ETV Bharat / state

'ବିଜେଡି ସହ ମେଣ୍ଟ ଅସମ୍ଭବ, ଏକାକୀ ଲଢ଼ିବ ବିଜେପି'

author img

By ETV Bharat Odisha Team

Published : Dec 31, 2023, 9:48 AM IST

BJP no alliance with Ruling BJD: ୨୦୨୪ରେ ବିଜେଡି ବିରୋଧରେ ଜୋରଦାର ଲଢେଇ ପାଇଁ ରାଜ୍ୟ ବିଜେପି ପଦାଧିକାରୀ ବୈଠକ ଅନୁଷ୍ଠିତ । ବିଜେଡି ସହ କୌଣସି ମେଣ୍ଟ ହେବାର ସମ୍ଭାବନା ନାହିଁ ବୋଲି ରାଜ୍ୟ ପ୍ରଭାରୀ କହିଛନ୍ତି । ଅଧିକ ପଢନ୍ତୁ

ବିଜେଡି ସହ ମେଣ୍ଟକୁ ଖଣ୍ଡନ, ଲୋକଙ୍କ ପାଖେ ମୋଦିଙ୍କ ସ୍କିମ ପହଞ୍ଚାଇବାକୁ ରାଜ୍ୟ ପ୍ରଭାରୀଙ୍କ ଜୋର

ଭୁବନେଶ୍ବର: ଆସନ୍ତା ୨୦୨୪ରେ ହେବ ସାଧାରଣ ନିର୍ବାଚନ । ଏଥିପାଇଁ ପୂର୍ବରୁ ଦିଲ୍ଲୀରେ ବିଧାୟକ ଏବଂ ସାଂସଦମାନଙ୍କୁ ବିଜେପିର ଶୀର୍ଷ ନେତୃତ୍ବ ଗୁରୁମନ୍ତ୍ର ଦେଇଥିଲେ । ଏହି କ୍ରମରେ ଶନିବାର ବସିଥିଲା ରାଜ୍ୟ ବିଜେପି ପଦାଧିକାରୀ ବୈଠକ । ବୈଠକରେ ୨୦୨୪ରେ ବିଜେଡି ବିରୋଧରେ ଜୋରଦାର ଲଢେଇ କରିବାକୁ ବିଜେପି ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ବ । ସେଥିପାଇଁ ରଣନୀତି ପ୍ରସ୍ତୁତ ହୋଇସାରିଛି ।

ଆଗାମୀ ନିର୍ବାଚନକୁ କେମିତି ବିଜେପି ଲଢିବ ତା' ଉପରେ ଆଲୋଚନା ହୋଇଥିଲା । ତେବେ ଏହି ବୈଠକ ସରିବା ପରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ, ବିଜେଡି ସହ କୌଣସି ମେଣ୍ଟ ହେବାର ସମ୍ଭାବନା ନାହିଁ । ଯାହା ଦ୍ବନ୍ଦ ଥିଲା ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ସେସବୁ ଦୂର କରିଛନ୍ତି । ବିଜେପି କର୍ମୀ ତଥା ଲୋକଙ୍କ ମନରେ ଥିବା ବିଜେଡି-ବିଜେପି ମେଣ୍ଟ ଦୂର କରିବାକୁ ବଂଶଲ ଗୁରୁମନ୍ତ୍ର ଦେଇଛନ୍ତି । ବିଜେପି କୌଣସି ପରିସ୍ଥିତିରେ ବିଜେଡି ସହ ସାଲିସ କରିବ ନାହିଁ । ନିର୍ବାଚନରେ ଯୁଦ୍ଧ କରିବାର ଅଛି । ୨୦୨୪ ନିର୍ବାଚନରେ ଜୋରଦାର ଲଢେଇ ହେବ । ପୂରା ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେଡି ସହ ବିଜେପିର ଲଢେଇ ହେବ ।

ଏହା ମଧ୍ୟ ପଢନ୍ତୁ... ପ୍ରତି ବୁଥରୁ 50%ରୁ ଅଧିକ ଭୋଟ ପାଇଁ ବ୍ଲୁ ପ୍ରିଣ୍ଟ ତିଆରି କରିବ ବିଜେପି

ସେହିପରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ଯେ, ୨୦୨୪ରେ ବିଜେଡି ସହ ୱାନ ଟୁ ୱାନ ଫାଇଟ ହେବ । ଜାନୁଆରୀ ୫ରୁ ଆରମ୍ଭ ହେବ ସଂଘର୍ଷ । ଏନେଇ ନୂଆ ଷ୍ଟ୍ରାଟେଜି ଦେଇଛନ୍ତି ପ୍ରଭାରୀ ବଂଶଲ । କିଛି ଘରର ଦାୟିତ୍ଵ ଜଣେ ଲେଖାଏଁ ବିଜେପି କାର୍ଯ୍ୟକର୍ତ୍ତା ନେବେ ବୋଲି ସ୍ଥିର କରାଯାଇଛି । ଯେହେତୁ କଂଗ୍ରେସ ମଇଦାନରେ ନାହିଁ, ତେଣୁ ୫୦ ପ୍ରତିଶତ ଭୋଟ ହାତେଇବା ପାଇଁ ବୁଥ ସ୍ତରରେ ରଣନୀତି ପ୍ରସ୍ତୁତ । ବିଜେଡ଼ି-ବିଜେପି ମେଣ୍ଟ ହେବନି ।

କର୍ମୀଙ୍କ ଧାରଣା ଦୂର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବଂଶଲ । 21 ଲୋକସଭା ଏବଂ 147 ବିଧାନସଭା ଆସନରେ ବିନା ସାଲିସରେ ଏଥର ଲଢିବ ବିଜେପି । କେନ୍ଦ୍ର ସରକାରଙ୍କ 157 ଯୋଜନାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ରୋଡମ୍ୟାପ ତିଆରି ହୋଇଛି ବୋଲି ରାଜ୍ୟ ବିଜେପି ନେତାମାନେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.