ETV Bharat / state

ଶ୍ରୀମନ୍ଦିରରେ ପାଣ୍ଡିଆନ ଓ କାମିଆ ଜାନିଙ୍କ ଭିଡିଓ ବିବାଦ, ଉଭୟଙ୍କ ଗିରଫଦାରୀ ଦାବି କଲା ବିଜେପି

author img

By ETV Bharat Odisha Team

Published : Dec 21, 2023, 5:15 PM IST

5T ଅଧ୍ୟକ୍ଷ ପାଣ୍ଡିଆନ ସୋସିଆଲ ମିଡିଆ ଇନଫ୍ଲୁଏନସର କାମିଆ ଜାନିଙ୍କ ଭିଡ଼ିଓକୁ ନେଇ ବଢୁଛି ବିବାଦ । ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଉପରେ ଆଘାତ ଦିଆଯାଇଥିବା କହି ଉଭୟଙ୍କ ଗିରଫ ଦାବି କରିଛି ବିଜେପି । ଅଧିକ ପଢନ୍ତୁ

ପାଣ୍ଡିଆନ ଓ କାମିଆ ଜାନିଙ୍କ ଭିଡିଓ ବିବାଦ
ପାଣ୍ଡିଆନ ଓ କାମିଆ ଜାନିଙ୍କ ଭିଡିଓ ବିବାଦ
ପାଣ୍ଡିଆନ ଓ କାମିଆ ଜାନିଙ୍କ ଭିଡିଓ ବିବାଦ

ଭୁବନେଶ୍ବର: କାମିଆ ଜାନି ଓ 5T ଅଧ୍ୟକ୍ଷ ପାଣ୍ଡିଆନଙ୍କ ଭିଡ଼ିଓକୁ ନେଇ ବଢୁଛି ବିବାଦ । ଭି.କେ. ପାଣ୍ଡିଆନ ଏବଂ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର କାମିଆ ଜାନିଙ୍କ ଗିରଫଦାରୀ ଦାବି କଲା ବିଜେପି । ଗୋମାଂସ ଭକ୍ଷଣ କରିଥିବା କାମିଆ ଜାନୀଙ୍କୁ ପାଣ୍ଡିଆନ ଶ୍ରୀମନ୍ଦିରକୁ ନେଇ ଭିଡିଓ କରିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଉପରେ ଆଘାତ ଦେଇଥିବା ଅଭିଯୋଗ ଆଣିଛି ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି ଏନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । "ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିରରେ ଶାସକ ଦଳର ଜଣେ ନେତା କିଭଳି ଭାବେ ଗୋମାଂସ ଖାଉଥିବା ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ପାଇଁ ଏତେ ବଡ଼ ପଦକ୍ଷେପ ନେଲେ?" ବୋଲି ସେ ପ୍ରଶ୍ନ କରିଛନ୍ତି ।

"ଶ୍ରୀମନ୍ଦିର ପରିସରରେ ଭିଡ଼ିଓ କରି ଗଣମାଧ୍ୟମରେ ପ୍ରସାରିତ କରାଯାଇଛି ବୋଲି ଅଭିଯୋଗ କରିଛି ବିଜେପି । କୌଣସି ଗୋମାଂସ ଖାଉଥିବା ବ୍ୟକ୍ତି ଶ୍ରୀମନ୍ଦିରକୁ ଯାଇପାରିବେ ନାହିଁ । ତେଣୁ ଭି.କେ.ପାଣ୍ଡିଆନ କାମିଆ ଜାନିଙ୍କୁ ମନ୍ଦିରକୁ ନେଇ ଗର୍ହିତ ଅପରାଧ କରିଛନ୍ତି । ହିନ୍ଦୁଙ୍କ ଧାର୍ମିକ ଭାବନା ଉପରେ ଆଘାତ କରିଛନ୍ତି ପାଣ୍ଡିଆନ ଏବଂ କାମିଆ ଜାନୀ। ତେଣୁ IPC Section 295 A ଅନୁସାରେ ଭି.କେ. ପାଣ୍ଡିଆନ ଏବଂ କାମିଆ ଜାନିଙ୍କ ଉପରେ ମନ୍ଦିର ପ୍ରଶାସନ କେସ କରି ତୁରନ୍ତ ଗିରଫ କରନ୍ତୁ" ବୋଲି ଦାବି କରିଛି ବିଜେପି ।

ଏହା ମଧ୍ୟ ପଢନ୍ତୁ...ବିଜେପି ଆଇଟି ସେଲ୍ ସଦସ୍ୟଙ୍କୁ ଗିରଫ ଘଟଣା, ଦଳ କହିଲା ବାକ୍ ସ୍ଵାଧୀନତାର ହତ୍ୟା କରିଛନ୍ତି ସରକାର

ଏହାସହ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି, "ମନ୍ଦିର ଭିତରକୁ କ୍ୟାମେରା ନେଇ ସୁଟିଂ କରି ଶ୍ରୀଜଗନ୍ନାଥ ମନ୍ଦିର ଆଇନ 1952 section 30Aର ଉଲଂଘନ ହୋଇଛି । ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ କ୍ଷମା ପ୍ରାର୍ଥନା କରନ୍ତୁ । ଏହାସହ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇ ମନ୍ଦିର ଶୁଦ୍ଧି କରାଯାଉ ।" ନଚେତ୍ ବିଜେପି କୋର୍ଟଙ୍କ ଦ୍ବାରସ୍ଥ ହେବ ହୋଲି ଚେତାବନୀ ଦେଇଛି ବିଜେପି । ପୂର୍ବରୁ ମଧ୍ୟ ବିଜେପି ଏହାକୁ ନେଇ ପ୍ରତିକ୍ରିୟାରେ କହିଥିଲା, "ଜଗନ୍ନାଥଙ୍କୁ ସାରା ବିଶ୍ୱରେ ଲୋକମାନେ ଜାଣିଛନ୍ତି ଏବଂ ତାଙ୍କ ମହାପ୍ରସାଦକୁ ଜାଣିଛନ୍ତି। ଏହାକୁ ପ୍ରଚାର ଓ ପ୍ରସାର କରିବା ଆବଶ୍ୟକ ନାହିଁ। ଶ୍ରୀମନ୍ଦିରର ମହାପ୍ରସାଦକୁ ଟେଷ୍ଟ କରନ୍ତି ନାହିଁ, ଭକ୍ତମାନେ ଶ୍ରଦ୍ଧାରେ ନିଅନ୍ତି।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.