲାଗି ବିଜେପି ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି । ନଚେତ ରାଜରାସ୍ତାକୁ ଓହ୍ଲାଇବାକୁ ଦେଇଛି ଚେତାବନୀ । ଅଧିକ ପଢନ୍ତୁ

Etv Bharat
Etv Bharat
୪.୫ ଲକ୍ଷ ପାଇନାହାନ୍ତି ଘର

ଭୁବନେଶ୍ବର: ଯଥାଶୀଘ୍ର ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଘର ନଦେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଲା ବିଜେପି । ଓଡ଼ିଶା ସରକାର ଗରିବ ଲୋକଙ୍କୁ ଠକି ଚାଲିଛନ୍ତି । କେନ୍ଦ୍ର ସରକାର ଯେତେ ଆବଶ୍ୟକ ଘର ଦେଇଛନ୍ତି, କିନ୍ତୁ ରାଜ୍ୟ ସରକାର ସଠିକ୍ ଭାବେ କ୍ରୀୟାନ୍ଵୟନ କରୁନାହାନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରକୁ ଚେତାବନୀ ଦେଇଛନ୍ତି ।

ଏ ନେଇ ସେ କହିଛନ୍ତି, "ଓଡିଶା ସରକାର ଗରିବ ଲୋକଙ୍କୁ ଠକି ଚାଲିଛନ୍ତି । କେନ୍ଦ୍ର ସରକାର ଯେତେ ଆବଶ୍ୟକ ଘର ଦେଇଛନ୍ତି, କିନ୍ତୁ ରାଜ୍ୟ ସରକାର ସଠିକ ଭାବେ କ୍ରୀୟାନ୍ଵୟନ କରୁନାହାନ୍ତି । ଗରିବ ଲୋକଙ୍କୁ ଠକି ଚାଲିଛନ୍ତି ରାଜ୍ୟ ସରକାର । ଚାଳ ଘରେ ରହୁଥିବା ଗରିବ ଲୋକଙ୍କ ସହ ପ୍ରବଞ୍ଛନା କରୁଛନ୍ତି । କେନ୍ଦ୍ର ସରକାର ଆବଶ୍ୟକତା ଅନୁସାରେ ଘର ଦେଉଛନ୍ତି । କିନ୍ତୁ ଯେଉଁଭଳି ଭାବେ ଘର ହିତାଧିକାରୀଙ୍କ ପାଖରେ ପହଞ୍ଚିବା କଥା ପହଞ୍ଚୁନାହିଁ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଘର ତିଆରି ହେଉନାହିଁ । ଆମ ରାଜ୍ୟରେ ଅଳିକ ସ୍ବପ୍ନ ହୋଇ ରହିଯାଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ।"

ଏହା ବି ପଢନ୍ତୁ- ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ସରକାର ବିଫଳ: ବିଜେପି

୨୦୧୯ ମସିହା ପରଠାରୁ ଏପର୍ଯ୍ୟନ୍ତ ଓଡ଼ିଶାର ଲୋକମାନେ ଘର ଖଣ୍ଡେ ପାଇବାକୁ ଅପେକ୍ଷା କରି ରହିଛନ୍ତି । ଆବାସ ପାଇନଥିବା ଯୋଗ୍ୟ ଲୋକଙ୍କ ପାଇଁ ସୁଦୂର ପ୍ରସାରି ସ୍ବପ୍ନ ହୋଇଯାଇଛି । ରାଜ୍ୟ ସରକାରଙ୍କ ଟାର୍ଗେଟ ଥିଲା ୨୬ଲକ୍ଷ ୯୫ହଜାର ଘର । କେନ୍ଦ୍ର ସରକାର ଆଜି ସୁଦ୍ଧା ୨୬ଲକ୍ଷ ୫୧ହଜାର ଘର ମଞ୍ଜୁର କରିସାରିଛନ୍ତି । ସେଥିରୁ ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ୧୭ଲକ୍ଷ ୧୪ହଜାର ଘର ସମ୍ପୂର୍ଣ୍ଣ ହୋଇଛି । ହେଲେ ବାକି ୯ଲକ୍ଷ ୫୯ହଜର ୫୦୦ଘର ହୋଇପାରୁନାହିଁ । ରାଜ୍ୟ ସରକାର ତାଲିକା ପ୍ରସ୍ତୁତ କରି ପାରୁନାହାନ୍ତି କି ଘର ହୋଇପାରୁନାହିଁ । ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଦୁଇ ଦୁଇ ଥର ତାଗିଦ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ୨୦୨୨ମସିହା ନଭେମ୍ବର ୧ ପୂର୍ବରୁ ସାରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ତାଗିଦ କରିଥିଲେ । ହେଲେ ଓଡ଼ିଶା ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିପାରୁନାହିଁ ।"

କେନ୍ଦ୍ର ସରକାର ୩୪ହଜର ୬୩କୋଟି ଟଙ୍କା ପିଏମ ଆବାସ ଯୋଜନା ପାଇଁ ସହାୟତା ଦେଇଛନ୍ତି । କିନ୍ତୁ ଓଡ଼ିଶା ଲୋକ ଘର ନପାଇବା ଦୁର୍ଭାଗ୍ୟଜନକ । ୨୦୧୯ରେ ତାଲିକା ହେବା ପରେ ୫ଥର ୱିଣ୍ଡୋ ଖୋଲିଥିଲେ କେନ୍ଦ୍ର ସରକାର । କିନ୍ତୁ ରାଜ୍ୟ ସରକାର ତାଲିକା ଅପଲୋଡ କଲେ ନାହିଁ । ଯେଉଁ ତାଲିକା ରାଜ୍ୟ ସରକାର କରିଥିଲେ ତାହା ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା । ରାଜ୍ୟ ସରକାର ୨୦୨୦ ଫେବୃଆରୀରେ ଅଭିଯୋଗ ପତ୍ର ମାଗିଥିଲେ, ଲୋକ ଅଭିଯୋଗ କଲେ । କିନ୍ତୁ ତାହାର ତର୍ଜମା କରାଗଲା ନାହିଁ । ୨୦୨୨ ମସିହାରେ ପୁଣି ଯେତେବେଳେ ସର୍ଭେ କଲେ ରାଜ୍ୟ ସରକାର । ୨୦୧୯ ପୂର୍ବରୁ ଯେଉଁ ଭୁଲ କରିଥିଲେ, ସେହି ଭୁଲ ପୁଣି ଥରେ କଲେ । ରାଜନୈତିକ ଉଦ୍ଦେଶ୍ୟ ରଖି ସର୍ଭେ ହେଲା । କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପିତ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ସଠିକ ତାଲିକା ନାହିଁ । ରାଜ୍ୟରେ ସାଢ଼େ ୪ ଲକ୍ଷ ଲୋକ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ।"

ସେହିପରି ରାଜ୍ୟ ସରକାରଙ୍କୁ ବିଜେପିର ୪ ପ୍ରଶ୍ନ କରିଛି। ଏହାର ଜବାବ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ଦାବି କରିଛି ଦଳ । ପ୍ରଥମଟି ହେଉଛି ଓଡ଼ିଶାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୋଦି ପଠାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର କେବେ ଦେବେ ଏବଂ କେବେ ତାଙ୍କୁ ଆଦେଶ ପତ୍ର ମିଳିବା ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର ? ଦ୍ବିତୀୟଟି ଯେଉଁ ତାଲିକା ହେବେ ସେଥିରୁ ସମ୍ପୂର୍ଣ୍ଣ ରୂପେ ଅଯୋଗ୍ୟଙ୍କ ନାମ ଉଚ୍ଛେଦ କରାଯିବ ବୋଲି ସ୍ପଷ୍ଟ କରିବେ କି ? ତୃତୀୟଟି ଯୋଗ୍ୟ ହିତାଧିକାରୀଙ୍କ ତାଲିକା କେବେ ସାର୍ବଜନୀନ କରିବେ ? ଶେଷଟି ହେଲା ବାକି ଥିବା ଲୋକଙ୍କ ନାମ କେବେ ରାଜ୍ୟ ସରକାର ଯୋଡ଼ିବେ ସ୍ପଷ୍ଟ କରିବେ କି ସରକାର ?

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.