ETV Bharat / state

ଓଡ଼ିଶା ବିଜେପିର କୁହାଳିଆ ନେତା ଗୋଲକଧନ୍ଦାରେ ସମ୍ପୃକ୍ତ: ବିଜେଡି

author img

By

Published : Jul 20, 2023, 7:23 AM IST

ଜଘନ୍ୟ ଅପରାଧରେ ସମ୍ପୃକ୍ତ ବିଜେପି ନେତା ଅପରାଧ ସମ୍ପର୍କରେ ପ୍ରବଚନ ଦେବା ବିଡ଼ମ୍ବନା । ଓଡ଼ିଶା ବିଜେପିର କୁହାଳିଆ ନେତା ଗୋଲକଧନ୍ଦାରେ ସଂପୃକ୍ତ ଅଛନ୍ତି । ବାପୁ ପରିଡାଙ୍କୁ ନେଇ ବିଜେପିର ମନ୍ତବ୍ୟ ଉପରେ ଏଭଳି ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା । ଅଧିକ ପଢନ୍ତୁ

ବାପୁ ପରିଡା ବିବାଦରେ ବିଜେଡିର ପ୍ରତିକ୍ରିୟା
ବାପୁ ପରିଡା ବିବାଦରେ ବିଜେଡିର ପ୍ରତିକ୍ରିୟା

ଭୁବନେଶ୍ବର: ''ରାଜ୍ୟ ବିଜେପିର ଅନେକ ବଡ଼ ବଡ଼ ନେତାଙ୍କ ଅପରାଧର ଚିଠା ଖୁବ୍ ଲମ୍ବା । ହତ୍ୟା ଓ ମରଣାନ୍ତକ ଆକ୍ରମରେ ସଂପୃକ୍ତ ଦୁଇ ଅଭ୍ୟାସଗତ ଅପରାଧୀଙ୍କୁ ବିଜେପି ବଡ଼ ପଦରେ ବସାଇଛି । ଛତ୍ରପୁର ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଦଳର କୁହାଳିଆ ନେତା ଗିରଫ ଭୟରେ ଶୌଚାଳୟରେ ଲୁଚିଥିଲେ । ଜଘନ୍ୟ ଅପରାଧରେ ସମ୍ପୃକ୍ତ ବିଜେପି ନେତା ଅପରାଧ ସମ୍ପର୍କରେ ପ୍ରବଚନ ଦେବା ବିଡ଼ମ୍ବନା ।'' ଏହା କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା । ହତ୍ୟା ମାମଲାଠୁ ଆରମ୍ଭ କରି ସବୁପ୍ରକାର ଗୋଲକଧନ୍ଦାରେ ଓଡ଼ିଶା ବିଜେପିର ଜଣେ କୁହାଳିଆ ନେତା ସମ୍ପୃକ୍ତ ଅଛନ୍ତି । ସେ କିଭଳି କଳଙ୍କିତ ଚରିତ୍ରର ବ୍ୟକ୍ତି, ତାହା ସମସ୍ତଙ୍କୁ ଜଣା ବୋଲି ବିଜେଡି ମୁଖପାତ୍ର କଟାକ୍ଷ କରିଛନ୍ତି ।

ତୁମ୍ବନାଥ ପଣ୍ଡା କହିଛନ୍ତି,‘ରାଜ୍ୟ ବିଜେପିର ମୁଖପାତ୍ର ଥିବା ଜଣେ କଳଙ୍କିତ ନେତା ଆଜି ଅପରାଧ ସଂପର୍କରେ ନୀତିବାଣୀ ଶୁଣାଉଛନ୍ତି । ଛତ୍ରପୁର ହତ୍ୟା ମାମଲାରେ ସମ୍ପୃକ୍ତି ପଦାକୁ ଆସିବା ପରେ ଏହି ନେତା ଜଣକ ଗିରଫ ହେବା ଭୟରେ ଓଡ଼ିଶାରୁ ଲୁଚି ପଳାଇଥିଲେ । ପୋଲିସ ଯେବେ ଜେରା ପାଇଁ ଡାକିଥିଲା, ସେ ଶୌଚାଳୟରେ ପଶିଥିଲେ । ପୋଲିସର ଗୋଡ଼ ଧରି କାନ୍ଦିଥିଲେ । ଏ କଥା କାହାକୁ ଅଛପା ନାହିଁ ।’

ଏହାମଧ୍ୟ ପଢନ୍ତୁ: ମୁହଁ ଖୋଲିଲେ ଜିଲ୍ଲା ବିଜେଡି ଉପସଭାପତି, କହିଲେ ମୋ ନାଁ ବିଧାୟକ ଦେଇଥିବେ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ବିଜେପିର ଅନେକ ସାନ ବଡ଼ ନେତାଙ୍କ ଅପରାଧର ଚିଠା ବେଶ ଲମ୍ବା । ଏଠି କେବଳ ଦୁଇ ଜଣ ନେତାଙ୍କୁ ଉଦାହରଣ ଆକାରରେ ନେଇ ହେବ । ହତ୍ୟା ଓ ମରଣାନ୍ତକ ଆକ୍ରମଣରେ ସମ୍ପୃକ୍ତ ହୋଇ ଜେଲ ଯାଇଥିବା ଜୟନାରାୟଣ ମିଶ୍ରଙ୍କୁ ରାଜ୍ୟ ବିଜେପି ବିରୋଧୀ ଦଳର ନେତା ଭଳି ସାମ୍ବିଧାନିକ ପଦରେ ବସାଇଛି । ଆଉ ଜଣେ ଅଭ୍ୟାସଗତ ଅପରାଧୀ ଈରାଶିଷ ଆଚାର୍ଯ୍ୟ ଏବେ ବିଜେପି ଯୁବମୋର୍ଚ୍ଚାର ସଭାପତି । ହତ୍ୟା, ଗୁଣ୍ଡାଗର୍ଦ୍ଦିରେ ସମ୍ପୃକ୍ତ ଈରାଶିଷ କିଛି ମାସ ତଳେ ରାଜଧାନୀରେ କିଭଳି କାଣ୍ଡ କରିଥିଲେ, ତାହା ଓଡ଼ିଶାବାସୀ ଦେଖିଛନ୍ତି । ତେଣୁ ରାଜ୍ୟ ବିଜେପିର ବଡ଼ ବଡ଼ ପଦପଦବୀରେ ବସିଥିବା ଏଭଳି ଅଭ୍ୟାସଗତ ଅପରାଧୀମାନେ ଅପରାଧ ସମ୍ପର୍କରେ ପ୍ରବଚନ ଦେବା ପୂର୍ବରୁ ପ୍ରଥମେ ଆଇନାରେ ନିଜ ମୁହଁ ଦେଖି ନିଅନ୍ତୁ ।

ଗ୍ୟାଙ୍ଗଷ୍ଟାର ଟିଟୋର ପୂର୍ବତନ ସହଯୋଗୀ ବାପୁ ପରିଡାଙ୍କୁ ଜଗତସିଂହପୁର ଜିଲ୍ଲା ବିଜେଡିର ଉପସଭାପତି ଭାବେ ନିଯୁକ୍ତି ମିଳିଛି । ଜଣେ ଅପରାଧୀକୁ ଜିଲ୍ଲା ଉପସଭାପତି କରିବା ପ୍ରସଙ୍ଗରେ ଦଳ ପକ୍ଷରୁ ପ୍ରତିକ୍ରିୟା ରଖିଥିଲେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ଗୋଲକ କହିଥିଲେ ଯେ, ବିଜୁ ଜନତା ଦଳ ହେଉଛି ଅପରାଧୀଙ୍କ ବଳ । ଅନେକ ମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା ଥିବା ଆମେ ଅଭିଯୋଗ ଆଣିବା ପରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାହାର କରାଯାଇଛି । ପରୋକ୍ଷରେ ବିଜେଡି ଅପରାଧୀ ମନ୍ତ୍ରୀ ଥିବା ସ୍ବୀକାର କରିଛି । ବିଜେଡିର ଅଧିକ ବିଧାୟକ ଓ ସାଂସଦ ଅପରାଧୀ, ଏହା ଏଡିଆର ରିପୋର୍ଟରେ ଆସିଛି । ଏସଟିଏଫ ଯାହାକୁ ଉଠାଇଥିଲା ସେ ଆଜି ବିଜେଡିରେ ଜିଲ୍ଲା ଉପସଭାପତି । ଯିଏ ଅପରାଧ କଲା ସିଏ ଆଜି କର୍ମକର୍ତ୍ତା ହେଲା, ମନ୍ତ୍ରୀ ନେତା ହେଲା । ବିଜୁ ଜନତା ଦଳ ୱାସିଂ ମେସିନ ଭଳି କାମ କରୁଛି । ବିଜେଡି ଅପରାଧୀଙ୍କୁ ନିଜ ଦଳରେ ମନ୍ତ୍ରୀ ଓ କାର୍ଯ୍ୟକର୍ତ୍ତା କରି ତାଙ୍କୁ ସ୍ୱଚ୍ଛ କରୁଛି । ଗୋଲକଙ୍କ ଏହି ବକ୍ତବ୍ୟର ଜବାବ ରଖିଛନ୍ତି ତୁମ୍ବନାଥ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.