ETV Bharat / state

ଏବେ ଅମଲାତନ୍ତ୍ର ବ୍ୟବସ୍ଥାକୁ କବଜାରେ ରଖିବାକୁ ଚାହୁଁଛି: ସୌମ୍ୟ

author img

By

Published : Aug 19, 2023, 8:02 AM IST

ଜନ୍ମଦିନରେ ରାଜ୍ୟର ଶାସନ ବ୍ୟବସ୍ଥାକୁ ପୁଣି ସିଧା ବାଣ ମାରିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ । କହିଲେ, ଓଡ଼ିଶାରେ ଲୋକତନ୍ତ୍ର ନୁହେଁ ଦଳତନ୍ତ୍ର ରାଜନୀତି ଚାଲିଛି, ଯାହା B ଟିମ୍ ଦ୍ୱାରା ପରିଚାଳିତ । ଅମଲାତନ୍ତ୍ରର କବଜା ପାଇଁ ଓଡ଼ିଶାର ଗଣତନ୍ତ୍ର ବିପଦରେ । ଅଧିକ ପଢନ୍ତୁ

Etv Bharatରାଜ୍ୟ ଶାସନ ବ୍ୟବସ୍ଥାକୁ ଟାର୍ଗେଟ କଲେ ବିଧାୟକ ସୌମ୍ୟ

ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ପୁଣି ଇଙ୍ଗିତରେ ରାଜ୍ୟ ଶାସନ ବ୍ୟବସ୍ଥାକୁ ଟାର୍ଗେଟ କଲେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ନିଜର ଜନ୍ମଦିନ ଅବସରରେ 'ସୌମ୍ୟ ସୌରଭ' ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସୌମ୍ୟ କହିଛନ୍ତି ଯେ, ଓଡ଼ିଶାରେ ଦଳ ଦଳୀୟ ବ୍ୟବସ୍ଥା ଭିତରେ ଆଉ ନାହିଁ । ଏବେ ଅମଲାତନ୍ତ୍ର ଆମ ବ୍ୟବସ୍ଥାକୁ କବଜାରେ ରଖିବାକୁ ଚାହୁଁଛି । ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ବିଧାୟକ କି ମନ୍ତ୍ରୀ ହେବାର ଆବଶ୍ୟକତା ନାହିଁ ବରଂ ଓଡିଶାର ରାଜନୀତିରେ ଦଲାଲମାନଙ୍କୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଉତ୍ତର ଦେଉନାହାନ୍ତି । ବିଧାନସଭାରେ ପ୍ରଶ୍ନକାଳ ବାତିଲ୍ କରିବାକୁ ଚେଷ୍ଟା ହେଉଛି । କଲେଜମାନଙ୍କରେ ନିର୍ବାଚନ ହେଉନାହିଁ । ତାହେଲେ ରାଜ୍ୟରେ ନୂଆ ନେତୃତ୍ୱ କେଉଁଠୁ ଆସିବ ବୋଲି ସେ ପ୍ରଶ୍ନ କରିଛନ୍ତି । ନାଗରିକ ସମାଜ ସମୃଦ୍ଧ ନହେଲେ ଗଣତନ୍ତ୍ର ତିଷ୍ଠି ପାରିବ ନାହିଁ ।

ବିଜେଡି ବିଧାୟକ ଆହୁରିମଧ୍ୟ କହିଛନ୍ତି ଯେ, ଆଜି ବି ଓଡ଼ିଶାର ୮୦ ଭାଗ ମେଧା ଛାତ୍ରଛାତ୍ରୀ ଆମେରିକା, ବାଙ୍ଗାଲୁରୁରେ ଚାକିରି କରୁଛନ୍ତି । ବାହାର ଦେଶର ରହି ରାଜ୍ୟର ଉନ୍ନତି କରୁଛନ୍ତି ବୋଲି ଭାବୁଛନ୍ତି । ତାହା କିନ୍ତୁ ବାସ୍ତବତା ନୁହେଁ । ବର୍ତ୍ତମାନ ଆମ ରାଜ୍ୟକୁ "ବି" ଟିମ୍ ଚଳାଉଛି । ଯେଉଁଥିପାଇଁ ଜମିଜମାରେ, ଚାକିରି ପାଇବାରେ, ରାଜନୀତି, ସାହିତ୍ୟରେ ବିବାଦ ହେଉଛି । ଦ୍ବିତୀୟ ବର୍ଗର ଲୋକଙ୍କୁ ନେଇ ଓଡ଼ିଶାକୁ ପ୍ରଥମବର୍ଗର ରାଜ୍ୟ ତିଆରି କରିବା ସ୍ୱପ୍ନ ଦେଖୁଛନ୍ତି । ତାହା କ'ଣ କେବେ ସମ୍ଭବ ! ଓଡିଶାରେ ଯେଉଁମାନେ ଅଧିକ ସଫଳ ବୋଲି ଆମେ ଭାବୁଛୁ ସେମାନଙ୍କର ସେବା ଓଡ଼ିଶାରେ ଆମେ ପାଇପାରୁନୁ । ଓଡ଼ିଶାରେ ଗୋଟେ "ଏ" ଟିମର ଅଭାବ ରହିଛି । ଆମ ପାଖରେ ଭଲ ସମ୍ଭାବନା ଅଛି । ଆମର ସଂସ୍କୃତି, ଐତିହ୍ୟ, ପରମ୍ପରା ରହିଛି । ତେଣୁ ସମସ୍ତ ସମସ୍ତେ ମିଶି ଏକ ସୁନାର ଓଡିଶା ଗଢ଼ିବାକୁ ରାଜ୍ୟର ବୁଦ୍ଧିଜୀବୀମାନଙ୍କୁ ସେ ଆହ୍ବାନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଜନ୍ମଦିନରେ ସୌମ୍ୟ ବିସ୍ପୋରଣ, ଖୋଲିଦେଲେ ସବୁ ଗୁମର !

ଶାସନ ବ୍ୟବସ୍ଥାକୁ ନିଶାନା କରି କହିଛନ୍ତି ଯେ, ଓଡ଼ିଶାର ମାଟିକୁ କେହି କେବେ ଚିହ୍ନି ନାହିଁ ବରଂ ମାଟିକୁ ଖୋଳି ତାର ସୁନେଲୀ ସ୍ୱପ୍ନକୁ ଭାଙ୍ଗି ଅନ୍ୟତ୍ର ଘର କରିବା ପାଇଁ ଏଠି ସମସ୍ତେ ଲାଗୁଛନ୍ତି । ଯେ ପର୍ଯ୍ୟନ୍ତ ଏଭଳି ଦରିଦ୍ର ଲୋକମାନେ ଓଡ଼ିଶାରେ ଥିବେ ସେମାନେ ରାଜନୀତିରେ ଲୋକଙ୍କୁ ବୁଝିବେ ଆଉ ସେତେଦିନ ଭୋଟ୍ କିଣିବେ। ଏଭଳି ସ୍ଥିତିରେ ୨୫ ରୁ ୩୦ ବର୍ଷ ଶାସନ କରିଲେ ମଧ୍ୟ ଓଡ଼ିଶାର ବିକାଶ କେବେ ହୋଇପାରିବ ନାହିଁ । ଓଡ଼ିଶାର ଅର୍ଥନୀତି, ରାଜନୀତି, ସମ୍ପତ୍ତି ବିକାଶ କେତେ ଦୂର ହୋଇଛି ସେ ବିଷୟରେ କେହି ଗୁରୁତ୍ୱ ଦେଉନାହାଁନ୍ତି । କୌଣସି ଅର୍ଥନୀତିଜ୍ଞ ଏତେ ବର୍ଷର ଶାସନର ବିକାଶକୁ ନେଇ ତର୍ଜମା କରୁନାହାନ୍ତି କି କୌଣସି ବହି ଲେଖୁ ନାହାଁନ୍ତି ।

ଏଠି ଜଗନ୍ନାଥଙ୍କ ନାଁକୁ ବ୍ୟବହାର କରି ନିଜର ଅସ୍ତିତ୍ୱ ଓ ପ୍ରଭାବକୁ ଜାହିର କରୁଛନ୍ତି । ଯେଉଁମାନେ ତାଙ୍କ ନାମକୁ ନେଇ ସବୁ ରକମର ସୁବିଧା ହାଲ କରିବାକୁ ଚେଷ୍ଟା କରୁଛନ୍ତି ମହାପ୍ରଭୁ ସେମାନଙ୍କୁ କ୍ଷମା ଦେବେନି । ଜଗନ୍ନାଥଙ୍କ ପାଇଁ ଏହା ଅଗ୍ନିପରୀକ୍ଷା ହେବ, ମହାପ୍ରଭୁ ସେମାନଙ୍କ ଡାକ ଶୁଣୁଛନ୍ତି କି ମୋର । ତେଣୁ ଓଡ଼ିଶାର ବିକାଶକୁ ନେଇ ନାଗରିକମାନେ ୫ଟି ସୂତ୍ର ମାଆ , ମାଟି, ମାତ୍ରୁଭାଷା, ମୋବାଇଲ, ମଦମୁକ୍ତ ଓଡିଶାକୁ ଗୁରୁତ୍ୱ ଦିଅନ୍ତୁ । କାରଣ ଆଜି ଗଣତନ୍ତ୍ର ବିପଦରେ । ଏଠି ଦଳତନ୍ତ୍ର ଅମଲାତନ୍ତ୍ର ରାଜନୀତି ଚାଲିଛି, ଲୋକତନ୍ତ୍ରର ନୁହେଁ । ଆଜି ଦଳ ମଧ୍ୟ ଦଳୀୟ ବ୍ୟବସ୍ଥା ମଧ୍ୟରେ ନାହିଁ ।

ଓଡିଶାରେ ଗୋଟେ କିଛି ନୂଆ ହେଉ ଓ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ସେ ଚେଷ୍ଟା କରିବି ବୋଲି ସୌମ୍ୟ ରଞ୍ଜନ କହିଛନ୍ତି । ଆମର ବଡ ଦୁର୍ବଳତା ହେଲା ଆମେ ନାଗରିକ ସମାଜ ତିଆରି କରିପାରି ନାହୁଁ ଯେଉଁଥିପାଇଁ ଭାରତୀୟ ଗଣତନ୍ତ୍ର ବିପଦର ସମ୍ମୁଖୀନ ହେଉଛି । ଗଣତନ୍ତ୍ରକୁ ଗୋଟିଏ ଅମଲାତନ୍ତ୍ରିକ କଳ ଚଲାଉଛି । ଆମ ଗଣତନ୍ତ୍ର ତଳତନ୍ତ୍ରକୁ ଚାଲିଯାଉଛି । ଓଡିଶାକୁ ସମୃଦ୍ଧ କରିବାର ଆୟୁଧ ନାଗରିକ ସମାଜ ସୁଦୃଢ ହୋଇନି । ତେଣୁ ସ୍ୱାଧୀନ ବିଚାରଧାରା ନେଇ ଅସଲ ନାଗରିକ ସାଜିବାକୁ ସେ ଆହ୍ବାନ କରିଛନ୍ତି । ସମୃଦ୍ଧ ଓଡ଼ିଶା ପାଇଁ ପିଆଜ ଉବାଚ କହିଥିବା ବେଳେ ପିଆଜର ସଂଢା ହୋଇ ବୁଦ୍ଧିଜୀବୀଙ୍କୁ ଗଣତନ୍ତ୍ରର ମାନଦଣ୍ଡକୁ ସୁଦୃଢ କରିବାକୁ ପରାମର୍ଶ ଦେଇଛନ୍ତି ବିଧାୟକ । 5T ସଚିବଙ୍କୁ ସିଧା ଟାର୍ଗେଟ କହି କହିଛନ୍ତି ଯେ, ଓଡ଼ିଶାରେ ସଚିବ ବଡ । ମୁଁ ତିନି ମାସ ତଳୁ କହିଛି ମନ୍ତ୍ରୀମାନେ ନିଜେ ଚାହୁଁ ନାହାଁନ୍ତି ବଡ ହେବା ପାଇଁ ସଚିବ ବଡ ହୋଇ ରହୁଛନ୍ତି । ବିଧାୟକ ସଚିବଙ୍କ ପାଇଁ ଏଠି ଗାତ ଖୋଳୁଛନ୍ତି ।

ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ମନ୍ତବ୍ୟରେ ପ୍ରତିକ୍ରିୟା ଦେଇ ସୌମ୍ୟ ରଞ୍ଜନ କହିଛନ୍ତି, ''ସେ ଆଇନଷ୍ଟାଇନ୍ ନୁହଁନ୍ତି । ତାଙ୍କ ବକ୍ତବ୍ୟକୁ ମୁଁ ପ୍ରାଧାନ୍ୟ ଦିଏନି । ସେ ବିଚରା ନିଜର ମନରୁ କହୁଛନ୍ତି କି ତାଙ୍କୁ କିଏ କରାଉଛି ସେ ସମ୍ପର୍କରେ ମନ୍ତବ୍ୟ ଦେବାକୁ ଚାହୁଁନି । ସେ ବହୁତ କଷ୍ଟରେ ଅଛନ୍ତି ଏବଂ ମୁଁ ତାଙ୍କର ଉତ୍ତରତ୍ତୋର ଉନ୍ନତି କାମନା କରୁଛି ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.