ETV Bharat / state

ମହିଳାଙ୍କୁ ଅସମ୍ମାନ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ମାଗିଲା ବିଜେପି, ବିଜେଡି କହିଲା ଝାରସୁଗୁଡ଼ାବାସୀ ଜବାବ ଦେଇଛନ୍ତି - ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ

ରାଜ୍ୟରେ ମହିଳାଙ୍କୁ ସବୁବେଳେ ବିରୋଧୀ ବିଜେପି ଅସମ୍ମାନ କରୁଥିବା ଗତକାଲି ଅଭିଯୋଗ କରିଥିଲା ବିଜେଡି । ଏହାର ଜବାବ ରଖି କେଉଁଠି ଅସମ୍ମାନ କରିଛି ବିଜେପି ତାର ତଥ୍ୟ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି କହିଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ । ସେପଟେ ଝାରସୁଗୁଡ଼ାବାସୀ ତାର ଜବାବ ଦେଇଛନ୍ତି ବୋଲି କହିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଅଧିକ ପଢ଼ନ୍ତୁ

ମହିଳାଙ୍କୁ ଅସମ୍ମାନ ପ୍ରସଙ୍ଗ ବିଜେପି-ବିଜେଡି ମୁହାଁମୁହିଁ

author img

By

Published : May 14, 2023, 8:52 PM IST

ମହିଳାଙ୍କୁ ଅସମ୍ମାନ ପ୍ରସଙ୍ଗ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ବର: ଝାରସୁଗୁଡ଼ାରେ ବିଜେଡିର ବିପୁଳ ବିଜୟ ପରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ଗତକାଲି ବିରୋଧୀ ବିଜେପି ମହିଳାମାନଙ୍କୁ ଅସମ୍ମାନ କରୁଥିବା ସଙ୍ଗୀନ ଅଭିଯୋଗ ଆଣିଥିଲା ବିଜେଡି । ପଦ୍ମପୁର ହେଉ ବା ଝାରସୁଗୁଡ଼ା, ସବୁଠାରେ ସେମାନେ ବାପାଙ୍କୁ ହରାଇଥିବା ଝିଅମାନଙ୍କୁ ଗାଳି କରିଛନ୍ତି ବୋଲି ଗତକାଲି ବିଜେଡି କହିଥିଲା । ପ୍ରତ୍ୟେକ ଉପ ନିର୍ବାଚନରେ ସେମାନେ ମିଶନ ଶକ୍ତିର ନେତ୍ରୀ ତଥା ତୃଣମୂଳସ୍ତରରେ କାମ କରୁଥିବା ମାଆମାନଙ୍କୁ ସମାଲୋଚନା କରି ଆସୁଛନ୍ତି ବୋଲି କହି ବିରୋଧୀ ବିଜେପିକୁ ଟାର୍ଗେଟ କରିଥିଲା ବିଜେଡି । ତେବେ ଏହାର ଜବାବ ରଖି କେଉଁଠି ଅସମ୍ମାନ କରିଛି ବିଜେପି ତାର ତଥ୍ୟ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ସେପଟେ ଝାରସୁଗୁଡ଼ାବାସୀ ତାର ଜବାବ ଦେଇଛନ୍ତି ବୋଲି କହିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ।

ପ୍ରତିକ୍ରିୟାରେ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ମୁଖ୍ୟମନ୍ତ୍ରୀ ସମ୍ମାନ ଓ ଅସମ୍ମାନର ପରିଭାଷା ଜାଣିଛନ୍ତି କି ? କେଉଁଠି ଅସମ୍ମାନ କରିଛି ବିଜେପି ତାର ତଥ୍ୟ ଦିଅନ୍ତୁ । ତାଙ୍କ ଦଳରେ ମନ୍ତ୍ରୀଙ୍କୁ ହତ୍ୟା କରାଗଲା, ତାହାର ଖୁଲାସା ଏପର୍ଯ୍ୟନ୍ତ କରିପାରିଲେ ନାହିଁ । ଯଦି ଏହାକୁ ଆମେ ବିରୋଧ କଲୁ, ଏଇଟା ଅସମ୍ମାନ ବୋଲି କହୁଛି ବିଜେପି । ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସେତେବେଳେ ଅଟଳ ବିହାରୀ ବାଜପେୟୀ ପରିକଳ୍ପନା କରି ଦେଶରେ ପ୍ରଚଳନ କରିଥିଲେ । ଉଦ୍ଦେଶ୍ୟ ଥିଲା ଯେ ମହିଳାମାନେ ଆତ୍ମନିର୍ଭରଶୀଳ ହୁଅନ୍ତୁ ଏବଂ ନିଜର ପରିବାର ପ୍ରତିପୋଷଣ କରନ୍ତୁ । ଏହାସହ ସମାଜରେ ସୋନଙ୍କର ପ୍ରତିଷ୍ଠା ବଢ଼ିବ । କିନ୍ତୁ ଆଜି ବିଜେଡି ୨୩ ବର୍ଷ ଶାସନ ଭିତରେ କଣ କରିଛି ? ଯେତେବେଳେ ଦଳୀୟ ବୈଠକ ହେବ, ସେମାନଙ୍କୁ ଧମକ ଦେଇ ସଭା ସମିତିରେ ତାଙ୍କ ଇଚ୍ଛା ବିରୋଧରେ ନେଇକି ଯିବାକୁ ଅଫିସରମାନଙ୍କୁ କୁହାଯାଇଛି । ଏଇଟା ମାଆମାନଙ୍କୁ ସମ୍ମାନ ନା ଅସମ୍ମାନ ମୁଖ୍ୟମନ୍ତ୍ରୀ କୁହନ୍ତୁ । ରାଜ୍ୟରେ ୭ ଲକ୍ଷ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଭିତରୁ ମାତ୍ର ୩୦ ହଜାର ମହିଳା କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି । ମିଶନ ଶକ୍ତି ନାଁରେ ଗୋଟେ ଭେଳିକି ଚଳାଇଛନ୍ତି ସରକାର ।"

ସେପଟେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ପଦ୍ମପୁର ଉପନିର୍ବାଚନ ହେଇଥିଲା । ସେଥିରେ ଯଥେଷ୍ଟ ପ୍ରମାଣ ପାଇସାରିଛନ୍ତି ଓଡ଼ିଶାବାସୀ । ଝାରସୁଗୁଡ଼ାରେ ଅନେକ ବିଜେପି ନେତାମାନେ ମହିଳାଙ୍କୁ ଆକ୍ଷେପ କରିଛନ୍ତି । ସେଥିପାଇଁ ଝାରସୁଗୁଡ଼ାବାସୀ ତାର ଜବାବ ଦେଇଛନ୍ତି । ତେଣୁ ଏଥିରେ ପ୍ରମାଣ ଦେବାର ଆବଶ୍ୟକତା ନାହିଁ । ଓଡିଶା ରାଜନୀତିରେ କାହାକୁ ଅସମ୍ମାନ କରିବା ଶୋଭାପାଏନା । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସମ୍ମାନ ଦିଅନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.