ETV Bharat / state

ଆଜି ନୁହେଁ, ୧୯୮୫ ମସିହାରୁ ଖୋଲା ହୋଇନାହିଁ ଶ୍ରୀମନ୍ଦିରର ରତ୍ନଭଣ୍ଡାର : ବିଜେଡି

ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ କଟାକ୍ଷ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଲେନିନ କହିଛନ୍ତି ଯେ, ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି ଯେଉଁ କାହାଣୀ ଶୁଣାଇଛି, ତାହା ଦେଖି ମନେ ହେଉଛି ଓଡ଼ିଶା ବିଜେପି ନେତାମାନଙ୍କର ମଧ୍ୟ ସ୍ମୃତି ବିଭ୍ରମ ଘଟିଲାଣି । ଅଧିକ ପଢନ୍ତୁ

author img

By

Published : Apr 27, 2023, 9:40 PM IST

18363891
18363891
ଆଜି ନୁହେଁ, ୧୯୮୫ ମସିହାରୁ ଖୋଲା ହୋଇନାହିଁ ଶ୍ରୀମନ୍ଦିରର ରତ୍ନଭଣ୍ଡାର : ବିଜେଡି

ଭୁବନେଶ୍ବର: ବିନା କାରଣରେ ବିଭିନ୍ନ ସ୍ପର୍ଶକାତର ଘଟଣାରେ ମନଗଢ଼ା କାହାଣୀ କହି ରାଜନୀତି କରିବା ଓଡ଼ିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି । ବୋଧହୁଏ ଆଜିକାଲି ସେମାନେ ଘରେ ବସି ଅଧିକ ବଲିଉଡ ଫିଲ୍ମ ଓ ୱେବ ସିରିଜ ଦେଖୁଛନ୍ତି । ଏହାର ପ୍ରଭାବରେ ମନଗଢ଼ା କାହାଣୀ ତିଆରି କରି ପ୍ରତିଦିନ ଗଣମାଧ୍ୟମ ସାମ୍ନାରେ ଗପୁଛନ୍ତି । ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ ଏମିତି କଟାକ୍ଷ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଲେନିନ କହିଛନ୍ତି ଯେ, ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି ଯେଉଁ କାହାଣୀ ଶୁଣାଇଛି, ତାହା ଦେଖି ମନେ ହେଉଛି ଓଡ଼ିଶା ବିଜେପି ନେତାମାନଙ୍କର ମଧ୍ୟ ସ୍ମୃତି ବିଭ୍ରମ ଘଟିଲାଣି । ସେମାନେ ସମ୍ଭବତଃ ଜାଣି ନାହାନ୍ତି ଯେ ଆଜି ନୁହେଁ, ୧୯୮୫ ମସିହାରୁ ଦୀର୍ଘ ୩୮ ବର୍ଷ ଧରି ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲା ହୋଇନାହିଁ । ଆଜିର ସାମ୍ବାଦିକ ସମ୍ମିଳନୀ ମଧ୍ୟ ଓଡ଼ିଶା ବିଜେପିରେ ଚାଲିଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇ ଦେଇଛି । କାରଣ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ମିଳିତ ସରକାର ଥିଲା । ଆଇନ ମନ୍ତ୍ରୀ ଥିଲେ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ । ତାଙ୍କୁ ମଧ୍ୟ ରତ୍ନଭଣ୍ଡାର ଖୋଲା ନହେବା ପାଇଁ ବିଜେପି ପରୋକ୍ଷରେ ଦାୟୀ କରିଛି ।

ଲେନିନ ଆହୁରି ମଧ୍ୟ କହିଛନ୍ତି, ରାଜନୀତି କରିବା ପାଇଁ ବିରୋଧୀ ଦଳ ପାଖରେ ଅନେକ ପ୍ରସଙ୍ଗ ଅଛି । ଓଡ଼ିଶାରେ ସ୍ୱାର୍ଥ ସମ୍ବଳିତ ଯେ କୌଣସି ପ୍ରସଙ୍ଗରେ ସେମାନେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିପାରିବେ । ମାତ୍ର ସେପରି ନକରି ସେମାନେ ଟାଣିଓଟାରି ବିଭିନ୍ନ ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି କରୁଛନ୍ତି । ଲୋକଙ୍କ ଧର୍ମୀୟ ଭାବନା ସହ ଖେଳ ଖେଳୁଛନ୍ତି । ସେମାନେ ମନେ ରଖିବା ଉଚିତ ଯେ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କଲେ ଜଗନ୍ନାଥପ୍ରେମୀ ଓଡ଼ିଶାବାସୀ ସେମାନଙ୍କୁ କେବେ କ୍ଷମା ଦେବେ ନାହିଁ ।

ସୂଚନାଯୋଗ୍ଯଯେ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଥିଲେ ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ । ପୀତାମ୍ବର ସଙ୍ଗୀନ ଅଭିଯୋଗ କରି କହିଥିଲେ ରାଜ୍ୟ ସରକାର ଏକ କମିଶନ ସର୍ବସ୍ବ ସରକାର । ସବୁ କ୍ଷେତ୍ରରେ କମିଶନ । ଶେଷରେ ଜଗନ୍ନାଥଙ୍କ ପାଖରେ କମିଶନ ଲଗାଇ ଦେଲେ । ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ 6 ମାସ ପରେ ସେପ୍ଟେମ୍ବର ମାସରେ ରିପୋର୍ଟ ଦେଲେ ଜଷ୍ଟିସ ରଘୁବୀର ଦାସ କମିଶନ । ଏଥିରେ 22 ଲକ୍ଷ ଟଙ୍କା ଖର୍ଚ୍ଚ କଲେ ସରକାର । ବିଜେପି ଏତଲା ଦେଲା ପରେ ଜିଲ୍ଲାପାଳ କହିଲେ ରେକର୍ଡ ରୁମ୍‌ରୁ ଡୁପ୍ଲିକେଟ ଚାବି ମିଳିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲିଲା ନାହିଁ କି କମିଶନଙ୍କ ରିପୋର୍ଟ ସାର୍ବଜନୀନ ହେଲା ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.