ETV Bharat / state

ସ୍ବତନ୍ତ୍ର ଉନ୍ନୟନ ପରିଷଦର ପାଣ୍ଠି 341 କୋଟିକୁ ବୃଦ୍ଧି, ପ୍ରତିକ୍ରିୟା ରଖିଲେ ଶଶିଭୂଷଣ

ଚଳିତ ବର୍ଷ ସ୍ବତନ୍ତ୍ର ଉନ୍ନୟନ ପରିଷଦର ପାଣ୍ଠିକୁ 341 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଶଶିଭୂଷଣ ବେହେରା ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 8, 2023, 7:04 PM IST

Etv Bharat
Etv Bharat
ପ୍ରତିକ୍ରିୟା ରଖିଲେ ଶଶିଭୂଷଣ

ଭୁବନେଶ୍ବର: ବୃଦ୍ଧି ହୋଇଛି ସ୍ବତନ୍ତ୍ର ଉନ୍ନୟନ ପରିଷଦର ପାଣ୍ଠି । ଚଳିତ ବର୍ଷ ଏହାକୁ 341 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଶଶି ଭୂଷଣ ବେହେରା । ଶାସକ ଦଳ ଆଦିବାସୀମାନଙ୍କ ଭାଷା, ସଂସ୍କୃତି ଏବଂ ଐତିହ୍ୟକୁ କିଭଳି ଭାବେ ବ୍ୟାପକ କରାଯାଇପାରିବ ସେଥିପ୍ରତି ଗୁରୁତ୍ବ ଦେଇଆସୁଛି । ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବହୁବିଧ ଯୋଜନା ହାତକୁ ନେଇଥିବା ବେଳେ ବିରୋଧୀ ଯଦି କୌଣସି ପରାମର୍ଶ ଦେବାକୁ ଚାହୁଁଛନ୍ତି ତାହେଲେ ଗ୍ରହଣ ଯୋଗ୍ୟ ବୋଲି ସେ କହିଛନ୍ତି ।

ଏନେଇ ଶଶି ଭୂଷଣ କହିଛନ୍ତି, "ଜନଜାତିଙ୍କ ସାମାଜିକ ନ୍ୟାୟ ଦେବାକୁ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା ହାତକୁ ନେଇଛନ୍ତି । ସେଥିପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଆଗରୁ ୯ଟି ଜିଲ୍ଲାରେ ଥିଲା ଏବେ ୨୩ଟି ଜିଲ୍ଲାରେ ଗଠନ ହୋଇଛି । ତେଣୁ ବିରୋଧୀ ଯଦି କୌଣସି ପରାମର୍ଶ ଦେବାକୁ ଚାହୁଁଛନ୍ତି ତାହେଲେ ଗ୍ରହଣ ଯୋଗ୍ୟ ହେଲେ ସମାଲୋଚନା କଲେ ଗ୍ରହଣ କରାଯିବନି । ଆଦିବାସୀଙ୍କ ଭାଷା ସ୍ବତନ୍ତ୍ର, ସେମାନଙ୍କ କଳା ସ୍ବତନ୍ତ୍ର । ତେଣୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ସେମାନଙ୍କ ସଂସ୍କୃତିର ସଂରକ୍ଷଣ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ବୋଲି 5ଟି ସଚିବ କହିଥିଲେ ।"

ଏହା ବି ପଢନ୍ତୁ- SDC ସାମିଲ ହେଲା ଆଉ ୧୪ ଜିଲ୍ଲାର ୫୫ ବ୍ଲକ, ଖର୍ଚ୍ଚ ହେବ ୨୨୩ କୋଟି

ଜନଜାତି ସାଂସ୍କୃତିର ପ୍ରଚାର ପ୍ରସାର ପାଇଁ ସ୍ବତନ୍ତ୍ର ଭାବେ ଏକ ‘ଜନଜାତି ସାଂସ୍କୃତିକ କ୍ୟାଲେଣ୍ଡର’ ପ୍ରସ୍ତୁତ କରିବା ପାଇଁ ପରିଷଦକୁ ପରାମର୍ଶ ଦେଇଥିଲେ । କ୍ୟାଲେଣ୍ଡରରେ ଜନଜାତି ସମୁଦାୟଙ୍କ ପର୍ବପର୍ବାଣି, ଜନଜାତି କ୍ରୀଡା କାର୍ଯ୍ୟକ୍ରମ, ଆଦିବାସୀ ମହୋତ୍ସବ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ତଥ୍ୟ ଉଲ୍ଲେଖ କରାଯିବ ବୋଲି ସେ କହିଛନ୍ତି । ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 175.5 କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କରିଛନ୍ତି ।

ଏହା ବି ପଢନ୍ତୁ- ୧୦ କୋଟି ୫୦ ଲକ୍ଷ ଟଙ୍କା ବଜେଟ ପ୍ରସ୍ତାବ ଆଗତ, ଆଦିବାସୀଙ୍କ ଉନ୍ନତି କରିବ ସ୍ବତନ୍ତ୍ର ଉନ୍ନୟନ ପରିଷଦ

ଜନଜାତି ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଲାଗି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଦ୍ବାରା ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପବିତ୍ର ପୂଜା ସ୍ଥଳୀର ନିର୍ମାଣ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଜଡିତ ବିଭିନ୍ନ ସାଂସ୍କୃତିକ ସଂଗଠନଗୁଡିକୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବା, ସେମାନଙ୍କୁ ନୃତ୍ୟ ପୋଷାକ ସହ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ଯୋଗାଇଦେବା ଆଦି କାର୍ଯ୍ୟକୁ ପରିଷଦ ସୂଚାରୁରୁପେ ତୁଲାଉଛି ବିଭାଗ ।

ସେପଟେ ଆଜି 9ଟି ଆଦିବାସୀ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଏବଂ କର୍ମକର୍ତ୍ତାଙ୍କ ସହ ପଣ୍ଡିଆନ ଆଲୋଚନା କରିଛନ୍ତି । ଆଦିବାସୀମାନଙ୍କ ଭାଷା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ତଥା ପ୍ରସାର ପାଇଁ ହେବାକୁ ଥିବା ବ୍ୟୟ ଅଟକଳର DPR ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.