ETV Bharat / state

ସମଗ୍ର ଦେଶରେ ବିଷ ମଞ୍ଜି ବୁଣି ଭାଇଚାରା ନଷ୍ଟ କରୁଛି ବିଜେପି: ବ୍ୟୋମକେଶ

author img

By

Published : Apr 19, 2023, 10:00 PM IST

ସମ୍ବଲପୁରରେ ହିଂସାର ପ୍ରତିବାଦ ଓ ସାମ୍ପ୍ରଦାୟିକ ସଦ୍ଭାବନା ପ୍ରତିଷ୍ଠା ପାଇଁ ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା । ଅଧିକ ପଢ଼ନ୍ତୁ

bjd candle march in bhubaneswar
ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ଭୁବନେଶ୍ବର: ଓଡିଶା ନୁହେଁ ସମଗ୍ର ଦେଶରେ ବିଷ ମଞ୍ଜି ବୁଣିଛି ଭାରତୀୟ ଜନତା ପାର୍ଟି, ଭାଇଚାର ନଷ୍ଟ କରୁଛି । ଜାତି-ଜାତି, ଧର୍ମ - ଧର୍ମ, ଭାଇ - ଭାଇ ମଧ୍ୟରେ ଭେଦ ଭାବ ସୃଷ୍ଟି କରୁଛି । ସମ୍ବଲପୁରରେ ସାମ୍ପ୍ରଦାୟିକ ସଦ୍ଭାବନା ପ୍ରତିଷ୍ଠା ପାଇଁ ଦଳ ପକ୍ଷରୁ ଆୟୋଜିତ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବିଜେପିକୁ ଟାର୍ଗେଟ କରି ଏପରି କହିଛନ୍ତି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ।

ସମ୍ବଲପୁରରେ ହିଂସାର ପ୍ରତିବାଦ ଓ ସାମ୍ପ୍ରଦାୟିକ ସଦ୍ଭାବନା ପ୍ରତିଷ୍ଠା ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା କରିଛି ବିଜେଡି । ବିଜେଡିର 3 ଛାମୁଆ ସଂଗଠନର କର୍ମକର୍ତ୍ତା ଏଥିରେ ସାମିଲ ହୋଇଛନ୍ତି । ବିଜେଡିର ଯୁବ-ଛାତ୍ର-ମହିଳା ସଂଗଠନ ପକ୍ଷରୁ ହାଉସିଂ ବୋର୍ଡ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ କ୍ୟାଣ୍ଡେଲ ମାର୍ଚ୍ଚ ହୋଇଛି । ବିଜେଡି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟମକେଶ ରାୟଙ୍କ ନେତୃତ୍ୱରେ ଏହି କ୍ୟାଣ୍ଡେଲ ଯାତ୍ରା ହୋଇଛି । ବିଜେଡି ପକ୍ଷରୁ କୁହାଯାଇଛି ଯେ, ସମ୍ବଲପୁରରେ ଶାନ୍ତି ଫେରୁଥିବା ବେଳେ ବିଜେପି ରାଜନୀତି କରୁଛି । ବନ୍ଦ ଡାକରା ଦେଇ ସମ୍ବଲପୁରରେ ଓଡ଼ିଶା ବିଜେପି ହିଂସାକୁ ଉସୁକାଇବାକୁ ରଣନୀତି କରୁଛି । ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ବିଜେପି ବଦନାମ କରିବାକୁ ଷଡ଼ଯନ୍ତ୍ର କରୁଛି । ଏହା ପ୍ରତିବାଦରେ ସାରା ଓଡ଼ିଶାରେ ଦଳ ଶାନ୍ତି ଶୋଭାଯାତ୍ରା କରିଛି ।

ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ କହିଛନ୍ତି,"ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଶାନ୍ତି, ମୈତ୍ରୀ ଓ ସଦ୍ଭାବନାକୁ ସବୁବେଳେ ଗୁରୁତ୍ୱ ଦିଆଯାଇଛି । ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି ଓ ସଦ୍ଭାବନା ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ଚେଷ୍ଟା ଅପଚେଷ୍ଟାରେ ପରିଣତ ହେବ । ସେମାନେ ଏଥିରୁ ନିବୃତ୍ତ ରହିବାକୁ ଅନୁରୋଧ କରୁଛୁ । ଓଡ଼ିଶାର ଶାନ୍ତିପ୍ରିୟ ଭାଇ, ଭଉଣୀ ଓ ଗୁରୁଜନମାନେ ଏକାଠି ହେବେ । ଏହି ପରିପ୍ରେକ୍ଷୀରେ ବିଜେଡିର ଛାମୁଆ ସଂଗଠନ ପକ୍ଷରୁ କ୍ୟାଣ୍ଡେଲ ଲାଇଟ ମାର୍ଚ୍ଚ କରିଛୁ । ଓଡିଶା ବିଶେଷ କରି ସମ୍ବଲପୁରରେ ଶାନ୍ତି ଫେରାଇ ଆଣିବା ଲାଗି ଅନୁରୋଧ କରୁଛୁ । କେବଳ ଓଡିଶା ନୁହେଁ ସମଗ୍ର ଦେଶରେ ବିଜେପି ବିଷ ମଞ୍ଜି ବୁଣି ଭାଇଚାର ନଷ୍ଟ କରୁଛି ।"

ଆୟୋଜିତ ଶୋଭାଯାତ୍ରାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇଛନ୍ତି । ଶୋଭାଯାତ୍ରାରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଧୃତି ରଞ୍ଜନ ମାର୍ଥା, ମହାସଚିବ ଏଲିନା ଦାଶ, ବରିଷ୍ଠ ଉପସଭାପତି ଜ୍ୟୋସ୍ନାମୟୀ ପରିଡ଼ା, ବିଜୁ ଛାତ୍ର ଜନତା ଦଳର ମହାସଚିବ ଇପ୍ସିତା ସାହୁ, ମୁଖପାତ୍ର ସ୍ୱାଗତିକା ମହାନ୍ତିଙ୍କ ସମେତ ଯୁବ ଏବଂ ଛାତ୍ର ସଂଗଠନର ସାଧାରଣ ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.