ETV Bharat / state

ରାଜ୍ୟରେ ମନ୍ଥର ଗତିରେ ଚାଲିଛି ଜାତୀୟ ରାଜପଥ କାମ, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ BJD ସାଂସଦ

author img

By

Published : Dec 23, 2022, 8:29 AM IST

ଓଡ଼ିଶାରେ ଜାତୀୟ ରାଜପଥ କାର୍ଯ୍ୟ ତ୍ବରାନ୍ବିତ କରିବାକୁ କେନ୍ଦ୍ରମନ୍ତ୍ରୀ ଭି.କେ ସିଂଙ୍କୁ ଭେଟିଲେ ବିଜେଡି ସାଂସଦ । ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ଭିକେ ସିଂଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ବର: ଓଡ଼ିଶାରେ ମନ୍ଥର ଗତିରେ ଚାଲିଛି ଜାତୀୟ ରାଜପଥ କାମ । ତ୍ୱରାନ୍ୱିତ ହେଉନି ରାସ୍ତା ନିର୍ମାଣ କାର୍ଯ୍ୟ । ଏହାସହିତ କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପ ମଧ୍ୟ ଧିମା ପଡ଼ିଛି । ଜାତୀୟ ରାଜପଥ କାମ ତ୍ବାରାନ୍ବିତ କରିବାକୁ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ରାଷ୍ଟ୍ରମନ୍ତ୍ରୀ ଭି.କେ ସିଂଙ୍କୁ ଭେଟି ଦାବି କରିଛନ୍ତି ବିଜେଡି ସାଂସଦ(BJD MPs meet Union Minister V. K . Singh) । ବିଜେଡି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି । ଓଡିଶାରେ ରାଜପଥଗୁଡ଼ିକର ରକ୍ଷଣାବେକ୍ଷଣ ଓ ନୂତନ ରାଜପଥ ଦାବି କରାଯାଇଛି । ରାଜ୍ୟରେ ଅନେକ ଜାତୀୟ ରାଜପଥ ପାଇଁ ପ୍ରକଳ୍ପ ବିଚାରାଧୀନ ଅଛି । କାର୍ଯ୍ୟକାରୀ ପ୍ରକଳ୍ପ ଗୁଡିକର କାମ ଧିମେଇ ଯାଇଛି ।

କଟକ-ସମ୍ବଲପୁର ଜାତୀୟ ରାଜପଥ ପଶ୍ଚିମ ଓଡ଼ିଶା ସହ ସଂଯୋଗ ଲାଗି ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହାର କାର୍ଯ୍ୟ ପଛୁଆ ଚାଲିଛି । ଫଳରେ ନିତିଦିନ ଦୁର୍ଘଟଣା ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ସେହିପରି ରାଜମୁଣ୍ଡା-ବାରକୋଟ ରାଜପଥ ଇସ୍ପାତ ନଗରୀ ରାଉଲକେଲା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଜାନୁଆରୀ ମାସରେ ହକି ବିଶ୍ୱକପ ( Hockey World Cup 2023 ) ଆୟୋଜନ ହେବାକୁ ଥିବାରୁ ଏହା ଚିନ୍ତା ବଢ଼ାଇଛି । ଏହା ସହ ରାଜ୍ୟ ଦେଇ ଯାଇଥିବା ରାଜପଥଗୁଡ଼ିକର ଠିକ ସମୟରେ ରକ୍ଷଣାବେକ୍ଷଣ ହେଉନଥିବା ବିଜେଡି ଅଭିଯୋଗ କରିଛି । ବିଭାଗ ଏ ସମ୍ପର୍କରେ ସର୍ଭେ କରି ମରାମତି ଓ ରକ୍ଷଣାବେକ୍ଷଣ ଲାଗି ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ବିଜେଡି ଦାବି କରିଛି (BJD MPs Urge To Speed Up Pending NH Projects)।

ଏହାମଧ୍ୟ ପଢନ୍ତୁ: Hockey World Cup: ସର୍ବଦଳୀୟ ବୈଠକରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଆମନ୍ତ୍ରଣ ହେବେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ

ଉପକୂଳ ରାଜପଥ ନିର୍ମାଣ ପାଇଁ ଏନଏଚଏଆଇ ଆଖିଦୃଶିଆ ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ଏହି ରାଜପଥ ନିର୍ମାଣ ହେଲେ ଉପକୂଳ ଓଡିଶାର ଜନସାଧାରଣଙ୍କର ସାମାଜିକ ଓ ଆର୍ଥିକ ବିକାଶ ହୋଇପାରିବ । ଏହାସହିତ ପରିବହନ ଏବଂ ଗମନାଗମନ ବ୍ୟବସ୍ଥାରେ ସୁଧାର ଆସିବ । ଓଡ଼ିଶା ପାଇଁ ନୂଆ ଜାତୀୟ ରାଜପଥ ପ୍ରକଳ୍ପ ଘୋଷଣା କରିବାର ଆବଶ୍ୟକତା ରହିଛି । ପଲାସା-ପାରଳାଖେମୁଣ୍ଡି-ରମାନାଗୁଡା-ବିଷମକଟକ-ମୁନିଗୁଡା-ଭବାନୀପାଟଣା- ଖରିଆର-ବଙ୍ଗମୁଣ୍ଡା-ପଟଣାଗଡ଼-ପଦ୍ମପୁର, ଓଡିଶା-ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳ ଲାଗି ନୂଆ ଜାତୀୟ ରାଜପଥ ଘୋଷଣାର ଆବଶ୍ୟକତା ଥିବା ବିଜେଡି ଦାବି କରିଛି । ବିଜେଡି ପ୍ରତିନିଧି ଦଳରେ ବିଜେଡି ସଂସଦୀୟ ଦଳର ସାଧାରଣ ସମ୍ପାଦକ ଅମର ପଟ୍ଟନାୟକ, ରାଜ୍ୟସଭାରେ ବିଜେଡି ନେତା ସସ୍ମିତ ପାତ୍ର, ମୁଖ୍ୟ ସଚେତକ ସୁଲତା ଦେଓ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି ।

ଏହାମଧ୍ୟ ପଢନ୍ତୁ: ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ହକି ବିଶ୍ଵକପର ସଫଳତା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.