ETV Bharat / state

No Confidence Motion: ବିରୋଧ କଲା ବିଜେଡି, ନିଜ ନାକ କାଟୁଛି କଂଗ୍ରେସ: ପିନାକୀ

author img

By

Published : Aug 8, 2023, 5:29 PM IST

ନିଜ ଭାଷଣରେ ପିନାକୀ ଲୋକସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହିତ ନବୀନ ଦେଶର ଦ୍ବିତୀୟ ସର୍ବାକଳୀନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି । ଏହାସହିତ ମୋଦିଙ୍କୁ ଜଣେ ମହାନ ବକ୍ତା ବୋଲି କହିଛନ୍ତି ପିନାକୀ । ଅଧିକ ପଢନ୍ତୁ

No Confidence Motion
No Confidence Motion
ବିରୋଧ କଲା ବିଜେଡି, କେନ୍ଦ୍ର ନିକଟରେ ଆମେ କୃତଜ୍ଞ: ପିନାକୀ

ନୂଆଦିଲ୍ଲୀ: ପୂର୍ବ ଘୋଷଣା ଅନୁସାରେ ଲୋକସଭାରେ ଆଜି ବିଜେଡି ବିରୋଧୀ ଇଣ୍ଡିଆ ମେଣ୍ଟର ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିଛି। ଦଳ ପକ୍ଷରୁ ଲୋକସଭା ସଂସଦୀୟ ନେତା ପିନାକୀ ମିଶ୍ର ବିତର୍କରେ ଭାଗ ନେଇ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବା ସହିତ, କଂଗ୍ରେସକୁ କଡା ସମାଲୋଚନା କରିଥିଲେ ।

ଏହାବି ପଢନ୍ତୁ- LokSabha: NDA ପାଇଁ ଇଣ୍ଡିଆ ମେଣ୍ଟ ବିରୋଧରେ ଲଢିଲା BJD !

ନିଜ ଭାଷଣରେ ପିନାକୀ ଲୋକସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହିତ ନବୀନ ଦେଶର ଦ୍ବିତୀୟ ସର୍ବାକଳୀନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି । ଯଦି ଜଗନ୍ନାଥଙ୍କ ଆଶୀର୍ବାଦ ହୁଏ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ଦେଶର ସର୍ବକାଳୀନ ମୁଖ୍ୟମନ୍ତ୍ରୀ ହେବେ । ନବୀନ ପଟ୍ଟନାୟକ ସଂଘୀୟ ବ୍ୟବସ୍ଥାରେ ବିଶ୍ବାସ କରନ୍ତି । ସଂସଦର ପଦ ମର୍ଯ୍ୟାଦାକୁ ବିଶ୍ବାସ କରନ୍ତି । ଓଡିଶାରେ ଆମର ପ୍ରମୁଖ ବିରୋଧୀ ଦଳ ହେଉଛି ବିଜେପି । ତଥାପି ଗତ ଶନିବାର ଅମିତ ଶାହ ଭୁବନେଶ୍ବର ଗସ୍ତବେଳେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦ୍ବିତୀୟ ସର୍ବକାଳୀନ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ଗୃହମନ୍ତ୍ରୀ କହିଛନ୍ତି ନବୀନ ବାବୁ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ।

ଏହାବି ପଢନ୍ତୁ- Lok Sabha: ଯେତେବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ପୁଅ ଲୋକସଭାରେ ପଢିଲେ ହନୁମାନ ଚାଳିଶା

ଆମେ ବିଜେପି ବିରୋଧରେ ଲଢେଇ କରୁଛୁ । ଏହା ସତ୍ତ୍ୱେ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରୁଛୁ । କାରଣ କେନ୍ଦ୍ର ସରକାର ଓଡିଶା ସରକାରଙ୍କ ବହୁ ଦାବି ମାନିଛନ୍ତି । ପୁରୀ ବିମାନ ବନ୍ଦର ପାଇଁ ଅନୁମତି ଦେଇଛନ୍ତି। ଶ୍ରୀଜଗନ୍ନାଥଙ୍କ ଐତିହ୍ୟ ପ୍ରକଳ୍ପ ପାଇଁ କାର୍ଯ୍ୟକୁ ସ୍ବୀକୃତି ଦେଇଛନ୍ତି । ଓଡିଶାର ବିକାଶ ପାଇଁ ସହଯୋଗ କରୁଛନ୍ତି । ତଥାପି ରାଜ୍ୟର ଏକାଧିକ ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିନାହାଁନ୍ତି । ଯେଉଁଥିରେ ବିଜେଡିର ଏକ ପ୍ରମୁଖ ଦାବି ହେଉଛି ମହିଳା ସଂରକ୍ଷଣ ବିଲ । ସଂସଦରେ ବିଜେପିର ସଂଖ୍ୟା ଗରିଷ୍ଠତା ଥିବାରୁ କେନ୍ଦ୍ର ସରକାର ଏହି ବିଲ ଆଣିବାକୁ ପୁଣି ଥରେ ଦାବି କରିଛନ୍ତି ପିନାକୀ।

ଏହାବି ପଢନ୍ତୁ- Delhi Service Bill: ଲୋକସଭା ପରେ ରାଜ୍ୟସଭାରେ ବିଜେଡିର ସମର୍ଥନ

ସେହିପରି ଅନାସ୍ଥା ପ୍ରସ୍ଥାବକୁ ନେଇ ପିନାକୀ କହିଛନ୍ତି, ମୁଁ ସବୁବେଳେ ଏହା ବିଶ୍ବାସ କରେ କି, କଂଗ୍ରେସ ପାର୍ଟି ବିଜୟ ପଞ୍ଝାରୁ ପରାଜୟ ଛଡାଇ ଆଣିବାରେ ମାହିର ଅଟେ । ସେମାନେ ନିଜର ଚେହେରା ବିଗାଡିବା ପାଇଁ ନିଜ ନାକ କାଟିବାକୁ ପଛାନ୍ତି ନାହିଁ । ସେମାନଙ୍କୁ ଭଲ ଭାବେ ଜଣା ଅଛି ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ନିଜର ଅଭିଭାଷଣ ପାଇଁ ଛିଡା ହୁଅନ୍ତି, ସେ କଂଗ୍ରେସ ପାର୍ଟିର ଗୋହି ଖୋଳନ୍ତି । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ନରଖିବା ଠିକ କି ଭୁଲ ତାହା ଆଗାମୀ ଦିନରେ(ନିର୍ବାଚନ ବେଳେ) ଦେଶର ଜନତା ସ୍ଥିର କରିବେ । ଏହି ପ୍ରସଙ୍ଗକୁ (ମଣିପୁର ପ୍ରସଙ୍ଗକୁ) ଲୋକଙ୍କ ଉପରେ ଛାଡିଦେବା ଉଚିତ । ଶେଷରେ ପିନାକୀ କହିଛନ୍ତି ବିଜେଡି ଏହି ପ୍ରସ୍ତାବକୁ ବିରୋଧ କରୁଛି । କେନ୍ଦ୍ର ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରୁନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.