ETV Bharat / state

ଜନ୍ମଦିନରେ ସୌମ୍ୟ ବିସ୍ପୋରଣ, ଖୋଲିଦେଲେ ସବୁ ଗୁମର !

author img

By

Published : Aug 18, 2023, 11:47 AM IST

ପୁଣିଥରେ 5T ସଚିବଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ । ନିଜ ସମ୍ପାଦକୀୟରେ 'ପାର୍ଟି ବଡ଼ ନା ମାଟି ବଡ଼’ ପ୍ରଶ୍ନ କରି ସିଧାସଖଳ ସଚିବଙ୍କ ସମେତ ଦଳ, ଦଳପତି ଓ ସହଯୋଗୀଙ୍କୁ ବାଣ ମାରିଛନ୍ତି । 5T ସଚିବଙ୍କ ହେଲିକପ୍ଟର ଗସ୍ତକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଅଧିକ ପଢନ୍ତୁ

5T ସଚିବଙ୍କୁ ଟାର୍ଗେଟ କଲେ ସୌମ୍ୟ ରଞ୍ଜନ
5T ସଚିବଙ୍କୁ ଟାର୍ଗେଟ କଲେ ସୌମ୍ୟ ରଞ୍ଜନ

ଭୁବନେଶ୍ବର: କିଛି ଦିନର ବ୍ୟବଧାନରେ ପୁଣି ହୋଇଛି ବିଜେଡିରେ ସୌମ୍ୟ ବିସ୍ଫୋରଣ । ଜନ୍ମଦିନରେ ଦଳ, ଦଳପତି ଓ ସହଯୋଗୀଙ୍କୁ ସିଧାସଳଖ ବାଣ ମାରିଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ । ଗତବର୍ଷ ଜନ୍ମଦିନରେ ତାଙ୍କୁ ପର୍ଯ୍ୟବେକ୍ଷକ ପଦରୁ ହଟାଇ ଉପହାର ଦେଇଥିବା ବିଜେଡିକୁ ଏଥର ସୁଧମୂଳ ସହ ସୁଝେଇଛନ୍ତି । ନିଜ ସମ୍ପାଦକୀୟରେ 'ପାର୍ଟି ବଡ଼ ନା ମାଟି ବଡ଼’ ପ୍ରଶ୍ନ କରି ଦଳୀୟ ନେତାଙ୍କୁ ଆଉଥରେ ସେ ନିଶାନା କରିଛନ୍ତି । 5T ସଚିବଙ୍କ ଜିଲ୍ଲା ଗସ୍ତ ଓ ସେଥିପାଇଁ ହେଉଥିବା ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡ଼ିର ଏହି ବରିଷ୍ଠ ବିଧାୟକ । ଏମିତିକି ମଣିପୁର ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟକୁ ନେଇ ଦଳକୁ କାଠଗଡାରେ ଛିଡ଼ା କରିଛନ୍ତି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ଉଷ୍ମ ହୋଇଛି ।

ବ୍ୟବସାୟିକ ସ୍ବାର୍ଥ ଆଗରେ ମୁଣ୍ଡ ନୁଆଁଉଛୁ: ସୌମ୍ୟ କହିଛନ୍ତି ଯେ, ଗଣମାଧ୍ୟମର ବ୍ୟକ୍ତି ହିସାବରେ ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନର ପକ୍ଷଧର ହୋଇ ନିରପେକ୍ଷତାକୁ ତ୍ୟାଗ କରିଥିବା କଥା କହୁଛୁ । କିନ୍ତୁ ଅନେକ ସମୟରେ ବ୍ୟକ୍ତିଗତ ବ୍ୟବସାୟିକ ସ୍ବାର୍ଥ ଆଗରେ ମୁଣ୍ଡ ନୁଆଁଇବାକୁ ମଧ୍ୟ ବାଧ୍ୟ ହେଉଛୁ । ରାଜନୈତିକ ଦଳରେ ଥାଇ ଦଳର ସ୍ବାର୍ଥକୁ ଆଖିରେ ରଖି ଅନେକ ପ୍ରସଙ୍ଗରେ ନୀରବ ରହିବାକୁ ଉଚିତ୍‌ ମଣୁଛୁ । ଅନେକ ସମୟରେ ମାଟିର କଥାକୁ ଅଣଦେଖା କରି ବୃତ୍ତି ଓ ଦଳର ସ୍ବାର୍ଥକୁ ଅଗ୍ରାଧିକାର ଦେବାର ମଧ୍ୟ ନଜିର ରହୁଛି । ଓଡ଼ିଶାର ସାଂପ୍ରତିକ ପରିସ୍ଥିତିରେ ଏସବୁକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲେ ମଧ୍ୟ ତାହାର ଠିକ ଉତ୍ତର ଦେବା ପାଇଁ ଆମର ସାହସ କୁଳଉନାହିଁ ।

ସୌମ୍ୟଙ୍କ 5 ‘ମ’: କିଛି ମାସ ତଳେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଦେଖାଦେଇଥିବା ରୂପାନ୍ତରୀକରଣକୁ ନେଇ ଗୋଟିଏ ମୌଳିକ ପ୍ରଶ୍ନ ଉଠାଇଥିଲୁ, ‘ଆମ ବ୍ୟବସ୍ଥାରେ ମନ୍ତ୍ରୀ ବଡ଼ କି ସଚିବ ବଡ଼’ । ଏହାର ଯେଉଁ ଉତ୍ତର ବା ପ୍ରତିକ୍ରିୟା ଆମେ ପାଇଲୁ, ତାହା ଆମ ଦ୍ବନ୍ଦ୍ବକୁ ଆହୁରି ଅଧିକ ବଢ଼ାଇ ଦେଇଛି । ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏହାର ଉତ୍ତର ଦେବାକୁ ଯାଇ ତାଙ୍କର ଏକ ଅଡିଓ ବାର୍ତ୍ତା ତାଙ୍କରି ମୋବାଇଲରୁ ମାଇକ ଲଗାଇ ଆମ ସମସ୍ତଙ୍କୁ ଶୁଣାଇଲେ । ଏହା ପ୍ରଶ୍ନର ଉତ୍ତର ଅପେକ୍ଷା ଆମକୁ ଅଧିକ ଆମୋଦିତ କଲା । ମୋର ମନେ ହେଲା ସତେ ଯେପରି ମା’ ମାଟି ମାତୃଭାଷା, ମୋବାଇଲ ଓ ମଦମୁକ୍ତ ଓଡ଼ିଶାର ପାଞ୍ଚଟି ‘ମ’ କଥାକୁ ସଚିବ ମହୋଦୟ ଅତ୍ୟନ୍ତ ଗୁରୁତ୍ବ ସହକାରେ ଗ୍ରହଣ କରିନେଇଛନ୍ତି । ଅଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କାଳେ କହୁଛନ୍ତି ଯେ ସେ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ଆମର ସୁଖ ଦୁଃଖ ବୁଝିବା ପାଇଁ ପଠାଇଛନ୍ତି । ଭଲ କଥା ଶାସନ ମୁଖ୍ୟଙ୍କର ସାଧାରଣ ଜନତାଙ୍କର ସୁଖ ଦୁଃଖ ବୁଝିବାର ଏହି ଅଭିନବ ଉପାୟ ପାଇଁ କାହାକୁ ଧନ୍ୟବାଦ ଦେବା ?

ଏହାମଧ୍ୟ ପଢନ୍ତୁ: ବିଜେଡିର ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକାରୁ ସୌମ୍ୟ ଆଉଟ, ପ୍ରତାପ-ପ୍ରମିଳା ଇନ୍

ସଚିବଙ୍କ ହେଲିକପ୍ଟର ଗସ୍ତକୁ ନେଇ ପ୍ରଶ୍ନ: ଖଣ୍ଡପଡା ବିଧାୟକ 5T ସଚିବଙ୍କ ହେଲିକପ୍ଟର ଗସ୍ତକୁ କଡା ସମାଲୋଚନା କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ସାରା ଓଡ଼ିଶାକୁ ହେଲିକପ୍ଟରରେ ବୁଲି ସାଧାରଣ ଜନତାଙ୍କ ସହିତ ସାକ୍ଷାତ କରୁଛନ୍ତି । ସେମାନଙ୍କ ଠାରୁ ଅଭିଯୋଗପତ୍ର ଗ୍ରହଣ କରୁଛନ୍ତି । ଏହି ପ୍ରାୟୋଜିତ କାର୍ଯ୍ୟକ୍ରମରେ କେତେ ପଇସା ଖର୍ଚ୍ଚ ହେଉଛି ତାହାର ହିସାବ କାହା ପାଖରେ ନାହିଁ । ସଚିବଙ୍କର ଓଡ଼ିଶା ଗସ୍ତ ସମ୍ପୂର୍ଣ୍ଣ ହେଲାବେଳକୁ ପ୍ରାୟ ୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବ ବୋଲି ଆନୁମାନିକ ଆକଳନରୁ ଜଣାପଡ଼ିଛି । ଆମ ବ୍ୟବସ୍ଥାରେ ସାଧାରଣ ନାଗରିକଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବା ପାଇଁ ଜିଲ୍ଲାପାଳମାନଙ୍କ ସ୍ତରରେ ସୁଯୋଗ ରହିଛି । ସେଥିପାଇଁ ଅଧିକ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି କାହା ପାଇଁ ?

ପୁଣି ଉଠାଇଲେ ମନ୍ତ୍ରୀ ନା ସଚିବ ବଡ ପ୍ରସଙ୍ଗ: ‘ମନ୍ତ୍ରୀ ବଡ଼ ନା ସଚିବ ବଡ଼’ ପ୍ରସଙ୍ଗରେ ବିଜୁ ଜନତା ଦଳର ଅନେକ ବରିଷ୍ଠ ନେତା ଆମର ଏ ପ୍ରକାର ପ୍ରଶ୍ନ ପଚାରିବା କଥାକୁ ନାପସନ୍ଦ କରିଥିଲେ । ଏହା ଏବେ ସବୁଆଡ଼େ ହେଲାଣି ବୋଲି କହି ଚଳେଇନେବାକୁ ଚେଷ୍ଟା କରିଥିଲେ । ମୋତେ ସେତେବେଳେ ଏହା କିଛି ପରିମାଣରେ ବ୍ୟଥିତ କରିଥିଲା । ପରବର୍ତ୍ତୀ ସମୟରେ ମୁଁ ଯେତେବେଳେ ଦେଖିଲି ଯେ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କର ଏହି ଗସ୍ତ ସମୂହର ପ୍ରସ୍ତୁତି ଓ ବ୍ୟବସ୍ଥା ପାଇଁ ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀମାନେ କେବଳ ଦିନରାତି ଏକ କରି ଦେଉନାହାନ୍ତି, ବରଂ ବର୍ଷାରେ ଛତା ଧରି ସାହେବଙ୍କ ଗସ୍ତକୁ ସଫଳ କରିବା ପାଇଁ ତମ୍ବୁ ପକାଇବାକୁ ଗାତ ଖୋଳୁଛନ୍ତି । ମୋର ବ୍ୟଥା ସମ୍ପୂର୍ଣ୍ଣ ଉପଶମ ହୋଇଗଲା ।

ମଣିପୁର ପ୍ରସଙ୍ଗରେ ମୁହଁ ଖୋଲିଲେନି ନବୀନ: ଅତୀତରେ ରାଜା ମହାରାଜାମାନେ ଲୋକଙ୍କର ସୁଖ ଦୁଃଖ ବୁଝିବା ପାଇଁ ଅନ୍ଧାରୀ ବିଜେ କରୁଥିଲେ । କିନ୍ତୁ ଏବେ ସମ୍ପୂର୍ଣ୍ଣ ଦିବାଲୋକରେ ଆଡ଼ମ୍ବରପୂର୍ଣ୍ଣ ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବିଜ୍ଞାପିତ କରିବା ପଛରେ କଣ ଉଦ୍ଦେଶ୍ୟ ଥାଇପାରେ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ । ବିଜେଡି ସର୍ବଶ୍ରେଷ୍ଠ ସମ୍ପତ୍ତି ହେଲେ ନବୀନ ପଟ୍ଟନାୟକ । ହେଲେ ଦଳ କ'ଣ ଏତେ ଦୁର୍ବଳ ହୋଇଗଲା ଯେ, ତାର ମୂଲ୍ୟବାନ ସମ୍ପତ୍ତିକୁ ବାଜି ଲଗାଇବାକୁ ବାଧ୍ୟ ହେଉଛି ବୋଲି ସେ ପଚାରିଛନ୍ତି । ମଣିପୁର ପ୍ରସଙ୍ଗରେ ସମାଲୋଚନା କରି କହିଛନ୍ତି, ନବୀନଙ୍କ ବ୍ୟକ୍ତିତ୍ଵ ଏବଂ ମହିଳାଙ୍କ ପ୍ରତି ସମ୍ମାନ ଆଜି ତାଙ୍କୁ ସାରା ଭାରତରେ ଏକ ଅନନ୍ୟ ନେତା ହିସାବରେ ଗ୍ରହଣୀୟ କରିଥିବା ବେଳେ ମଣିପୁର ପ୍ରସଙ୍ଗରେ ଆମେ ଗୋଟିଏ ବି ପଦ କହିପାରିଲେ ନାହିଁ । ଅନ୍ୟ ସବୁ ଜାତୀୟ ପ୍ରସଙ୍ଗରେ ସମଦୂରତ୍ବ ବଦଳରେ ନିରବତାକୁ ଅଧିକ ପସନ୍ଦ କଲୁ ।

ଉତ୍କଳ ଅବହେଳିତ: ଆଜି ଆମେ କିନ୍ତୁ ନିର୍ବାଚନ ସର୍ବସ୍ଵ ରାଜନୈତିକ ବ୍ୟବସ୍ଥାରେ ଆଗାମୀ ନିର୍ବାଚନକୁ ଏକମାତ୍ର ଲକ୍ଷ୍ୟ ଭାବେ ଗ୍ରହଣ କରି ମାଟିର ସ୍ବାର୍ଥକୁ ଅଣଦେଖା କରୁଛୁ । ଓଡ଼ିଶାର ଜଳ, ଜମି, ଜଙ୍ଗଲ ଓ ଶକ୍ତି, ଶିକ୍ଷା, ସ୍ବାସ୍ଥ୍ୟ କଥା ବିଚାର କଲେ ସବୁ କ୍ଷେତ୍ରରେ ଆମର ଉତ୍କଳ ଜନନୀ ଆଜି ଅବହେଳିତ ଓ ଲୁଣ୍ଠିତ ହେଲାଭଳି ମନେ ହେଉଛନ୍ତି । ଏ ବିଷୟରେ ଆଲୋଚନା କରିବାକୁ କେହି ପ୍ରସ୍ତୁତ ନୁହନ୍ତି । ବର୍ତ୍ତମାନର ଅନୁକୂଳ ଆର୍ଥିକ ପରିସ୍ଥିତିକୁ ଦେଖି ଆମେ ଆହ୍ଲାଦିତ ହେଉଛୁ ଏବଂ ଭାବୁଛୁ ଏ ଅବସ୍ଥା ସବୁକାଳ ପାଇଁ ରହିବ ।

ଶେଷରେ ସେ କହିଛନ୍ତି ଯେ, ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କର ଏକ ଭରସାର ଦଳ ଏକଥା ଆମର ବିରୋଧୀମାନେ ସୁଦ୍ଧା ସ୍ବୀକାର କରୁଛନ୍ତି । ଆଜିର ଜନ୍ମଦିନ ଅବସରରେ ଯେଉଁ ବଦଳ ଉପହାର କଥା କହୁଥିଲି ମାଟିର ସ୍ବାର୍ଥକୁ ଅଗ୍ରାଧିକାର ଦେଇ ବୃତ୍ତିର କୌଳୀନ୍ୟକୁ ସଙ୍କୁଚିତ ନ କରି ବିଜେଡିର ଶକ୍ତି ଏବଂ ସାମର୍ଥ୍ୟ କିପରି ବଢ଼ିପାରିବ ତାହା ହିଁ ଆମ ସମସ୍ତଙ୍କର କାମ୍ୟ ହେବା ଉଚିତ । ଏହାର ସମନ୍ଵୟ ନ ହୋଇପାରିଲେ ପ୍ରତ୍ୟେକ ମାଟିମନସ୍କ ବ୍ୟକ୍ତିକୁ କିଛି ନା କିଛି ତ୍ୟାଗ କରିବା ପାଇଁ ପ୍ରସ୍ତୁତ ହେବା ଦରକାର । ‘ପାର୍ଟି ବଡ଼ ନା ମାଟି ବଡ଼’ ଏକ ପ୍ରଶ୍ନ ନୁହେଁ ବରଂ ‘ପାର୍ଟି ବଡ଼ ନୁହେଁ ମାଟି ବଡ଼’ ଆମ ପାଇଁ ଏକ ଆପ୍ତବାକ୍ୟ ହେବା ଉଚିତ । ମାଟିର ଟେକ ରଖିବା ପାଇଁ ପାର୍ଟି ସବୁବେଳେ ପ୍ରସ୍ତୁତ ରହିବା ଆବଶ୍ୟକ । ସେଥିପାଇଁ ଯେତେ ମୂଲ୍ୟ ଦେବାକୁ ପଡ଼ିଲେ ମଧ୍ୟ ସଙ୍କୋଚ କରିବା ଉଚିତ ନୁହେଁ । ବିଜେଡି ଏତେ ଦୁର୍ବଳ ନୁହେଁ ଯେ ସେ ତାର ସବୁଠାରୁ ମୂଲ୍ୟବାନ ସମ୍ପତ୍ତିକୁ ସୁନା ଓ କଂସା ବିକିଲା ଭଳି ବାଜିରେ ଲଗାଇବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.