ETV Bharat / state

ପାଗଳାମୀ କରୁଛନ୍ତି ଜୟନାରାୟଣ, ବାଚାଳାମୀ ବନ୍ଦ ନକଲେ ୨୨ରୁ ୨କୁ ଖସିବ ବିଜେପି: ବିଜେଡି

author img

By ETV Bharat Odisha Team

Published : Oct 5, 2023, 9:27 AM IST

ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଘେରିବା ପରେ ଜୟ ନାରାୟଣଙ୍କୁ ବିଜେଡିର ଟାର୍ଗେଟ । ଜୟ ନାରାୟଣ ପାଗଳର ପ୍ରଳାପ କରୁଛନ୍ତି ବୋଲି କହିଲେ ଇପ୍ସିତା ସାହୁ । ଅଧିକ ପଢନ୍ତୁ

bjd spokesperson target jayanarayan mishra

ଭୁବନେଶ୍ବର: ବିଜେଡି ନେତାଙ୍କ ଟାର୍ଗେଟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଘେରିବା ପରେ ଏହାର ଉତ୍ତର ରଖିଛି ବିଜେଡି । ସୌଜନ୍ୟତାର ସୀମା ଟପି ଜୟ ନାରାୟଣ ପାଗଳର ପ୍ରଳାପ କରୁଛନ୍ତି । ଯଦି ଆଗାମୀ ୬ ମାସ ଏଭଳି ବାଚାଳାମୀ ଜାରି ରୁହେ ତେବେ ରାଜ୍ୟ ବିଜେପିର ଆସନ ସଂଖ୍ୟା ବିଧାନସଭାରେ ୨୨ରୁ ୨କୁ ଖସିଆସିବାଟା ଏକ ପ୍ରକାର ନିଶ୍ଚିତ ବୋଲି କହିଲେ ବିଜେଡି ମୁଖପାତ୍ର ଇପ୍ସିତା ସାହୁ ।

ଇପ୍ସିତା ସାହୁ କହିଛନ୍ତି ଯେ, ଧନ୍ୟବାଦ ଜୟ ନାରାୟଣ ବାବୁ, ଆପଣ ଯେଉଁଭଳି ପାଗଳର ପ୍ରଳାପ କରୁଛନ୍ତି, ଲାଗୁଛି ଆଗାମୀ ନିର୍ବାଚନରେ ଆଉ ବିଜେଡିକୁ ପ୍ରଚାର କରିବା ଦରକାର ପଡ଼ିବ ନାହିଁ । ଆପଣଙ୍କର ଏଭଳି ପାଗଳାମୀ ରାଜ୍ୟ ବିଜେପିକୁ ଧ୍ୱଂସ କରିଦେବାକୁ ଯଥେଷ୍ଟ । ଶୁଣିବାକୁ ମିଳିଲା କୋଲକାତାରେ ଚିକିତ୍ସିତ ହେଉଥିବା ବେଳେ ହସ୍ପିଟାଲରୁ ଆପଣ ଅଧାରୁ ଚାଲି ଆସିଛନ୍ତି । ସେଠାରେ ପାଗଳାମୀ ଦୂର କରିବାକୁ ଇଲେକ୍ଟ୍ରିକ ସକ୍‌ ଟ୍ରିଟମେଣ୍ଟ୍‌ ଆରମ୍ଭ କରାଯିବା ଶୁଣି ଛାନିଆ ହୋଇ ଚାଲିଆସିଛନ୍ତି । ଯେହେତୁ ଆପଣ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇନାହାନ୍ତି, ତେଣୁ ପାଗଳର ପ୍ରଳାପ ଜାରି ରଖିଛନ୍ତି । ଜୟନାରାୟଣ ବାବୁ, ନା ଆପଣ ରାଜ୍ୟ ବିଜେପି ସଭାପତିଙ୍କ କଥା ଶୁଣୁଛନ୍ତି, ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥାକୁ ଗୁରୁତ୍ୱ ଦେଉଛନ୍ତି । ଯଦି ଆଗାମୀ ୬ ମାସ ଏଭଳି ଆପଣ ବାଚାଳାମୀ ଜାରି ରଖନ୍ତି ତେବେ ରାଜ୍ୟ ବିଜେପିର ଆସନ ସଂଖ୍ୟା ବିଧାନସଭାରେ ୨୨ରୁ ୨କୁ ଖସିଆସିବାଟା ଏକ ପ୍ରକାର ନିଶ୍ଚିତ ବୋଲି କହିଛନ୍ତି ଇପ୍ସିତା । ବିଜେଡିର ଏପରି ବୟାନକୁ ନେଇ ଜୟନାରାୟଣଙ୍କ ପ୍ରତିକ୍ରିୟା ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।

ଏହା ମଧ୍ୟ ପଢନ୍ତୁ-ଏନଏଚ-55କୁ ନେଇ ରୋହିତ-ଜୟ ମୁହାଁମୁହିଁ; ବ୍ୟକ୍ତିଗତ ସ୍ତରକୁ ଗଲା ଆରୋପ-ପ୍ରତ୍ୟାରୋପ

କିଛିଦିନ ପୂର୍ବେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଜୟ ନାରାୟଣ । ୨୦୧୯ ମସିହା ପରଠାରୁ ବିଧାନସଭା ଅଧିବେସନକୁ ସଂପୂର୍ଣ୍ଣ ଚଳାଇ ନାହାନ୍ତି ରାଜ୍ୟ ସରକାର । ମୌସୁମୀ ଅଧିବେଶନରେ ୭ଟି କାର୍ଯ୍ୟ ଦିବସରୁ ୭ ଘଣ୍ଟା ଚଳେଇ ନପାରି ବିଧାନସଭାକୁ ବନ୍ଦ କରିଦେଲେ ରାଜ୍ୟ ସରକାର । ବିଧାନସଭା ବନ୍ଦ କରି ସରକାର ପଳାୟନପନ୍ଥୀ ସାଜିଛନ୍ତି । ମୁଖ୍ୟମନ୍ତ୍ରୀ ୨୦୧୯ ମସିହାରୁ ଗୋଟିଏ ବି ପ୍ରଶ୍ନର ଛିଡ଼ା ହୋଇକି ଉତ୍ତର ରଖିନାହାଁନ୍ତି, ହଠାତ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସୁରକ୍ଷା ଦେବା ପାଇଁ ଗୃହରେ ଲିଖିତ ବିବରଣୀ ପଢ଼ିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସୁରକ୍ଷା ଦେବାକୁ ବିରୋଧୀ ଦଳକୁ ନିନ୍ଦା କରିବାକୁ ଯାଇ ଜନବିରୋଧୀର ଆଖ୍ୟା ଦେଲେ ବୋଲି କହିଛନ୍ତି । ଯାହାର ଜବାବ ରଖିଛି ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.