ETV Bharat / state

Biju Jayanti: ପ୍ରବାଦ ପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଲା ବିଜେଡି - ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଲେ ବିଜେଡି ନେତା, ମନ୍ତ୍ରୀ ଓ ଭୁବନେଶ୍ବର ମେୟର । ଅଧିକ ପଢନ୍ତୁ

Biju Jayanti
Biju Jayanti
author img

By

Published : Mar 5, 2023, 1:01 PM IST

Biju Jayanti

ଭୁବନେଶ୍ବର: ଆଜି ବିଜୁ ଜୟନ୍ତୀ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଦିବସ । ଏହି ଅବସରରେ ଓଡ଼ିଶାର ବରପୁତ୍ରକୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ରାଜ୍ୟ । ବିଜୁ ପଟ୍ଟନାୟକ ପାର୍କରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଛି । ବିଜୁ ଜନତା ଦଳ ପକ୍ଷରୁ ମନ୍ତ୍ରୀ, ବିଧାୟକ କର୍ପୋରେଟର ଓ କର୍ମୀମାନେ ଏକାଠି ହୋଇ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଆଜିର ଦିନରେ ସମସ୍ତେ ନୂତନ ଓଡ଼ିଶାର ସ୍ରଷ୍ଟାଙ୍କୁ ମନେ ପକାଇବା ସହ ଓଡିଶା ପ୍ରତି ଥିବା ତାଙ୍କ ଅନନ୍ୟ କୃତିର ସ୍ମୃତି ଚାରଣ କରିଛନ୍ତି । ବିଭିନ୍ନ ଦଳର ନେତା ଓ ସାଧାରଣ ଜନତା ମଧ୍ୟ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

ବିଜୁ ପଟ୍ଟନାୟକଙ୍କୁ ଓଡ଼ିଶାର ବରପୁତ୍ର କୁହାଯାଏ । ତାଙ୍କର ଯୁଗାନ୍ତକାରୀ କାର୍ଯ୍ୟ ବିଶ୍ବରେ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି । ତେଣୁ ଓଡ଼ିଆ ଜାତି ତାଙ୍କୁ ନେଇ ଖାଲି ଗର୍ବ କରେନି ବିଜୁ ପଟ୍ଟନାୟକଙ୍କ ପାଇଁ ସାରା ବିଶ୍ୱରେ ଓଡିଶା ଏକ ସ୍ୱତନ୍ତ୍ର ସମ୍ମାନ ପାଏ । ଜଣେ ଉତ୍ତମ ଜନନେତା ଭାବରେ ମାଟି ଓ ମାଆ ପାଇଁ କାମ କରିବାର ଆଗ୍ରହ ତାଙ୍କୁ ରାଷ୍ଟ୍ରନେତା ବା ଷ୍ଟେଟ୍ସମ୍ୟାନ ଆଖ୍ୟା ଦେଇଛି । ସେ କଟକରୁ ଇଣ୍ଡୋନେସିଆ ଯାଏଁ ନିଜର ସାହାସିକତା, ବୁଦ୍ଧିମତା ଓ ଜନନେତାର ଛାପ ଛାଡ଼ି ଯାଇଛନ୍ତି ।

ସେ ଟଲ୍ ମ୍ୟାନ ଭାବେ ମଧ୍ୟ ବେଶ୍ ପରିଚିତ । ଏକ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ଓଡ଼ିଶା ତାଙ୍କର ସ୍ବପ୍ନ ଥିଲା । ଆଜିର ଦିନରେ ତାଙ୍କୁ ମନେପକାଇ ବିଜେଡି ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି, ''ବିଜୁ ପଟ୍ଟନାୟକ ସର୍ବଦା ଓଡ଼ିଆ ଜାତି ଓ ରାଜ୍ୟର ଭବିଷ୍ୟତ କଥା ଚିନ୍ତା କରୁଥିଲେ । ଆମେ ଗୋଟିଏ ଯୋଜନା କଥା ଚିନ୍ତା କରୁଥିବାବେଳେ ସେ ଗରିବ ଖଟିଖିଆ ଓ ମଧ୍ୟବିତ୍ତ ମଣିଷଙ୍କ ପାଇଁ ଶହେଟା ଯୋଜନା ଚିନ୍ତା କରୁଥିଲେ । ରାଜ୍ୟ କେତେ ଅଗ୍ରଗତି କରୁଛି ସେନେଇ ଚିନ୍ତା କରୁଥିଲେ । ପ୍ରାକୃତିକ ସମ୍ବଳର ଉପଯୋଗ କରି ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ସେ ଅହରହ ପ୍ରୟାସ କରୁଥିଲେ । ଏହି ସ୍ବପ୍ନ ଆଜି ତାଙ୍କର ପୁଅ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରା କରୁଛନ୍ତି । ''

ଏହାସହିତ ସଞ୍ଜୟ ଦାସ ବର୍ମା ବିଜୁ ପଟ୍ଟନାୟକଙ୍କ ଦିଗଦର୍ଶନ, ଚିନ୍ତା ଚେତନାକୁ ନିଜ ଜୀବନରେ ରୂପାନ୍ତରିତ କରି ତାଙ୍କର ସ୍ୱପ୍ନକୁ ପୁରା କରିବାକୁ ଆହ୍ବାନ କରିଛନ୍ତି । ଏଭଳି ଯଦି ଆମେ ସମସ୍ତେ କରିପାରିବା ତେବେ ତାହା ହିଁ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି । ଏହି ଅବସରରେ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଉତ୍ତର ବିଧ୍ୟାୟକ ସୁଶାନ୍ତ ରାଉତ, ଅରୂପ ପଟ୍ଟନାୟକ ସମେତ କର୍ପୋରେଟର ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.