ETV Bharat / state

Padmapur By Poll: ନିର୍ଦ୍ଦିଷ୍ଟ ଗଣମାଧ୍ୟମର ପ୍ରତିନିଧି ଟଙ୍କା ବାଣ୍ଟୁଥିବା ଅଭିଯୋଗ, CEOଙ୍କୁ ଭେଟିଲା BJD - ECOଙ୍କୁ ଭେଟିଛି ବିଜେଡି ପ୍ରତିନିଧି ଦଳ

ପଦ୍ମପୁର ଉପନିର୍ବାଚନରେ ବିଜେପିକୁ ଭୋଟ ଦେବାପାଇଁ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ପ୍ରତିନିଧି ଟଙ୍କା ବାଣ୍ଟୁଥିବା ଅଭିଯୋଗ । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ବରେ ECOଙ୍କୁ ଭେଟିଛି ବିଜେଡି ପ୍ରତିନିଧି ଦଳ । ଅଧିକ ପଢ଼ନ୍ତୁ

Padmapur By Poll: ନିର୍ଦ୍ଦିଷ୍ଟ ଗଣମାଧ୍ୟମର ପ୍ରତିନିଧି ଟଙ୍କା ବାଣ୍ଟୁଥିବା ଅଭିଯୋଗ, CEOଙ୍କୁ ଭେଟିଲା BJD

author img

By

Published : Dec 4, 2022, 3:58 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ ବିଜେପିକୁ ଭୋଟ ଦେବାପାଇଁ ଲୋକଙ୍କୁ ଟଙ୍କା ବଣ୍ଟାଯାଉଥିବା ଅଭିଯୋଗ ଆଣିଲା ବିଜେପି । ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକମାନେ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡି ପ୍ରତିନିଧି ଦଳ ।

Padmapur By Poll: ନିର୍ଦ୍ଦିଷ୍ଟ ଗଣମାଧ୍ୟମର ପ୍ରତିନିଧି ଟଙ୍କା ବାଣ୍ଟୁଥିବା ଅଭିଯୋଗ, CEOଙ୍କୁ ଭେଟିଲା BJD

ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ ପଡ଼ିବାକୁ ଆଉ ମାତ୍ର ଗୋଟିଏ ରାତିର ଅପେକ୍ଷା । ତେବେ ଏହା ପୂର୍ବରୁ ଆରୋପ ପ୍ରତ୍ୟାରୋପର ରାଜନୀତି ଜାରି ରହିଛି । ଶାସକ ବିଜେଡି ଓ ବିରୋଧୀ ବିଜେପି ପରସ୍ପର ବିରୋଧରେ ଅଭିଯୋଗ ଆଣି ବାରମ୍ବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଉଛନ୍ତି । ରବିବାର ମଧ୍ୟ CEOଙ୍କ ଦ୍ବାରସ୍ଥ ହୋଇଛି ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ବରେ ECOଙ୍କୁ ଭେଟିଛି ବିଜେଡି ଟିମ । ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକମାନେ ପଦ୍ମପୁରରେ ବିଜେପିକୁ ଭୋଟ ଦେବାପାଇଁ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛି ଏହି ବିଜେଡି ପ୍ରତିନିଧି ଦଳ ।

ଏହା ମଧ୍ୟ ପଢ଼ନ୍ତୁ...ପଦ୍ମପୁରରେ GST କର୍ମଚାରୀଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ଫାଇନାନ୍ସ ସର୍ଭିସ ବିଭାଗ

ଏନେଇ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ସେହି ନ୍ୟୁଜ ଚ୍ୟାନେଲର ୪୦ରୁ ୪୫ ଜଣ ଟିମ ପଦ୍ମପୁରରେ ରହିଛନ୍ତି । ଗଣମାଧ୍ୟମ ଆଳରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେମାନେ ଟଙ୍କା ବାଣ୍ଟୁଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ସୀମନପୁର, ବରେଇକେଲ, କାସଡାରେ ବୁଲି ବୁଲି ସେହି ନ୍ୟୁଜ ଚ୍ୟାନେଲର ପ୍ରତିନିଧିମାନେ ଟଙ୍କା ବାଣ୍ଟୁଛନ୍ତି । ତେଣୁ ସେଠାରେ ଯେତିକି ଗଣମାଧ୍ୟମ ଟିମ ରହିବା କଥା ସେତିକି ରଖାଯାଉ ଏବଂ ଅନ୍ୟମାନଙ୍କୁ ସେଠାରୁ ତୁରନ୍ତ ବାହାର କରାଯାଉ ।" ତେବେ ସେହି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଟଙ୍କା ବାଣ୍ଟିବା ନେଇ ତୁରନ୍ତ ତଦନ୍ତ କରାଯାଇ ସେମାନଙ୍କ ବିରୋଧରେ ତଦନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି CEOଙ୍କୁ ଭେଟି ଦାବି କରିଛି ବିଜେଡି ପ୍ରତିନିଧି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.