ETV Bharat / state

ନିର୍ବାଚନ ପୂର୍ବରୁ ମୁହାଁମୁହିଁ ରାଜନୈତିକ ଦଳ, ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କଲା ବିଜେଡି

Sudhir Samal targets Dharmendra Pradhan: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୁହାଁମୁହିଁ ବିଜେଡି ଓ ବିଜେପି । ଓଡ଼ିଶାରେ ବିଜେପି ୫୦ପ୍ରତିଶତ ଭୋଟ ନେବ ବୋଲି ଧର୍ମେନ୍ଦ୍ର କହିବା ପରେ କାଉଣ୍ଟର କଲା ଶାସକ ଦଳ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 24, 2023, 8:32 PM IST

BJD BJP Face off
BJD BJP Face off

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି(ରବିବାର) ଅନୁଗୋଳରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିଛି ବିଜେଡି । ବିଜେଡି ଦଳ ଓଡ଼ିଶାରେ ମଜଭୁତ ସ୍ଥିତିରେ ରହିଛି । ଦଳର ଭୋଟ ୭୦ ପ୍ରତିଶତକୁ କମିବ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ । ଓଡ଼ିଶାରେ ପ୍ରତି ବୁଥରେ ଭାରତୀୟ ଜନତା ପାର୍ଟି ୫୦ ପ୍ରତିଶତ ଭୋଟ ନେବ ବୋଲି କହିଥିଲେ ଧର୍ମେନ୍ଦ୍ର ।

ଏ ନେଇ ବରିଷ୍ଠ ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି, "ବିଜେଡି ଦଳ ଓଡ଼ିଶାରେ ମଜଭୁତ ସ୍ଥିତିରେ ରହିଛି । ନୂଆ ଓଡ଼ିଶାର ପରିକଳ୍ପନା ନେଇ ଆଗକୁ ବଢୁଛି ବିଜେଡି । ଦଳର ଭୋଟ ୭୦ ପ୍ରତିଶତ ତଳକୁ ଖସିବ ନାହିଁ । ନୂତନ ଓଡ଼ିଶା ଗଢ଼ିବାକୁ ବିଜେଡି ଦଳ ଆଗକୁ ବଢ଼ିଚାଲିଛି । ବିଜେଡି ଦଳ, ଦଳ ନୁହେଁ ଏକ ଆନ୍ଦୋଳନରେ ପରିଗଣିତ ହୋଇଛି । କିଏ କଣ ଦାବି କରୁଛି ସେଥିରେ ଆମର କିଛି ଅସୁବିଧା ନାହିଁ । ଯିଏ କହୁଛନ୍ତି ୫୦ ପ୍ରତିଶତ ଭୋଟ ନେବେ ବୋଲି ସେମାନେ ଆଗରୁ କେତେ ଭୋଟ ପାଇଛନ୍ତି ସେଇଟା ତର୍ଜମା କରନ୍ତୁ ।"

ଏହା ବି ପଢନ୍ତୁ- ଓଡିଶାରେ 15 ଆସନ ଜିତିବୁ କହିଲେ ଧର୍ମେନ୍ଦ୍ର, ଦିବାସ୍ବପ୍ନ ଦେଖୁଛନ୍ତି କହିଲେ ଜୟଦେବ ଜେନା

ଆଜି ଅନୁଗୋଳରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, "ପୁଣି ଥରେ ମୋଦି ସରକାର ଆସିବା ଦରକାର । ୧୦ ବର୍ଷ ଧରି ସ୍ଥିର ସରକାର ଥିବାରୁ ଦେଶର ବିକାଶ ଆଗକୁ ବଢ଼ିଛି । ବେରୋଜଗାର କମିଛି, କୃଷକଙ୍କ ଆୟ ଓ ମହିଳାଙ୍କ ସମ୍ମାନ ବଢ଼ିଛି । ଏହାକୁ ଆଗକୁ ବଢ଼ାଇବାକୁ ହେଲେ ପୁଣି ମୋଦି ସରକାର ଆସିବା ଜରୁରୀ । ନିଜ ନିଜ ବୁଥ୍‌ରୁ ୫୦% ଭୋଟ ପାଇଁ ସମସ୍ତଙ୍କୁ ଦାୟିତ୍ବ ନେବାକୁ ପଡ଼ିବ । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ବସନୀୟତା ୮୦% ଅଧିକ ଅଛି ।"

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ସର୍ବାଗ୍ରେ ରହିଛି । ମୋଦିଙ୍କ ଲୋକାଭିମୁଖୀ ଶାସନକୁ ନେଇ ଓଡ଼ିଶାରେ ଲୋକେ ବିଜେପି ଉପରେ ଆସ୍ଥାପ୍ରାକଟ କଲେଣି । କିଛି ଦିନ ପୂର୍ବରୁ ଏଭଳି ଉକ୍ତି ରଖି ବିଜେଡି ସରକାରକୁ ପରୋକ୍ଷରେ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହା ବି ପଢନ୍ତୁ- ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛି, ଦଳକୁ ଅନୁରୋଧ କରିଛି: ଧର୍ମେନ୍ଦ୍ର

ପ୍ରକାଶ ଥାଉ କି, ଓଡ଼ିଶାରେ ବିଜେଡିକୁ ଧୂଳି ଚଟାଇ ବିଜେପି, କଂଗ୍ରେସ କ୍ଷମତା ଦଖଲ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ୫ ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜେପି ଏବେ ଉତ୍ସାହିତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାକୁ ନେଇ ଓଡ଼ିଶାରେ ବିଜେପି କ୍ଷମତା ଦଖଲ କରିବ ବୋଲି ଆକଳନ କରି ବିବୃତ୍ତି ଦେଉଛନ୍ତି । ଧର୍ମେନ୍ଦ୍ର ବାରମ୍ବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ନିର୍ବାଚନରେ ବିଜେପି ଉଭୟ ଲୋକସଭା ଏବଂ ବିଧାନସଭାରେ ଭଲ ପ୍ରଦର୍ଶନ କରିବା ସହ ବିଜେଡିଠାରୁ ଅଧିକ ସିଟ୍‌ ହାତେଇବ ବୋଲି ମତପୋଷଣ କରୁଛନ୍ତି । ତେବେ ତାହା କେତେଦୂର ବାସ୍ତବିକ୍‌ ହେଉଛି ଆଗାମୀ ଦିନରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.