ETV Bharat / state

Padmapur ByPoll: ମହିଳାଙ୍କ ବିରୋଧରେ ଜୟ ନାରାୟଣଙ୍କ ଅଶାଳୀନ ମନ୍ତବ୍ୟ ! ସିଇଓଙ୍କୁ ଭେଟିଲା ବିଜେଡି

author img

By

Published : Nov 27, 2022, 5:50 PM IST

Updated : Nov 27, 2022, 7:35 PM IST

ଭୋଟ ପୂର୍ବରୁ ପଦ୍ମପୁରରେ ତେଜୁଛି ଆରୋପ ପ୍ରତ୍ୟାରୋପ ରାଜନୀତି । ପରସ୍ପର ବିରୋଧରେ ଅଭିଯୋ ଆଣି ମୁହାଁମୁହିଁ ବିଜେଡି ବିଜେପି । ଏହାରି ମଧ୍ୟରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡି । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମହିଳାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି, ଏଣୁ ତାଙ୍କୁ ନିର୍ବାଚନୀ ପ୍ରଚାରରୁ ନିବୃତ୍ତ ରଖିବାକୁ ଶାସକ ଦଳ ଦାବି କରିଛି । ସେପଟେ ବିଜେପି ନିର୍ବାଚନରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦିଙ୍କୁ ନେଇ ମଧ୍ୟ ସିଇଓଙ୍କୁ ଭେଟିଛି । ଦେଖନ୍ତୁ ଏହି ରିପୋର୍ଟ

Padmapur ByPoll: ମହିଳାଙ୍କ ବିରୋଧରେ ଜୟ ନାରାୟଣଙ୍କ ଅଶାଳୀନ ମନ୍ତବ୍ୟ ! ସିଇଓଙ୍କୁ ଭେଟିଲା ବିଜେଡି
Padmapur ByPoll: ମହିଳାଙ୍କ ବିରୋଧରେ ଜୟ ନାରାୟଣଙ୍କ ଅଶାଳୀନ ମନ୍ତବ୍ୟ ! ସିଇଓଙ୍କୁ ଭେଟିଲା ବିଜେଡି

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି (Padmapur ByPoll) । ତେଜୁଛି ବିଜେଡି-ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ । ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ଦୁଇ ପ୍ରମୁଖ ଦଳ । ଜମୁଛି ଆଟାକ୍‌ ଆଉ କାଉଣ୍ଟର ଆଟାକ୍‌ । ଆରୋପ ପ୍ରତ୍ୟାରୋପ ଭିତରେ ଆଜି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ବିରୋଧୀ ଦଳ ନେତା ମହିଳାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଶାସକ ଦଳ ଅଭିଯୋଗ ଆଣିଛି । ଜଣେ ଆଇନ ପ୍ରଣେତାଙ୍କଠାରୁ ଏପରି ଆଶା କରାନଯିବା କହି ନିର୍ବାଚନୀ ପ୍ରଚାରରୁ ତାଙ୍କୁ ନିବୃତ୍ତ ରଖିବାକୁ ବିଜେଡି ଦାବି କରିଛି ।

ଏ ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି, "ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସବୁବେଳେ ନିଜ କାର୍ଯ୍ୟ ପାଇଁ କୁଖ୍ୟାତି ଅର୍ଜନ କରିଛନ୍ତି । କିନ୍ତୁ ଚଳିତ ଥର ସେ ସମସ୍ତ ପ୍ରକାର ସୀମାକୁ ପଦ୍ମପୁରରେ ଉଲ୍ଲଘଂନ କରିଛନ୍ତି । ସମ୍ପୂର୍ଣ୍ଣ ମହିଳା ଜାତି ପାଇଁ ଯେଉଁ କୁତ୍ସିତ ବକ୍ତବ୍ୟ ଦେଇଛନ୍ତି ତାକୁ ଆମେ ନିନ୍ଦା କରୁଛୁ ଏବଂ ତାହା ଦୁର୍ଭାଗ୍ୟଜନକ । ତାଙ୍କ ବକ୍ତବ୍ୟ ଅତ୍ୟନ୍ତ ନିମ୍ନମାନର ସମ୍ପୂର୍ଣ୍ଣ ମହିଳା ଜାତି ପାଇଁ ଘୃଣ୍ୟ । ଜଣେ ଆଇନ ପ୍ରଣେତାଙ୍କ ଠାରୁ ଏହା ଆଶା କରାଯାଇ ନପାରେ । ନିର୍ବାଚନ ଆସେ ଏବଂ ଯାଏ । ନିଜ ଉଚ୍ଚାରଣ ଏବଂ ଆଚରଣ ଭିତରେ ସାମଞ୍ଜସ୍ୟ ନ ଆଣିଲେ ଲୋକେ କେବେ ପସନ୍ଦ କରିବେ ନାହିଁ । ଆମେ ପେନଡ୍ରାଇଭ ପ୍ରମାଣ ସ୍ୱରୂପ ଦେଇଛୁ, ସିଇଓ ନିକଟରୁ ଆଶା କରୁ ଉପନିର୍ବାଚନ ପ୍ରଚାରରୁ ତାଙ୍କୁ କ୍ଷାନ୍ତ କରିବେ କାରଣ ଅପରାଧିକ ପୃଷ୍ଠାଭୂମିର ଥିବ ଏବଂ ଅଭଦ୍ର ମନ୍ତବ୍ୟ ଦେଉଥିବ ସେ ସମ୍ପୂର୍ଣ୍ଣ ମାହୋଲକୁ ଖରାପ କରିଦେବ ।"

ଖାଲି ସିଇଓଙ୍କୁ ନୁହେଁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ ମହିଳା କମିଶନରଙ୍କ ପାଖରେ ମଧ୍ୟ ଫେରାଦ ହୋଇଛି ବିଜେଡ଼ି । ଜୟ ନାରାୟଣ ପଦ୍ମପୁର ଉପନିର୍ବାଚନ ପ୍ରଚାର ବେଳେ ମହିଳାଙ୍କ ପ୍ରତି କୁତ୍ସିତମନ୍ତବ୍ୟ ଦେଇଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି । ଏ ନେଇ ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, "ଏହା ସମ୍ପୂର୍ଣ୍ଣ ମହିଳା ଜାତି ପାଇଁ ଘୃଣ୍ୟ । ପଦ୍ମପୁରରେ ନିର୍ବାଚନ ଆଚରଣ ବିଧି ଲାଗିଥିବା ବେଳେ ବିଜେପିର ବରିଷ୍ଠ ନେତା ଏଭଳି ମନ୍ତବ୍ୟ ଦେବା କେତେଦୂର ଠିକ । ଏଥିପାଇଁ ଆଜି ମହିଳା କମିଶନରଙ୍କ ପାଖରେ ଫେରାଦ ହୋଇଛୁ । ଜୟ ନାରାୟଣ ମିଶ୍ରଙ୍କୁ ପଦ୍ମପୁର ପ୍ରଚାରରୁ ନିବୃତ୍ତ ରହିବା ପାଇଁ ମଧ୍ୟ ଦାବି କରିବା ସହିତ ତାଙ୍କ ଉପରେ ଉଚିତ କାର୍ଯ୍ୟନୁଷ୍ଠାନ ନେବାକୁ ମହିଳା କମିଶନରଙ୍କ ପାଖରେ ଦାବି କରିଛୁ ।" ବିରୋଧୀ ଦଳର ନେତାଙ୍କୁ ପଦ୍ମପୁର ଉପନିର୍ବାଚନରୁ ନିବୃତ୍ତ ରଖାଯାଉ ବୋଲି ସୁଲତା ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- Padmapur Bypoll: ପଦ୍ମପୁରରେ ପ୍ରଚାର କଲେ ସମ୍ବିତ-ବୈଜୟନ୍ତ, BJD ସରକାର ଉପରେ ବର୍ଷିଲେ

ସେପଟେ ବିଜେପି ମଧ୍ୟ ଚୁପ ବସିନି । ପଦ୍ମପୁର ଉପନିର୍ବାଚନରେ ବିଜେଡ଼ି ଦଳର ନେତା ଓ ମନ୍ତ୍ରୀଙ୍କ ଗୁଣ୍ଡାଗର୍ଦ୍ଦି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେପି । ବିରୋଧୀ ଦଳ ନେତା ମୁଖ୍ୟ ସଚେତକଙ୍କ ନେତୃତ୍ୱରେ ସିଇଓଙ୍କୁ (Chief Electoral Officer) ଭେଟିଛି ବିଜେପି ପ୍ରତିନିଧି ଦଳ । "ପଦ୍ମପୁର ଉପନିର୍ବାଚନରେ ବିଜେଡ଼ି ପ୍ରତିହିଂସା ସ୍ବରୂପ ବିଜେପି କର୍ମୀ ମାନଙ୍କୁ ଆକ୍ରମଣ କରୁଛି । ଆଇନ ଶୃଙ୍ଖଳା ବୋଲି ପଦ୍ମପୁରରେ ଆଉ କିଛି ନାହିଁ । ୧୫ରୁ ଊର୍ଦ୍ଧ୍ବ ମନ୍ତ୍ରୀ ଗୁଣ୍ଡାଗର୍ଦ୍ଦି କରିବା ସହ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ଆକ୍ରମଣ କରୁଛନ୍ତି । ବିଜେପି କର୍ମୀ ମାନଙ୍କୁ ଆକ୍ରମଣ କରି ସେମାନଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି । ଥାନାରେ ଏତଲା ଦେବା ପରେ ମଧ୍ୟ ପୋଲିସ ଆକ୍ରମଣକାରୀଙ୍କ ବିରୋଧରେ କୌଣସି ଆକ୍ସନ ନେଉ ନାହିଁ ।

ଏହା ବି ପଢନ୍ତୁ- Padampur ByPoll: ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ, CEOଙ୍କୁ ଭେଟିଲା ବିଜେପି

ଯଦି ସିଇଓ ମନ୍ତ୍ରୀ ମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ନାହିଁ, ତେବେ ଆଗାମୀ ଦିନରେ ବିଜେପି ଏ କଥାକୁ ବିଧାନସଭାରେ ଉଠାଇବା ସହ ବାଚସ୍ପତିଙ୍କ ନିକଟରେ ଫେରାଦ ହେବ ବୋଲି ବିଜେପି କହିଛି । ବିଧାୟକ ମନୋହର ରନ୍ଧାରୀ ମଧ୍ୟ ଲୋକଙ୍କୁ ଖୁଲମଖୁଲ୍ଲା ଭାବେ ଧାନ କଟା ଦାଆ ଓ କମ୍ବଳ ବଣ୍ଟୁଛନ୍ତି । ଏହାକୁ ନେଇ ବିଜେପି ଅଭିଯୋଗ କଲା ପରେ ମଧ୍ୟ କୌଣସି ଆକ୍ସନ ନିଆଯାଉନାହିଁ । ସିଇଓ କ୍ରାଡାପୁତ୍ତୁଳିକା ଭଳି କାମ କରୁଛନ୍ତି ଏବଂ ନିରପେକ୍ଷତା ଅବଲମ୍ବନ କରୁନାହାନ୍ତି ।" ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ।

ବିଜେପି ବିଜେଡି ଆରୋପ ପ୍ରତ୍ୟାରୋପ ଜାରି ଥିବା ବେଳେ ନିର୍ବାଚନ ମଣ୍ଡଳୀରେ ଜମୁଛି ହେବିୱେଟ ନେତାଙ୍କ ପ୍ରଚାର । ତିନି ଦଳର ପ୍ରାର୍ଥୀମାନେ ମଧ୍ୟ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ପ୍ରତିଶୃତି ଦେଉଛନ୍ତି । ଭୋଟ ହାତେଇବାକୁ ତିନି ଦଳର ଚାଲିଛି କସରତ । ତେବେ ପଦ୍ମପୁର ବାସୀ କେଉଁ ପ୍ରାର୍ଥୀଙ୍କ ମୁଣ୍ଡରେ ସୁନା କଳସୀ ଢାଳୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 27, 2022, 7:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.