ETV Bharat / state

ଶିଳ୍ପ ବିକାଶରେ ଅସହିଷ୍ଣୁ ବିଜେପି, ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ମିଥ୍ୟା ପ୍ରଚାର ଚଳାଇଛି: ବିଜେଡି

author img

By ETV Bharat Odisha Team

Published : Dec 22, 2023, 9:56 PM IST

BJD Press Meet: ରାଜ୍ୟରେ ହେଉଥିବା ଶିଳ୍ପର ବିକାଶରେ ରାଜ୍ୟ ବିଜେପି ଅସହିଷ୍ଣୁ ହୋଇପଡ଼ିଥିବା ଅଭିଯୋଗ କରିଛି ବିଜେଡି । ତେଣୁ ଜାଣିଶୁଣି ଓଡ଼ିଶାର ଶିଳ୍ପ ବିକାଶକୁ ନେଇ ବିଜେପି ମିଥ୍ୟା ଓ ମନଗଢ଼ା ପ୍ରଚାର ଚଳାଇଛି ବୋଲି ବିଜେଡି କହିଛି । ଅଧିକ ପଢ଼ନ୍ତୁ

BJD Press Meet
BJD Press Meet
BJD Press Meet

ଭୁବନେଶ୍ବର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜନୀତି ସେତିକି ଜୋର ଧରିଛି । ନିଜର ସଂକୀର୍ଣ୍ଣ ସ୍ବାର୍ଥ ପାଇଁ ଓଡ଼ିଶାକୁ ବଦନାମ କରିବାର ଅଭ୍ୟାସ ଓଡ଼ିଶା ବିଜେପିର ରହିଛି ବୋଲି ସଙ୍ଗୀନ ଅଭିଯୋଗ କରିଛି ବିଜେଡି । ତେଣୁ ଜାଣିଶୁଣି ଓଡ଼ିଶାର ଶିଳ୍ପ ବିକାଶକୁ ନେଇ ବିଜେପି ମିଥ୍ୟା ଓ ମନଗଢ଼ା ପ୍ରଚାର ଚଳାଇଛି ବୋଲି ବିଜେଡି କହିଛି । ଯେଭଳି ଓଡିଶା ବିଜେପି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛି, ତାହାକୁ ରୋକିବା ପାଇଁ ଓଡ଼ିଶାବାସୀଙ୍କୁ ସତ ଜାଣିବା ନିହାତି ଜରୁରୀ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଓ ସୋଫିଆ ଆଲାମ ।

ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଗତ ୨୩ ବର୍ଷ ମଧ୍ୟରେ ଶିଳ୍ପାୟନ ଓ ରୋଜଗାର ଯୋଗାଇବା ପଥରେ ଦ୍ରୁତ ଗତିରେ ଅଗ୍ରସର ହୋଇଛି । ୨୦୨୧-୨୨ ବର୍ଷ ପାଇଁ ସର୍ବାଧିକ ରାଜସ୍ବ ବଳକା ରାଜ୍ୟ ଭାବେ ଓଡିଶା ଭାରତର ଏକ ନମ୍ବର ରାଜ୍ୟ ଭାବେ ପରିଗଣିତ ହୋଇଛି । ଓଡ଼ିଶା ଭାରତର ଦ୍ରୁତ ଅଭିବୃଦ୍ଧି ରାଜ୍ୟ ତାଲିକାର ଶୀର୍ଷରେ ରହିଛି । କ୍ରମାଗତ ଭାବେ ୧୧.୫ ପ୍ରତିଶତ ଅଭିବୃଦ୍ଧି ହାର ସହ ଜାତୀୟ ହାର ଠାରୁ ଅଧିକ ଅଛି । ସିଏମ୍‌ଆଇଇ କ୍ୟାପେକ୍ସ ଡାଟାବେସ ଏବଂ ସିଆଇଆଇ ଗବେଷଣା ଅନୁଯାୟୀ, ୨୦୨୩-୨୪ ବର୍ଷରେ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ଓଡ଼ିଶା ଭାରତର ଦ୍ବିତୀୟ ସ୍ଥାନରେ ରହିଛି ।"

ସେହିଭଳି ଭାରତୀୟ ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ୨୦୨୩ ଆର୍ଥିକ ବର୍ଷରେ ବ୍ୟାଙ୍କ ସହାୟତାରେ ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିବା କ୍ଷେତ୍ରରେ ଓଡ଼ିଶା ଭାରତର ତୃତୀୟ ଶୀର୍ଷ ରାଜ୍ୟ ଭାବେ ଉଭା ହୋଇଛି । ଏହା ଆର୍ଥିକ କ୍ଷେତ୍ରରେ ରାଜ୍ୟର ବଢୁଥିବା ବିଶ୍ବସନୀୟତା ଏବଂ ଆକର୍ଷଣର ପ୍ରମାଣ । ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଉଛି । ଇସ୍ପାତ ଉତ୍ପାଦନ ୧୫ ଗୁଣ ବୃଦ୍ଧି ପାଇଛି । ଆଲୁମିନା ଓ ଆଲୁମିନିୟମ ଉତ୍ପାଦନ ୭.୮ ଗୁଣ ବୃଦ୍ଧି ପାଇଛି । ଏହି ବିପୁଳ ଅଭିବୃଦ୍ଧି ଭାରତର ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି । ଭାରତରେ ଇସ୍ପାତ ଉତ୍ପାଦନରେ ଓଡ଼ିଶା ଝାଡ଼ଖଣ୍ଡକୁ ୧.୩୬ ଗୁଣ ପଛରେ ପକାଇ ଆଗରେ ଥିବାବେଳେ ଛତିଶଗଡ଼ ପଛକୁ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ପୋଲିସ ଉପସ୍ଥିତିରେ ବିଜେଡିର ଗୁଣ୍ଡାରାଜ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଉଦାହରଣ: ଲେଖାଶ୍ରୀ

ଲେନିନ ଆହୁରି କହିଛନ୍ତି, "ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶର ସବୁଠାରୁ ଆଗରେ ରହିଛି । ବିଜେଡି ସରକାର ୨୦୨୧-୨୨ ସୁଦ୍ଧା ପ୍ରାୟ ୧୧ ହଜାର ଏକର ପରିମିତ ଅଞ୍ଚଳ ଓ ୧୫୦୦ରୁ ଅଧିକ ନିର୍ମିତ ସେଡ ସହ ରେକର୍ଡ ୧୨୦ଟି ଶିଳ୍ପାଞ୍ଚଳ ପ୍ରତିଷ୍ଠା କରିଛନ୍ତି । ବିଗତ ୨୩ ବର୍ଷରେ ଓଡ଼ିଶାର ଇସ୍ପାତ ଉତ୍ପାଦନ ୧୫ ଗୁଣା ବୃଦ୍ଧି ପାଇଛି । ବାର୍ଷିକ ୨.୧ ନିୟୁତ ମେଟ୍ରିକ ଟନରୁ ୩୧.୪ ଏମ୍‌ଏମ୍‌ଟିପିଏରେ ପହଞ୍ଚିଛି । ଆଲୁମିନା ଉତ୍ପାଦନ ୦.୮ରୁ ୬.୫ ଏମ୍‌ଏମ୍‌ଟିପିଏ ପର୍ଯ୍ୟନ୍ତ ୮ ଗୁଣ ବୃଦ୍ଧି ପାଇଛି । ଆଲୁମିନିୟମ ଉତ୍ପାଦନ ୦.୩୪୫ରୁ ୭.୫ ଗୁଣ ବୃଦ୍ଧି ପାଇ ୨.୬ ଏମ୍‌ଏମ୍‌ଟିପିଏ ହୋଇଛି । ସିମେଣ୍ଟ ଉତ୍ପାଦନ ୨୨.୫ ଗୁଣ ବୃଦ୍ଧି ପାଇ ୧.୦ରୁ ୨୨.୫ ଏମ୍‌ଏମ୍‌ଟିପିଏରେ ପହଞ୍ଚିଛି । ବନ୍ଦର କ୍ଷମତା ୨୦.୫ ଏମ୍‌ଏମ୍‌ଟିପିଏରୁ ୧୭୬ ଏମ୍‌ଏମ୍‌ଟିପିଏ ପର୍ଯ୍ୟନ୍ତ ୮.୬ ଗୁଣ ବୃଦ୍ଧି ପାଇଛି । ଶକ୍ତି କ୍ଷମତା ୩.୫ ଗୁଣ ବୃଦ୍ଧି ପାଇ ୫୦୦୯ ମେଗାୱାଟ୍‌ରୁ ୧୭,୬୮୫ ମେଗାୱାଟ୍‌ରେ ପହଞ୍ଚିଛି ।"

ସେହିଭଳି ବିଜେଡି ମୁଖପାତ୍ର ସୋଫିଆ ଆଲାମ କହିଛନ୍ତି, "ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ ପରିବର୍ତ୍ତନ ହୋଇଛି । ବିଶ୍ବସ୍ତରୀୟ ସୁବିଧାର ବିକାଶ ଓ ପ୍ରଗତି ଚାଲିଛି । ଶିଳ୍ପାୟନ ଓ ଏହାଦ୍ବାରା ରାଜ୍ୟ ପାଇଁ ଅଧିକ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବାରେ ଲାଗିଛି । ଏହା ହେଉଛି ତାହାର ଏକ କ୍ଷୁଦ୍ର ଝଲକ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିଜେଡି ସରକାର ଯେଉଁ ଭଲ କାମ କରିଆସୁଛି ସେଥିପାଇଁ ଓଡ଼ିଶାବାସୀ ଅତ୍ୟନ୍ତ ଗର୍ବିତ । କିନ୍ତୁ ଦୁର୍ଭାଗ୍ୟବଶତଃ ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ପାଇଁ ଓଡ଼ିଶାକୁ ଭାରତ ତଥା ବିଶ୍ବସ୍ତରରେ ବଦନାମ କରୁଛି ଓଡିଶା ବିଜେପି । ଓଡ଼ିଶା ବିଜେପି ଅଭ୍ୟାସଗତ ଭାବେ ମିଥ୍ୟା ପ୍ରଚାର କରିବାରେ ଲାଗିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.