ଭୁବନେଶ୍ବର: ବାତ୍ୟା ୟସ୍ ପ୍ରବାଭିତ ଜିଲ୍ଲାମାନଙ୍କରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍ ଏବଂ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦଳର ସାଧାରଣ ସମ୍ପାଦକ ପ୍ରଣବ କୁମାର ବଳବନ୍ତରାୟ ଏବଂ ଛାତ୍ର ବିଜେଡ଼ି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ବାଲେଶ୍ଵର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲା ଗ୍ରସ୍ତ କରିଛନ୍ତି ।
ଉଭୟ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମର ନେତୃତ୍ବ ନେଇଛନ୍ତି । ଉଭୟ ପ୍ରଥମେ ବାଲେଶ୍ଵର ଜିଲ୍ଲା ଗ୍ରସ୍ତ କରି ବାତ୍ୟା ପ୍ରଭାବିତ ସମସ୍ତ ଅଞ୍ଚଳ ଗୁଡ଼ିକୁ ପରିଦର୍ଶନ କରିବା ସହ ରିଲିଫ୍ ସାମଗ୍ରୀ ବଣ୍ଟନ କରିଛନ୍ତି । ବିଜୁ ଯୁବ ଛାତ୍ର ଜନତା ଦଳ ସର୍ବଦା ସାମାଜିକ ପ୍ରତିବଦ୍ଧତା ନିମନ୍ତେ ସଂକଳ୍ପବଦ୍ଧ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବାଲେଶ୍ଵର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲାରେ ସ୍ବଭାବିକ ପରିସ୍ଥିତି ଫେରି ଆସିବା ପର୍ଯ୍ୟନ୍ତ ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ କୁମାର ବଳବନ୍ତରାୟ ।
ଯୁବ ଛାତ୍ର ନେତୃବୃନ୍ଦଙ୍କ ସାମାଜିକ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଛାତ୍ର ବିଜେଡି ସଭାପତି ଦେବୀ ରଂଜନ ତ୍ରିପାଠୀ । ରିଲିଫ୍ କାର୍ଯ୍ୟକ୍ରମରେ ସାମିଲ ହୋଇ ସମସ୍ତ ଛାତ୍ର ନେତା ମାନଙ୍କୁ ସେ ଉତ୍ସାହିତ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ