ETV Bharat / state

ପ୍ରତାପଙ୍କୁ ସୌମ୍ୟଙ୍କ କଡ଼ା ଜବାବ; କହିଲେ ଦଳର ହିତ ପାଇଁ ଲେଖୁଛି, ଅନୁଶାସନ ଭାଙ୍ଗିନି

author img

By ETV Bharat Odisha Team

Published : Sep 9, 2023, 7:30 PM IST

ବିଜେଡିକୁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବ୍ଲାକ୍‌ମେଲ୍‌ କରୁଥିବା ନେଇ ଦଳର ଜଣେ ପରେ ଜଣେ ବଡ଼ ନେତା ଅଭିଯୋଗ କରିବାପରେ ପ୍ରତିକ୍ରିୟା ରଖିଲେ ସୌମ୍ୟ । ବ୍ଲାକ୍‌ମେଲ୍‌ କାହାକୁ କରାଯାଏ ବୋଲି ପଚାରିବା ସହ ଦଳୀୟ ନେତାଙ୍କୁ ଅନୁଶାସନର ପରିଭାଷା ପଢ଼ାଇଲେ । ଅଧିକ ପଢ଼ନ୍ତୁ...

ପ୍ରତାପଙ୍କୁ ସୌମ୍ୟଙ୍କ କଡ଼ା ଜବାବ
ପ୍ରତାପଙ୍କୁ ସୌମ୍ୟଙ୍କ କଡ଼ା ଜବାବ
ପ୍ରତାପଙ୍କୁ ସୌମ୍ୟଙ୍କ କଡ଼ା ଜବାବ

ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବିଜେଡି ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଲାଣି । ସୌମ୍ୟଙ୍କ ସମ୍ପାଦକୀୟ ଦଳର ଥିଙ୍କ୍‌ ଟ୍ୟାଙ୍କ୍‌କୁ ପ୍ରବଳ ଆଘାତ ଦେଇଚାଲିଛି । ଗତ ୩ ଦିନ ହେଲା ଜଣେ ପରେ ଜଣେ ଦଳର ବଡ଼ ନେତା ସୌମ୍ୟଙ୍କୁ ଟାର୍ଗେଟ କରିଚାଲିଛନ୍ତି । ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ବର୍ତ୍ତମାନର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପରେ ଆଜି ମନ୍ତ୍ରୀ ପ୍ରତାପ କେଶରୀ ଦେବ ସୌମ୍ୟଙ୍କୁ ନୀତିବାଣୀ ଶୁଣାଇଛନ୍ତି । ପ୍ରତାପଙ୍କ ନୀତିବାଣୀର ନାସ୍ତି ଶୁଣାଇଛନ୍ତି ସୌମ୍ୟ ।

ପ୍ରତାପ ଦେବଙ୍କୁ ସୌମ୍ୟଙ୍କ କଡ଼ା ଜବାବ: ସୌମ୍ୟ କହିଛନ୍ତି, "ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ମୁଁ ବହୁତ ଧନ୍ୟବାଦ ଦେବି । ସେ ଗଭୀର ଭାବରେ ଅନ୍ତତଃପକ୍ଷେ ଚିନ୍ତା କରୁଛନ୍ତି । ମୋ ଆଲେଖ୍ୟ ତାଙ୍କୁ କିଛି କିଛି ପରିମାଣରେ ଆଘାତ ଦେଉଛି ବା ତାଙ୍କର କ୍ଷତି ପହଞ୍ଚୁଛି । ସେ ନମ୍ରତାର ସହ ସମ୍ପାଦକୀୟ ଲେଖିବା ଏବଂ ଦଳରେ ରହିବା ଭିତରେ ଗୋଟେ ନିଷ୍ପତ୍ତି ନେବାକୁ ଆହ୍ବାନ ଦେଇଛନ୍ତି । ଏହାକୁ ମୁଁ ଆହ୍ବାନ ବୋଲି ଭାବୁ ନାହିଁ । ଆଉ ଏକ କଥା ପାଇଁ ପ୍ରତାପ ଦେବଙ୍କୁ ଧନ୍ୟବାଦ ଦେବି । ଗତ ଦୁଇ ଦିନ ଧରି ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ବର୍ତ୍ତମାନର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ 'ବ୍ଲାକମେଲ' ଶବ୍ଦ ବାରମ୍ବାର ବ୍ୟବହାର କରୁଥିଲେ । ବ୍ଲାକମେଲ ଶବ୍ଦର ଅର୍ଥ ହେଉଛି ଯାହାର କିଛି ଲୁଚେଇବାକୁ ଥିବ ବା ଡରିବାକୁ ଥିବ ବା ଦୁର୍ବଳତା ଥିବ, ତାକୁ ବ୍ଲାକମେଲ କରାଯାଏ ବୋଲି ଆମେ କହିଥାଉ । କେହି କେହି ଭାବୁଥିବେ ମୁଁ ଦଳର କିମ୍ବା ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କର ଦୁର୍ବଳତା ଜାଣିଥିବି । କିନ୍ତୁ ସେମିତି କିଛି ମୁଁ ଜାଣିନାହିଁ । ପ୍ରତାପ ଦେବ ବ୍ଲାକମେଲର ଦ୍ଵିତୀୟ ପରିଭାଷା କହିଛନ୍ତି । ସେ କହିଛନ୍ତି ଯେ ଆପଣ ଦଳରେ ଅଛନ୍ତି ଓ ସମ୍ପାଦକ ଅଛନ୍ତି । ସମ୍ପାଦକୀୟ ଲେଖିଲାବେଳେ ଦଳ ବିରୋଧରେ ଲେଖିଲେ, ଏହା ଅନୁଶାସନ ଭଙ୍ଗ କରୁଛି । ସମ୍ପାଦକୀୟ ଲେଖିବେ ଯଦି ଦଳ ଛାଡି ଦିଅନ୍ତୁ, ଯଦି ଦଳରେ ରହିବେ ସମ୍ପାଦକୀୟ ଲେଖିବେ ନାହିଁ । ଦୁଇଟି ପଦରେ ଥିବାରୁ ଏହି ଦ୍ବନ୍ଦ୍ବ ସୃଷ୍ଟି ହେଉଛି । ମୁଁ ଯାହା ସମ୍ପାଦକୀୟ ଲେଖୁଛି, ସେଇଟା କେଉଁ କେଉଁ ଅନୁଶାସନ ବିରୋଧରେ ଯାଉଛି ମୁଁ ବୁଝିପାରୁନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ଅତନୁଙ୍କୁ ସୌମ୍ୟ ବାଣ; ‘ପାଟକୁରା ଗାନ୍ଧୀଙ୍କ ପୁଅ ଡାହା ମିଛ କଥା କହିବା ଶୋଭନୀୟ ନୁହେଁ’

'ଦଳର ହିତ ପାଇଁ ଲେଖୁଛି, ଅନୁଶାସନ ଭାଙ୍ଗିନି': ସୌମ୍ୟ ଆହୁରି କହିଛନ୍ତି, "ଯାହା କହୁଛି ବା ଲେଖିଛି ତାହା ଦଳର ବୃହତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଲେଖୁଛି । ଏହାଦ୍ବାରା ଦଳର କଲ୍ୟାଣ ହେବ ପଛେ ଅମଙ୍ଗଳ ହେବନାହିଁ । 'ଓଡିଶାବାସୀଙ୍କ ବଳ, ବିଜୁ ଜନତା ଦଳ' ବୋଲି ଆମେ କହୁଛୁ । ଦଳ ଏତେ ଶକ୍ତିଶାଳୀ, କାହାକୁ କାହିଁକି ଡରିବ । ବିଜୁ ଜନତା ଦଳ କାହାକୁ ଖାତିର କରେନାହିଁ । ବିଜୁ ଜନତା ଦଳର ବିକଳ୍ପ ନାହିଁ । ବିଜେପିକୁ ମଧ୍ୟ ଆମେ ପ୍ରତିଦ୍ବନ୍ଦ୍ବୀ ବୋଲି ଭାବୁନାହୁଁ । ଏତେ କ୍ଷମତା ଓଡ଼ିଶାବାସୀ ଆମକୁ ଦେବାପରେ ଆମେ କାହିଁକି ଛୋଟ ଛୋଟ ଭୁଲ କରିବାକୁ ଯିବା, ଏହା ଥିଲା ମୋର ଲେଖା ଓ କଥା । ବିଜୁ ଜନତା ଦଳ ୨୫ ବର୍ଷ ହେଲା କ୍ଷମତାରେ ଅଛି, ଆମର ଅସୁବିଧା କେଉଁଠି ରହିଛି । ଯେହେତୁ ମୁଁ ରାଜନୈତିକ ଜୀବନରେ ଅଛି ତେଣୁ ବହୁତ ଅଳ୍ପ ସମ୍ପାଦକୀୟ ଲେଖୁଛି । ପ୍ରତି ରବିବାର ଲେଖିବା କଥା । ଗତ ରବିବାର କାହିଁକି ଆମ ଘର ହାଲଚାଲ ଲେଖିନାହିଁ ବୋଲି ଅନେକ ଲୋକ ପଚାରୁଛନ୍ତି । ଏହାକୁ ମୁଁ କମ୍ପ୍ଲିମେଣ୍ଟ ଭାବରେ ନେଉଛି । ହେଲେ କେଉଁ କଥା ଦଳର ଅନୁଶାସନ ବିରୋଧରେ ଗଲା ମୁଁ ଜାଣିପାରୁନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.