ETV Bharat / state

ଶସ୍ତା ଫିଲ୍ମ ଦେଖି ମନଗଢ଼ା କାହାଣୀ ତିଆରି କରୁଛନ୍ତି ବିଜେପି ନେତା: ବିଜେଡି - ଜାଲ ସାର୍ଟିଫିକେଟ ମାମଲା

ଜାଲ ସାର୍ଟିଫିକେଟକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି । ବିଜେପି ନେତାମାନେ ଶସ୍ତା ଫିଲ୍ମ ଦେଖି ମନଗଢ଼ା କାହାଣୀ ତିଆରି କରୁଥିବା କହିଛି ବିଜେଡି । ଅଧିକ ପଢ଼ନ୍ତୁ

fake certificate racket case
ଜାଲ ସାର୍ଟିଫିକେଟ ମାମଲା
author img

By

Published : Apr 12, 2023, 9:15 AM IST

ଜାଲ ସାର୍ଟିଫିକେଟ ମାମଲା

ଭୁବନେଶ୍ବର: ଜାଲ ସାର୍ଟିଫିକେଟ ମାମଲାକୁ ନେଇ ତୀବ୍ରତର ହେବାରେ ଲାଗିଛି ରାଜନୀତି । ଉଭୟେ ଶାସକ ଓ ବିରୋଧୀ ଦଳ ପରସ୍ପରକୁ କାଦୁଅ ଫିଙ୍ଗିବା ଭଳି ଆରୋପ ପ୍ରତ୍ୟାରୋପ ଲଗାଉଛନ୍ତି । ଜାଲ ସାର୍ଟିଫିକେଟ ଘଟଣାକୁ ନେଇ ବିଜେପିର ପ୍ରତିକ୍ରିୟା ପରେ ଶାଣିତ ଆକ୍ରମଣ କରି ଦଳ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ । ସବୁ ସ୍ପର୍ଶକାତର ଅପରାଧିକ ଘଟଣାର ରାଜନୀତିକରଣ କରିବା ଓଡ଼ିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି ବୋଲି କହିଛନ୍ତି ଗୌତମବୁଦ୍ଧ ଦାସ ।

ଏହା ମଧ୍ୟ ପଢ଼ନ୍ତୁ: ଜାଲ ସାର୍ଟିଫିକେଟ ମାମଲାରେ ସରକାରଙ୍କୁ ଟାର୍ଗେଟ କଲେ ବିଜୟ

ବିଜେପି ନେତାମାନେ ଶସ୍ତା ଫିଲ୍ମ ଦେଖି ମନଗଢ଼ା କାହାଣୀ ତିଆରି କରୁଥିବା କହିଛି ବିଜେଡି । ଅନେଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି ଯେ," ଜାଲ ସାର୍ଟିଫିକେଟ ମାମଲାର ପର୍ଦ୍ଦାଫାସ ଓଡ଼ିଶା ପୋଲିସ କରିଛି, ସିବିଆଇ ନୁହେଁ । ସତ ପଦାକୁ ଆସିଲେ ଲୋକଙ୍କୁ ମୁହଁ ଦେଖାଇ ପାରିବେନି ବିଜେପି ନେତା । ଜାଲ ସାର୍ଟିଫିକେଟ ମାମଲାରେ ଅପରାଧୀମାନେ ଜଣକ ପରେ ଜଣେ ଧରା ପଡୁଥିଲେ ମଧ୍ୟ ବିଜେପି ଏହାକୁ ନେଇ ହୀନ ରାଜନୀତି କରିବାକୁ ଉଦ୍ୟମ କରୁଛି ।"

ଏହା ମଧ୍ୟ ପଢ଼ନ୍ତୁ: ଲମ୍ବିଛି ଜାଲ ସାର୍ଟିଫିକେଟ ଚେର, ମିଛ ପ୍ରମାଣ ପତ୍ର ଦେଇ ଶିକ୍ଷକ ଚାକିରୀ ହାତେଇଥିବା ଅଭିଯୋଗ

ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ମୁଖପାତ୍ର ଗୋଲକଙ୍କ ଭଳି ଓଡ଼ିଶା ବିଜେପି ନେତାମାନେ ବୋଧହୁଏ ଘରେ ବସିବସି ସବୁ ଶସ୍ତା ବଲିଉଡ ଫିଲ୍ମ ଦେଖନ୍ତି । ସେହିସବୁ ଫିଲ୍ମର ସ୍କ୍ରିପ୍ଟକୁ ନେଇ ମନଗଢ଼ା କାହାଣୀ ତିଆରି କରନ୍ତି । ପରେ ଆସି ଗଣମାଧ୍ୟମରେ ଗପନ୍ତି । ପୂର୍ବରୁ ବିଜେପି ନେତାମାନେ ବିଭିନ୍ନ ସ୍ପର୍ଶକାତର ମାମଲାରେ ଏମିତି କାହାଣୀ ତିଆରି କରିଛନ୍ତି । ବିନା ତଥ୍ୟ ପ୍ରମାଣରେ ଅରୁଚିକର ମନ୍ତବ୍ୟ ଦେଇ ହୀନ ରାଜନୀତି କରିଛନ୍ତି ।

ମାତ୍ର ସଚେତନ ଓଡ଼ିଶାବାସୀ ସର୍ବଦା ଏହାକୁ ନାସପନ୍ଦ କରି ଆସିଛନ୍ତି । ଫଳରେ ଲୋକଙ୍କୁ ବିଭ୍ରାନ୍ତ କରିବା ଲାଗି ସେମାନଙ୍କ ଚାଲ କାମ ଦେଇନାହିଁ । ସାର୍ଟିଫିକେଟ ଜାଲିଆତି ମାମଲାର ପର୍ଦ୍ଦାଫାସ ଓଡ଼ିଶା ପୋଲିସ କରିଛି । କୌଣସି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନୁହେଁ । ଏହି ମାମଲାରେ ସଂପୃକ୍ତ ଜଣକ ପରେ ଜଣେ ଠକ ଓ ଅପରାଧୀମାନଙ୍କୁ ପୋଲିସ ଗିରଫ ମଧ୍ୟ କରୁଛି । ପୋଲିସର ତଦନ୍ତ ଚାଲୁଛି । ସତ ବାହାରକୁ ଆସିଲେ ବିଜେପି ନେତାମାନେ ମୁହଁ ଦେଖାଇପାରିବେନି ବୋଲି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.