ETV Bharat / state

ଓବିସି ସଂରକ୍ଷଣ ପ୍ରସଙ୍ଗ ନେଇ ତାତିଲା ବିଜେପି, ସର୍ଭେ ରିପୋର୍ଟ ସାର୍ବଜନୀନ ପାଇଁ କମିଶନଙ୍କୁ ଫେରାଦ ହେଲା ଦଳ - ଓବିସି ସର୍ଭେ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି

ଓବିସି କମିଶନଙ୍କୁ ଭେଟି ଓବିସି ସର୍ଭେ ରିପୋର୍ଟ ସାର୍ବଜନୀନ କରିବାକୁ ବିଜେପିର ଏକ ପ୍ରତିନିଧି ଦଳ ପକ୍ଷରୁ ଦାବି କରାଯାଇଛି । ଏହାସହ ଆଉ 39ଟି ଜାତି ବା ବର୍ଗଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ମଧ୍ୟ ଦାବି ଉଠାଯାଇଛି । ଅଧିକ ପଢନ୍ତୁ

ଓବିସି ସର୍ଭେ ରିପୋର୍ଟ ସାର୍ବଜନୀନ ପାଇଁ ଦାବି
ଓବିସି ସର୍ଭେ ରିପୋର୍ଟ ସାର୍ବଜନୀନ ପାଇଁ ଦାବି
author img

By

Published : Aug 9, 2023, 7:13 PM IST

ଓବିସି ସର୍ଭେ ରିପୋର୍ଟ ସାର୍ବଜନୀନ ପାଇଁ ଦାବି

ଭୁବନେଶ୍ବର: ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗ ନେଇ ଓବିସି କମିଶନଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ । କମିଶନଙ୍କୁ ଭେଟି ଓବିସି ସର୍ଭେ ରିପୋର୍ଟ ସାର୍ବଜନୀନ କରିବାକୁ ପ୍ରତିନିଧି ଦଳ ପକ୍ଷରୁ ଦାବି କରାଯାଇଛି । ଏହାସହ ଆଉ 39ଟି ଜାତି ବା ବର୍ଗଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ମଧ୍ୟ ଦାବି କରିଛି ବିଜେପି ପ୍ରତିନିଧି ଦଳ । ଏନେଇ ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ଵାଳଙ୍କ ନେତୃତ୍ଵରେ ଏକ ଟିମ୍ ରାଜ୍ୟ ଓବିସି ମୋର୍ଚ୍ଚା କମିଶନଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି ।

ତେବେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗ ନେଇ ଓବିସି କମିଶନଙ୍କୁ ଭେଟି ଓବିସି ସର୍ଭେ ରିପୋର୍ଟ ସାର୍ବଜନୀନ କରିବାକୁ ପ୍ରତିନିଧି ଦଳ ଦାବି କରିଛି । ଏହାସହ ଆଉ 39ଟି ଜାତି ବା ବର୍ଗଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ମଧ୍ୟ ଦାବି ଉଠାଯାଇଛି । ଏନେଇ ବିଜେପି ଓବିସି ମୋର୍ଚ୍ଚା ସଭାପତି କହିଛନ୍ତି,"ଓବିସିଙ୍କୁ ସଂରକ୍ଷଣ ଦେବାରେ ଓଡ଼ିଶା ପଛରେ ରହିଛି । ଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବି ସଂରକ୍ଷଣରୁ ବଞ୍ଚିତ ହୋଇଛନ୍ତି ଓବିସି ବର୍ଗ । ସରକାର ମେ' ମାସରେ ମାସେ ଧରି ଓବିସି ସର୍ଭେ କଲେ । ହେଲେ ଅଗଷ୍ଟ ମାସ ସୁଦ୍ଧା ବି ସର୍ଭେ ରିପୋର୍ଟ ସାର୍ବଜନୀନ ହେଲା ନାହିଁ ।" ତେଣୁ "ସର୍ଭେ ରିପୋର୍ଟ କୁଆଡ଼େ ଗଲା ? 54 ପ୍ରତିଶତ ଓବିସି ବର୍ଗ କେବେ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ପାଇବେ ?" ବୋଲି କମିଶନଙ୍କ ନିକଟରେ ପ୍ରଶ୍ନ କରିଛି ବିଜେପି ।

ଏହା ମଧ୍ୟ ପଢନ୍ତୁ...ନାମଲେଖାରେ ଛାତ୍ରଛାତ୍ରୀଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉ: ବିଜେପି ଓବିସି ମୋର୍ଚ୍ଚା

ସୂଚନା ଅନୁସାରେ, ରାଜ୍ୟରେ ପଛୁଆ ବର୍ଗ ସର୍ଭେ ହୋଇଥିବା ବେଳେ ତାର ରେଜଲ୍ଟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇ ନାହିଁ । ପ୍ରଥମେ ଜାତି ତାଲିକା ଚୂଡ଼ାନ୍ତ କରିବା ପରେ ସର୍ଭେ କରନ୍ତୁ ବୋଲି ବିଜେପି କହିଥିଲା । ଆଗରୁ 209 ଜାତି ଏସ୍‌ସିବିସି ତାଲିକାରେ ଥିଲା । କିନ୍ତୁ ନୂଆ 22ଟି ଜାତିର କୋଡ୍‌ ନମ୍ବର ସର୍ଭେ ତାଲିକାରେ ନଥିବା ଜଣାପଡ଼ିଛି । ତେବେ "ସରକାର ବାସ୍ତବରେ ସଂଖ୍ୟା ଓ ପ୍ରତିଶତ ନିରୂପଣ କରିବାକୁ ଚାହୁଁ ନାହାନ୍ତି" ବୋଲି କହି ବର୍ଷିଛି ବିଜେପି ।

ସେହିପରି ସୁରଥ ବିଶ୍ଵାଳ ଆଗରୁ କହିଥିଲେ, "ମୋଦି ସରକାର ଓବିସି ବର୍ଗଙ୍କ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । କମିଶନକୁ ସାମ୍ବିଧାନିକ ମର୍ଯ୍ୟାଦା ଦେଲେ । ମେଡିକାଲ ଓ ଡେଣ୍ଟାଲ ପାଠ୍ୟକ୍ରମ ସହ ବିଦ୍ୟାଳୟ ନାମଲେଖାରେ ମଧ୍ୟ 27 ପ୍ରତିଶତ ସଂରକ୍ଷଣ ଦେଲେ । କିନ୍ତୁ ସେହି ସୁଯୋଗ ଓଡ଼ିଶାର ପଛୁଆ ବର୍ଗ ପାଇ ପାରୁନାହାନ୍ତି । ଓଡ଼ିଶା ସରକାର ଓବିସି ବର୍ଗଙ୍କ କ୍ଷେତ୍ରରେ ପାତରଅନ୍ତର କରୁଛନ୍ତି । ରାଜ୍ୟରେ 23 ବର୍ଷ ଭିତରେ 23 ଲକ୍ଷ ଯୁବକ ଯୁବତୀ ସଂରକ୍ଷଣ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି ।" ଏହାକୁ ନେଇ କମିଶନଙ୍କୁ ଭେଟି ଓବିସି ସର୍ଭେ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରିଛି ବିଜେପିର ପ୍ରତିନିଧି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.