ETV Bharat / state

'ମୋଦି ହୁଅନ୍ତୁ କି ନବୀନ ସମସ୍ତେ ନିର୍ବାଚନ ଜିତିବା ପାଇଁ ରାଜନୀତି କରୁଛନ୍ତି' - ଜାନକୀ ଟବସନ୍ତ ଏକ ସୁବର୍ଣ୍ଣ ଯୁଗ

ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପୁଣି ସରକାରଙ୍କୁ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ରାଜ୍ୟରେ ଖଣି କୁଆଡେ ଗଲା କି ମହାନଦୀରେ ପାଣି ଆସିଲେ କେତେ ନ ଆସିଲେ କେତେ ସେଥିରେ କାହାର କିଛି ଯାଏ ଆସେନାହିଁ ବୋଲି କହି ସରକାରଙ୍କୁ ତେର୍ଚ୍ଛା ବାଣ ମାରିଛନ୍ତି ସୌମ୍ୟ । ଅଧିକ ପଢନ୍ତୁ

BJD MLA Soumya Ranjan Patnaik
BJD MLA Soumya Ranjan Patnaik
author img

By

Published : May 8, 2023, 6:58 PM IST

Updated : May 8, 2023, 8:08 PM IST

'ମୋଦି ହୁଅନ୍ତୁ କି ନବୀନ ସମସ୍ତେ ନିର୍ବାଚନ ଜିତିବା ପାଇଁ ରାଜନୀତି କରୁଛନ୍ତି'

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ରାଜନୈତିକ ସ୍ଥିରତା ରହିଛି । ଯେଉଁ କଥା ବଦଳି ଯାଇଛି ତାହା ହେଉଛି ରାଜନୀତିର ପରିଭାଷା । ନରେନ୍ଦ୍ର ମୋଦି ହୁଅନ୍ତୁ କି ନବୀନ ପଟ୍ଟନାୟକ ସମସ୍ତେ କେମିତି ନିର୍ବାଚନ ଜିତାଯାଇ ପାରିବ ତାକୁ ଆଖି ଆଗରେ ରଖି ରାଜନୀତି କରୁଛନ୍ତି । ରାଜ୍ୟରେ ଖଣି କୁଆଡେ ଗଲା କି ମହାନଦୀରେ ପାଣି ଆସିଲେ କେତେ ନଆସିଲେ କେତେ ସେଥିରେ କାହାର କିଛି ଯାଏ ଆସେନି । 'ଜାନକୀ-ବସନ୍ତ ଏକ ସୁବର୍ଣ୍ଣ ଯୁଗ' ଶୀର୍ଷକ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସରକାରଙ୍କୁ କଟାକ୍ଷ କରି ଏପରି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।

ସୌମ୍ୟ କହିଛନ୍ତି, "ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ନିର୍ବାଚନ ଜିତିବା କେବଳ ପଇସା ପଇସା ପଇସାରେ ସୀମିତ ହୋଇ ଯାଇଛି । ଓଡ଼ିଶାରେ ବହୁତ ଦିନ ହେବ ଏହି ବ୍ୟବସ୍ଥା ଚାଲିଛି । ରାଜ୍ୟରେ ବିଜେପି ଆଉ ଦଳ ହୋଇ କି ନାହିଁ । ଓଡ଼ିଶାରେ ବିରୋଧୀ ଆଉ ନାହାନ୍ତି । ବିଜେଡି ଯଦି ନରେନ୍ଦ୍ର ମୋଦିଙ୍କୁ ଜାତୀୟ ସ୍ତରରେ ସମର୍ଥନ ଦେଉଛି ଏଣୁ ବିଜେଡି ବିରୋଧରେ କହିବା ଲାଗି ରାଜ୍ୟ ବିଜେପି ଭୟ କରୁଛି ।"

ଏହା ବି ପଢନ୍ତୁ- Nitish-Naveen Meet: ନୀତିଶ କୁମାର ଭୁଲ ଜାଗାରେ ଡାଏଲ କରୁଛନ୍ତି: ବିଜେପି

ଏଠି ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରଶ୍ନରେ ସୌମ୍ୟ କହିଛନ୍ତି, "ମନ୍ତ୍ରୀ ତ କହୁଛନ୍ତି କ୍ୟାବିନେଟରେ କଣ ନିଷ୍ପତ୍ତି ହୋଇଛି ମୁଁ ଜାଣିନି ସଚିବଙ୍କୁ ପଚାରିକି କହିବି । ବର୍ତ୍ତମାନ ପ୍ରଶାସନିକ ବ୍ୟବସ୍ଥା ବିରାଟ ପରିବର୍ତ୍ତନ ହୋଇଛି । ଆଜି ଖବର କାଗଜରେ ଆଉ ମନ୍ତ୍ରୀମାନଙ୍କ ଫଟୋ ଆସୁନି । ମନ୍ତ୍ରୀମାନେ ଦୃଶ୍ୟମାନ ହେଉନାହାନ୍ତି । ସରକାରୀ ନିଷ୍ପତ୍ତିରେ ମନ୍ତ୍ରୀମାନଙ୍କ କୌଣସି ଭୂମିକା ରହୁନାହିଁ । ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି ଏପରି ରାଜନୈତିକ ଅଧଗତି ହେବା ପରେ ବି ସେ ମନ୍ତ୍ରୀମାନେ ଅଛନ୍ତି କେମିତି ? ବିଜେଡି ବ୍ୟବସ୍ଥାରେ ମୁଁ ଏକଥା ପଚାରିଥିଲି । ମୋତେ କୁହାଗଲା ଆପଣ କିଛି ଜାଣୁନାହାନ୍ତି । ମନ୍ତ୍ରୀ ବିଧାୟକମାନଙ୍କ କୌଣସି ଆଉ ଭୂମିକା ନାହିଁ ।"

ଜାନକୀ ବାବୁ ବସନ୍ତ ବାବୁଙ୍କ ଯୋଡି ଥିଲା ବର୍ତ୍ତମାନ କଂଗ୍ରେସର ଯୋଡି କିଏ ବୋଲି କଟାକ୍ଷ କଲେ ସୌମ୍ୟ । ରାଜ୍ୟରେ କିଏ ଯୋଡି ବୋଲି ପ୍ରଶ୍ନର ଉତ୍ତର ରଖିଲେ ସୌମ୍ୟ କହିଲେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସଚିବଙ୍କ ଯୋଡ଼ି । ସେ ଆହୁରି କହିଛନ୍ତି ଯେ ୫ ବର୍ଷ ଭିତରେ ୫୦ ବର୍ଷର ଖଣି ଖାଦାନର ସମ୍ପତ୍ତିକୁ ବାହାର ଲୋକେ ନେଇଗଲେ । ଓଡ଼ିଶାର ସମ୍ପତ୍ତି ଲୁଟ ହେଉଛି । ଖଣି କୁଆଡେ ଗଲା କି ମହାନଦୀରେ ପାଣି ଆସିଲେ କେତେ ନ ଆସିଲେ କେତେ ସେଥିରେ କାହାର କିଛି ଯାଏ ଆସେନାହିଁ ବୋଲି କହି ସରକାରଙ୍କୁ ତେର୍ଚ୍ଛା ବାଣ ମାରିଛନ୍ତି ସୌମ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 8, 2023, 8:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.