ETV Bharat / state

ଲୋକଙ୍କୁ କଥା କହି ପାଖକୁ ନେବାକୁ ମୋଦି ଦକ୍ଷ: ବିଜେଡି

author img

By ETV Bharat Odisha Team

Published : Dec 5, 2023, 6:42 PM IST

ଦେବୀ କହିଛନ୍ତି ଯେ ନିର୍ବାଚନ ହାରିବା ଓ ଜିତିବା ପରେ ବିଭିନ୍ନ କଥା ଓ କାରଣ କୁହାଯାଏ । ଅସଲ କଥା ହେଉଛି ଲୋକଙ୍କ ବିଶ୍ବାସ କିଏ ଜିତିଛି । ଏଠି ଲୋକଙ୍କର ବିଶ୍ବାସ ନବୀନ ବାବୁଙ୍କ ଉପରେ ରହିଛି । ଓଡିଶାବାସୀଙ୍କ ବିଶ୍ଵାସ ବାରମ୍ବାର ପ୍ରତିଫଳିତ ହୋଇଛି । ମହିଳାଙ୍କ ସଶକ୍ତିକରଣ ଦିଗରେ ନବୀନ ବାବୁଙ୍କର ହାତ ରହିଛି । ଅଧିକ ପଢନ୍ତୁ

ଲୋକଙ୍କୁ କଥା କହି ପାଖକୁ ନେବାକୁ ମୋଦି ଦକ୍ଷ : ବିଜେଡି

ଭୁବନେଶ୍ବର: ଆଗାମୀ 2024 ସଧାରଣ ନିର୍ବାଚନ ପୂର୍ବରୁ 5 ରାଜ୍ୟର ନିର୍ବାଚନକୁ ସେମିଫାଇନାଲ କୁହାଯାଉଛି । 5 ରାଜ୍ୟର ନିର୍ବାଚନ ଫଳାଫଳ ବାହାରିବା ପରେ ନାନା ଚର୍ଚ୍ଚା ଓ ବିତର୍କ ଲାଗି ରହିଛି । 2024 ସାଧାରଣ ନିର୍ବାଚନରେ ଏ ଭଳି ଚିତ୍ର ସାରା ଦେଶରେ ଦେଖିବାକୁ ମିଳିବ ବୋଲି ବିଜେପି ଆଶା ବାନ୍ଧିଛି । ମୋଦି ମ୍ୟାଜିକରେ ଓଡିଶାରେ ଦଳ ସରକାର ଗଠନ କରିବ ବୋଲି ରାଜ୍ୟ ବିଜେପି ଆଶା ବାନ୍ଧିଛି । ଏନେଇ ଜବାବ ରଖିଛି ରାଜ୍ୟର ଶାସକ ଦଳ ବିଜେଡି । ଲୋକଙ୍କୁ କଥା କହି ପାଖକୁ ନେବାକୁ ମୋଦି ଦକ୍ଷ ବୋଲି ବିଜେଡି ସ୍ବୀକାର କରିଛି । କିନ୍ତୁ ସରକାର ବିଜେଡି ଗଠନ କରିବ ବୋଲି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି ।

ଦେବୀ କହିଛନ୍ତି ଯେ, ନିର୍ବାଚନ ହାରିବା ଓ ଜିତିବା ପରେ ବିଭିନ୍ନ କଥା ଓ କାରଣ କୁହାଯାଏ । ଅସଲ କଥା ହେଉଛି ଲୋକଙ୍କ ବିଶ୍ବାସ କିଏ ଜିତିଛି । ଏଠି ଲୋକଙ୍କର ବିଶ୍ବାସ ନବୀନ ବାବୁଙ୍କ ଉପରେ ରହିଛି । ଓଡିଶାବାସୀଙ୍କ ବିଶ୍ଵାସ ବାରମ୍ବାର ପ୍ରତିଫଳିତ ହୋଇଛି । ମହିଳାଙ୍କ ସଶକ୍ତିକରଣ ଦିଗରେ ନବୀନ ବାବୁଙ୍କର ହାତ ରହିଛି । ରାଜ୍ୟର ସବୁ କ୍ଷେତ୍ରରେ ବିକାଶରେ ତାଙ୍କର ପ୍ରତିବଦ୍ଧତା ରହିଛି । ସିଟ ସଂରକ୍ଷଣ ବ୍ୟବସ୍ଥାରେ ବିଜୁ ବାବୁ ଏକତୃତୀୟାଂଶ କରିଥିବା ବେଳେ ନବୀନ ବାବୁ 50 ପ୍ରତିଶତ କରିଛନ୍ତି ।

ଅଧିକ ପଢନ୍ତୁ- ​ ଓଡିଶାରେ କେବଳ କାମ କରିବ ନବୀନଙ୍କ ବିକାଶ ମଡେଲ: ଅତନୁ ସବ୍ୟସାଚୀ

କେନ୍ଦ୍ର ସରକାର ଚାପଗସ୍ତ ହୋଇ ମହିଳା ସଂରକ୍ଷଣ କଥା ଘୋଷଣା କରିବାକୁ ବାଧ୍ୟ ହେଲେ । 2024ରେ ମହିଳା ସଂରକ୍ଷଣ ଲାଗୁ କରିବାକୁ କେନ୍ଦ୍ରର ସାହସ ହେଲାନାହିଁ । କେବଳ ମହିଳାଙ୍କୁ ଆଖି ଆଗରେ ରଖି 2029ରେ ହେବ ବୋଲି ଆଶା ଦେଲେ । ଏ ସବୁରେ ନବୀନ ବାବୁ ଅଗ୍ରଣୀ ଭୂମିକା ନେଇଛନ୍ତି । କେସିଆର, ଅଶୋକ ଗେହେଲଟ ଅନେକ ଯୋଜନା କରିଥିଲେ । ଲୋକଙ୍କ ବିଶ୍ବାସଭାଜନ ଯିଏ ହୋଇପାରିବ ସେ ଜିତିବ । ନିର୍ବାଚନ ଆସିଲେ 4ରୁ 6 ମାସ କାମ କଲେ ହେବନାହିଁ । ରାଜସ୍ଥାନ ପରିଯେଉଁମାନେ କ୍ଷମତାରେ ଥିଲେ, ସେଠାରେ ଅନ୍ୟ କାରଣ ମଧ୍ୟ କାମ କଲା । ଲଗାତାର ଭାବେ ଗେହେଲଟ ଓ ପାଇଲଟଙ୍କ ମଧ୍ୟରେ ଥିବା ମତଭେଦ ଯୋଗୁଁ ଏମିତି ଫଳ ହେଲା । ଗୁଜର ସମ୍ପ୍ରଦାୟର ଅବିଶ୍ବାସ ଓ ମହିଳାଙ୍କୁ ନେଇ ମୋଦିଙ୍କ ପ୍ରତିକ୍ରିୟା ନିର୍ବାଚନ ଉପରେ ପ୍ରଭାବ ପକାଇଲା । କଂଗ୍ରେସ ନିଶ୍ଚିନ୍ନ ହୋଇଯାଇନାହିଁ ।

ଆମେ ଲୋକଙ୍କ ସୁଖଦୁଃଖରେ ଭାଗିଦାରୀ ଅଛୁ । ଅନ୍ୟମାନେ କୁହନ୍ତି । ଆମେ କରୁଛୁ । ଲୋକ ପରଖୁଛନ୍ତି, ବୋକା ନୁହଁନ୍ତି । ମୋଦି ଗ୍ୟାରେଣ୍ଟି କଣ ଭାରତ ବାସୀ ଜାଣିଛନ୍ତି । ମୋଦି 2014ରେ ଅନେକ କଥା କହିଥିଲେ, କରିନାହାନ୍ତି । ମୋଦି କଥା କହି ଲୋକଙ୍କୁ ପାଖକୁ ନେବାକୁ ଦକ୍ଷ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.