ETV Bharat / state

Poster Politics in Utkal University: ପାଣ୍ଡିଆନଙ୍କ ପୋଷ୍ଟର ନିକଟରେ ମହାପୁରୁଷଙ୍କ ପୋଷ୍ଟର ମାରିଲା ABVP - ପୋଷ୍ଟରରେ ପାଣ୍ଡିଆନଙ୍କ ଫଟୋ

ଉତ୍କଳ ବିଶ୍ବବିଦ୍ୟାଳୟରେ ପୋଷ୍ଟର ୱାର । ସରକାର ଗୋଟିଏ ପଟେ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ ରଖିଥିବା ବେଳେ ଏପଟେ କଲେଜ କ୍ୟାମ୍ପସରେ 5T ସଚିବ ଭିକେ ପାଣ୍ଡିଆନଙ୍କ ଫଟୋ ଲାଗିବାକୁ ନେଇ କଡ଼ା ବିରୋଧ କରିଛି ABVP । ଦେଖନ୍ତୁ ଏହି ରିପୋର୍ଟ

Poster War
Poster War
author img

By ETV Bharat Odisha Team

Published : Sep 7, 2023, 8:24 PM IST

Poster War: ଉତ୍କଳ ବିଶ୍ବବିଦ୍ୟାଳୟରେ ଲାଗିଲା ପାଣ୍ଡିଆନଙ୍କ ଫଟୋ, ABVPର କଡ଼ା ବିରୋଧ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ପୋଷ୍ଟର ରାଜନୀତି । ୫T ସଚିବଙ୍କ ଫଟୋ ଲାଗିବା ପରେ ଏବେ ଏବିଭିପି ଲଗାଇଲା ପୋଷ୍ଟର । ଗୋଟେ ପଟେ ୫ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ଅଛି । ଆଉ ଏବେ ପୋଷ୍ଟର ରାଜିନୀତିକୁ ନେଇ ବଢ଼ିଛି ଚର୍ଚ୍ଚା । ଏହାକୁ ବିରୋଧୀ ଦଳର ନେତାମାନେ ମଧ୍ୟ ଘୋର ନିନ୍ଦା କରିଛନ୍ତି । ୨୦୧୮ ମସିହାରୁ ଛାତ୍ର ସଂସଦ ନିର୍ବାଚନ କ୍ୟାମ୍ପସଗୁଡ଼ିକରେ ବନ୍ଦ ରହିଛି । ସେପଟେ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତକୁ ନେଇ ବିବାଦରେ ଅଛନ୍ତି ସରକାର । ଏପରି ସ୍ଥିତିରେ କ୍ୟାମ୍ପସରେ ପୋଷ୍ଟର ରାଜନୀତି ଏବେ ନୂଆ ପ୍ରସଙ୍ଗ ହୋଇଛି । ଯାହାକୁ ନେଇ ମୁହାମୁହିଁ ସ୍ଥିତିରେ ଛାତ୍ର ସଂଗଠନ ।

କ୍ୟାମ୍ପସର ବିଭିନ୍ନ ସ୍ଥାନରେ ସଚିବଙ୍କ ପୋଷ୍ଟର ତଳେ ବିଜୁ ଛାତ୍ର ଜନତା ଦଳ, ଉତ୍କଳ ବିଶ୍ୱ ବିଦ୍ୟାଳୟ ଲେଖାଯିବା ଘଟଣା ପରେ ଏବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପକ୍ଷରୁ ଉତ୍କଳ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ ସହ ରାଜ୍ୟର ବିଭିନ୍ନ କ୍ୟାମ୍ପସରେ ମହାପୁରୁଷଙ୍କ ଫଟୋ ଲଗାଯାଇଥିଲା । ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବାଣୀବିହାର କ୍ୟାମ୍ପସରେ 'ୱି ଷ୍ଟାଣ୍ଡ ୱିଥ୍ ଭିକେ ପାଣ୍ଡିଆନ ସାର୍' ଲେଖାଥିବା ପୋଷ୍ଟର ଲଗାଯାଇଥିଲା । ଯାହାକୁ ନେଇ ତୀବ୍ର ବିରୋଧ କରିଛି ଏବିଭିପି । ଗୋଟେ ପଟେ ୫ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ଅଛି । ଆଉ ଏବେ ପୋଷ୍ଟର ରାଜିନୀତିକୁ ନେଇ ବଢ଼ିଛି ଚର୍ଚ୍ଚା ।

ଏହା ବି ପଢନ୍ତୁ- ପାଣ୍ଡିଆନଙ୍କ ଫଟୋ ନେଇ ରାଜନୈତିକ ହଟଚମଟ, BJP-BJD ମୁହାଁମୁହିଁ

ଏନେଇ ଏବିଭିପିର ବିଶ୍ଵଜିତ ପାତ୍ର କହିଛନ୍ତି, "ଦୁଇ ଦିନ ଧରି ଉତ୍କଳ ବିଶ୍ବବିଦ୍ୟାଳୟରେ 5 ଟି ସଚିବଙ୍କ ପୋଷ୍ଟର ମରାଯାଇଥିଲା। ସେନେଇ ଏବିଭିପି ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ରାଜ୍ୟର ବିଭିନ୍ନ ସ୍ଵାଧୀନତା ସଂଗ୍ରାମୀମାନଙ୍କର ପୋଷ୍ଟର ଲଗାଯାଇଥିଲା । ତେବେ ସେହି ପୋଷ୍ଟରକୁ ଗତକାଲି ରାତିରେ କିଏ ତାକୁ ହଟାଇ ଦେଇଛି । ଯେତେବେଳେ ଗୋଟିଏ ପିଲା ଅନେକ ସ୍ଵପ୍ନ ନେଇ କଲେଜ କ୍ୟାମ୍ପସକୁ ଆସୁଛି ଯେଉଁ ଶୈକ୍ଷିକ ବାତାବରଣକୁ ନଷ୍ଟ କରାଯାଉଛି । ଛାତ୍ର ନିର୍ବାଚନକୁ ବନ୍ଦ କରି ଯେଉଳି ଭାବରେ ଛାତ୍ରଙ୍କର ଅଧିକାର କ୍ଷୁର୍ଣ୍ଣ କରାଯାଉଛି ଗଣତାନ୍ତ୍ରିକ ପକ୍ରିୟାକୁ ଯୋଜୋନାବଦ୍ଧ ଭାବରେ ଶାସନ କରାଯାଉଛି ।"

ଏପଟେ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ରୁଦ୍ର ପଟ୍ଟନାୟକ କହିଛନ୍ତି, "ପୋଷ୍ଟର ମରାକୁ ନେଇ ଏକ ପ୍ରକାରର ଡର ଭୟ କରାଯାଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ । ଯାହା ଫଳରେ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରାଯାଉଛ। ଏଭଳି କିଛି ନାହିଁ ବୋଲି କହିଛନ୍ତି ଛାତ୍ର ରୁଦ୍ର । ବର୍ତ୍ତମାନ ଉତ୍କଳ ବିଶ୍ବବିଦ୍ୟାଳୟରେ ଶୈକ୍ଷିକ ବାତାବରଣରେ ପାଠପଢା ଚାଲିଛି ।" ଏପଟେ ଆଉ ଜଣେ ପୁରାତନ ଛାତ୍ର ସଚିକାନ୍ତି ସାହୁ କହିଛନ୍ତି, "ପୋଷ୍ଟରକୁ ନେଇ କୌଣସି ରାଜନୀତି କରାନଯାଉ । ଉତ୍କଳ ବିଶ୍ୱବିଦ୍ୟାଳୟ ହେଉଛି ଓଡିଶାର ଶିକ୍ଷାର ମଦର ଲ୍ୟାଣ୍ଡ। ଅନେକ ପିଲା ମାନେ ଏଠାକୁ ଆଶା ନେଇ ପାଠ ପଢିବାକୁ ଆସୁଛନ୍ତି । ଶିକ୍ଷାର ବାତାବରଣ ଜେଭଳି ଭାବରେ ନଷ୍ଟ ନହେଉ।ପାଠ ପଢିକି ଆଗକୁ ବଢିବାକୁ ଚେଷ୍ଟା କରାନ୍ତୁ ।"

ଅନ୍ୟପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଯେଉଁମାନେ ଓଡିଶାର କ୍ଷତି କରିଛନ୍ତି ବା କରୁଛନ୍ତି ସେମାନଙ୍କର ପୋଷ୍ଟର ଓ ବ୍ୟାନର ଲଗାଯାଉଛି । ଓଡିଶା ଆଜି ଯେଉଁ ଅବସ୍ଥାରେ ଅଛି ତାହା ଅତ୍ୟନ୍ତ ଦୁଃଖଦାୟକ । ଓଡିଶା ଆଜି ଜାତୀୟସ୍ତରରେ ଅପମାନିତ ହେଉଛି । ଜଣେ ସରକାରୀ ଅଧିକାରୀଙ୍କ ପୋଷ୍ଟର ଓ ବ୍ୟାନର ଲାଗିବା ନିନ୍ଦନୀୟ କଥା । ଯଦି ରାଜନୀତି କରିବାର ଅଛି, ଓହ୍ଲେଇ ଆସନ୍ତୁ । ପୋଷ୍ଟର ଓ ବ୍ୟାନର ମାରନ୍ତୁ । ଚାକିରିରେ ଥାଇ ଏପରି ସାହସ କରିବା ବଡ଼ କଥା ।"

ସେପଟେ ବିଜେଡି ବିଧାୟକ ସ୍ବରୂପ ଦାସ ଏ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, "ଯଦି ଅଫିସର ଭଲ କାମ କଲେ ଓ ଲୋକ ତାକୁ ଗ୍ରହଣ କଲେ ସେଥିରେ କିଛି ଖାରପ ନାହିଁ । ଏହା ଭଲ । ସଚିବଙ୍କ ପାଇଁ ଦଳୀୟ ଫୋରମ କିଛି ବ୍ୟବସ୍ଥା ହୋଇ ନାହିଁ । ଯଦି ଜଣେ ସରକାରୀ କର୍ମଚାରୀ ଲୋକଙ୍କ ପାଖରେ ପହଁଚି ପାରିଲେ ସରକାରଙ୍କ ଉଦ୍ଦେଶ୍ୟ ସଫଳ ହୋଇଛି ବୋଲି କୁହାଯାଇପାରେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.