ETV Bharat / state

BJD Leader Meet Dilip Ray: ଦିଲ୍ଲୀପଙ୍କ ପାଇଁ ଦ୍ୱାର ଖୋଲା ରଖିଛି ବିଜେଡି, ଖୁବଶୀଘ୍ର ବଡ ନିଷ୍ପତ୍ତି !

author img

By

Published : Jan 14, 2023, 8:02 PM IST

ଦିଲ୍ଲୀପ ରାୟ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ରହିସାରିଛନ୍ତି । 2018ରେ ବିଜେପି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । 1985ରେ ହୋଟେଲ ବ୍ୟବସାୟରୁ ରାଜନୀତିକୁ ପ୍ରବେଶ କରିଥିଲେ ଦିଲ୍ଲୀପ । ରାଉରକେଲା ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସେହି ବର୍ଷ ରାଉରକେଲା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ଲଢ଼ି ବିଜୟୀ ହୋଇଥିଲେ । ଅଧିକ ପଢନ୍ତୁ

BJD Leader Meet Dilip Ray
BJD Leader Meet Dilip Ray

ଭୁବନେଶ୍ବର: ଖୁବଶୀଘ୍ର ଓଡିଶା ରାଜନୀତିରେ ଘଟିବ ବଡ ଘଟଣା । ଘରକୁ ଫେରିବେ ବିଶିଷ୍ଟ ଶିଳ୍ପପତି ଦିଲ୍ଲୀପ ରାୟ । ବିଜେଡିରେ ଦିଲ୍ଲୀପଙ୍କୁ ମିଳିବ ବଡ ଦାୟିତ୍ବ । ନବୀନଙ୍କ ସଂକେତ ପରେ ଦିଲ୍ଲୀପଙ୍କ ଦାବି ମାନିବାକୁ ବିଜେଡି ପ୍ରସ୍ତୁତ । ଦିଲ୍ଲୀପ ମଧ୍ୟ ବିଜେଡିକୁ ଫେରିବାକୁ ଆପାତଃ ମନ ସ୍ଥିର କରିଛନ୍ତି । ଯାହାର ପ୍ରଥମ ଝଲକ ଗତକାଲି ରାଉରକେଲାରେ ଦେଖିବାକୁ ମିଳିଛି । ଅବରସ ଥିଲା ଭାରତ- ସ୍ପେନ ମଧ୍ୟରେ ମ୍ୟାଚ । ମ୍ୟାଚ ଦେଖିବାକୁ ଖୋଦ ମୁଖିଆ ନବୀନଙ୍କ ସମେତ ପୁରା ବିଜେଡି ବ୍ରିଗେଡିୟର ରାଉରକେଲାରେ ଡେରା ପକାଇଥିଲା । ଆଉ ହକି ଖେଳ ବାହାନରେ ଦିଲ୍ଲୀପଙ୍କୁ ଭେଟିଥିଲେ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଆଉ ଏହି ଭେଟଘାଟ ପରେ ଏବେ ରାଜ୍ୟ ରାଜନୀତିରେ ବଢିବାରେ ଲାଗିଛି ପାରଦ ।

ଏହାବି ପଢନ୍ତୁ- ବିଜେପି ଛାଡିବେ ଗିରିଧର ଗମାଙ୍ଗ ! BRSରେ ହେବେ ସାମିଲ

ପ୍ରଶ୍ନ ଉଠୁଛି ବିଜେଡି ଆଡକୁ ଢଳୁଛନ୍ତି କି ଦିଲ୍ଲୀପ ରାୟ ? ରାଉରକେଲାରେ ହକି ବିଶ୍ବକପ ଚାଲିଥିବା ବେଳେ ଯେଉଁ ଫଟୋ ଫ୍ରେମରେ କିଛି ପ୍ରମୁଖ ବିଜେଡି ନେତାଙ୍କ ସହିତ ସାମିଲ ଅଛନ୍ତି ଦିଲ୍ଲୀପ ରାୟ ତାହା ଏକ କୋଠରୀରେ ବୈଠକ ଚାଲିବା ପରି ମନେ ହେଉଛି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ବସିଛନ୍ତି ଦିଲ୍ଲୀପ ରାୟ । ସାଙ୍ଗରେ ଅଛନ୍ତି ବିଧାୟକ ସୁଶାନ୍ତ ରାଉତ ଏବଂ ପ୍ରଣବ ବଳବନ୍ତ ରାୟ । ନବୀନଙ୍କ ବିନା ପରାମର୍ଶରେ ପ୍ରଣବ ପ୍ରକାଶ ଦାସ କେବେ ବି ଦିଲ୍ଲୀପ ରାୟଙ୍କୁ ଭେଟିବେ ନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । 2019 ମସିହାରେ ଯେତେବେଳେ ଦିଲ୍ଲୀପ ରାୟ ନବୀନଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲେ ସେତେବେଳେ ମଧ୍ୟ ବିଜେଡିରେ ମିଶିବା ଏକ ପ୍ରକାର ନିଶ୍ଚିତ କୁହାଯାଉଥିଲା । କିନ୍ତୁ କୌଣସି କାରଣରୁ ଦିଲ୍ଲୀପ ବିଜେଡି ଫେରିନଥିଲେ । ଏବେ ଏହି ଫଟୋ ଫ୍ରେମରେ ବିଜେଡିର ତୁଙ୍ଗ ନେତାଙ୍କ ସହିତ ଦିଲ୍ଲୀପ ବସିବା ପରେ ପ୍ରସଙ୍ଗ ଯାହା ବି ଥାଉ ଦିଲ୍ଲୀପଙ୍କ ପାଇଁ ବିଜେଡି ଦ୍ବାରା ଖୋଲା ଅଛି ଏହା ସ୍ପଷ୍ଟ ।

ଦିଲ୍ଲୀପଙ୍କ ପାଇଁ ଦ୍ବାର ଖୋଲା ରଖିଛି ବିଜେଡି, ଖୁବଶୀଘ୍ର ବଡ ନିଷ୍ପତି !

ଏହାବି ପଢନ୍ତୁ- ଫେବୃଆରୀରେ ଓଡିଶା ଆସିବେ ଖଡ଼ଗେ ଓ ପ୍ରିୟଙ୍କା

ଦିଲ୍ଲୀପ ରାୟ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ରହିସାରିଛନ୍ତି । 2018ରେ ବିଜେପି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । 1985ରେ ହୋଟେଲ ବ୍ୟବସାୟରୁ ରାଜନୀତିକୁ ପ୍ରବେଶ କରିଥିଲେ ଦିଲ୍ଲୀପ । ରାଉରକେଲା ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସେହି ବର୍ଷ ରାଉରକେଲା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ଲଢ଼ି ବିଜୟୀ ହୋଇଥିଲେ । ପୁନର୍ବାର 1990 ରେ ଜନତା ଦଳ ଟିକେଟରେ ବିଜୟୀ ହୋଇ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଶିଳ୍ପ ମନ୍ତ୍ରୀ ହୋଇଥିଲେ । 1996 ରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । 1996- 2002, 2002–2008 ଦୁଇଥର ରାଜ୍ୟସଭାକୁ ଯାଇ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଷ୍ଟିଲ, କୋଇଲା, ଖାଦ୍ୟ ପ୍ରକ୍ରିୟାକରଣ, ପଶୁ ସମ୍ପଦ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମଧ୍ୟ ହୋଇଛନ୍ତି ଦିଲ୍ଲୀପ ।

ସମ୍ଭବତଃ ବିଜେଡି ଦିଲ୍ଲୀପଙ୍କ ସହିତ ମିଶି 2024 ପାଇଁ କିଛି ରାଜନୈତିକ ରଣନୀତି କରୁଥାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କୋଇଲା ସ୍କାମରେ ମଧ୍ୟ ବେଶ ଚର୍ଚ୍ଚାରେ ରହିଥିଲେ ଦିଲ୍ଲୀପ ରାୟ । ତେବେ 2024 ନିର୍ବାଚନକୁ ଆଉ ଅଳ୍ପ ସମୟ ବାକି ଥିବା ବେଳେ ବିଜେଡିର ତୁଙ୍ଗ ନେତାଙ୍କ ସହିତ ଦିଲ୍ଲୀପଙ୍କ ଫଟୋ ଅନେକ କିଛି ବାର୍ତ୍ତା ଦେଉଛି । ୨୦୧୮ ରେ ବିଧାୟକ ପଦରୁ ଇସ୍ତଫା ଦେବା ସହ ବିଜେପି ଛାଡିବା ପରେ ଏକ ରାଜନୈତିକ ମଞ୍ଚ ଖୋଜୁଛନ୍ତି ଦିଲ୍ଲୀପ । 2019ରେ ନବୀନ ନିବାସରେ ନବୀନଙ୍କୁ ଭେଟିବା ପରେ ଦିଲ୍ଲୀପ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହୋଇଥିଲା । ସେତେବେଳେ ଆଲୋଚନା କରାଯାଉଥିଲା ଯେ, ଦିଲ୍ଲୀପ ହୁଏତ ପୁଣି ବିଜେଡିକୁ ଫେରିପାରନ୍ତି । ହେଲେ ସେତେବେଳେ ସେମିତି କିଛି ନହେବାରୁ ଚର୍ଚ୍ଚା ଚର୍ଚ୍ଚାରେ ହିଁ ରହିଥିଲା । ଏବେ ଏହି ଚର୍ଚ୍ଚା ବହୁ ପୁରୁଣା ହୋଇଗଲାଣି । କିନ୍ତୁ ଚର୍ଚ୍ଚାକୁ ତାଜା କରିଛି ରାଉରକେଲାରେ ହକି ଆୟୋଜନ ସମୟରେ ଦିଲ୍ଲୀପଙ୍କ ସହ ବରିଷ୍ଠ ବିଜେଡି ନେତାଙ୍କ ଫଟୋ । ବଡକଥା ହେଉଛି, ବିଜେଡିର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଦିଲ୍ଲୀପଙ୍କ ସହ ଗୋଟିଏ ଫ୍ରେମରେ ନଜର ଆସିଛନ୍ତି । ଏହି ଫଟୋରେ ବିଧାୟକ ପ୍ରଣବ ବଳବନ୍ତରାୟ, ସୁଶାନ୍ତ ରାଉତଙ୍କ ଭଳି ବିଜେଡି ନେତାମାନେ ମଧ୍ୟ ନଜର ଆସୁଛନ୍ତି ।

ଅତି ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ଗୋଟିଏ କୋଠରୀରେ ବସି ଏହି ନେତାମାନେ ଆଲୋଚନା କରୁଛନ୍ତି । ଯାହାକୁ ନେଇ ନୂଆ ରାଜନୈତିକ ସମୀକରଣର ସନ୍ଦେହ ବଢୁଛି । ରାଉଲକେଲାରେ ହକି ବିଶ୍ୱକପ ଆୟୋଜନ ହେଉଥିବାରୁ ଆମନ୍ତ୍ରଣ ଲାଗି ବବି ଆଣ୍ଡ ଟିମ ଦିଲ୍ଲୀପଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ତେବେ ମୁଖ୍ୟମନ୍ତ୍ରୀ ମଧ୍ୟ ରାଉରକେଲା ଗସ୍ତରେ ଥିଲେ । ଦିଲ୍ଲୀପ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.