ETV Bharat / state

ପାଣ୍ଡିଆନଙ୍କୁ ଗଞ୍ଜାମ ଯଦି ଗ୍ରହଣ କଲା ଓଡିଶାବାସୀ କାହିଁକି ଗ୍ରହଣ କରିବେନି: ଅମର ଶତପଥୀ

author img

By ETV Bharat Odisha Team

Published : Oct 25, 2023, 8:35 PM IST

ଏହି ପରିପ୍ରେକ୍ଷୀରେ ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍ତି, ‘‘ଭିକେ ପାଣ୍ଡିଆନ ରାଜନୀତିକୁ ଆସିଲେ ଲୋକ ଗ୍ରହଣ କରିବେ। ପାଣ୍ଡିଆନ ହେଉଛନ୍ତି ବିକାଶ ପୁରୁଷ। ରୂପାନ୍ତରିକରଣର ମହାନାୟକ । ସେଥିପାଇଁ ଲୋକେ ଗ୍ରହଣ କରିବେ। ଏବେ ଯାଏଁ ସେ ରାଜନୀତିକୁ ଆସିନାହାନ୍ତି। ସେ ରାଜନୀତିକୁ ଆସିଲେ ଓଡ଼ିଶାବାସୀ ସ୍ଵାଗତ କରିବେ ।’’ ଅଧିକ ପଢନ୍ତୁ

ଅମର ଶତପଥୀ
ଅମର ଶତପଥୀ
ପାଣ୍ଡିଆନଙ୍କୁ ଗଞ୍ଜାମ ଯଦି ଗ୍ରହଣ କଲା ଓଡିଶାବାସୀ କାହିଁକି ଗ୍ରହଣ କରିବେନି: ଅମର ଶତପଥୀ

ଭୁବନେଶ୍ବର: ଭିକେ ପାଣ୍ଡିଆନଙ୍କ ଭିଆରଏସ ଓ ନୂଆ ନିଯୁକ୍ତି ପରେ ଏବେ ରାଜ୍ୟ ରାଜନୀତି ସରଗରମ । ରାଜନୈତିକ ମହଲରେ ଏବେ ତାଙ୍କରି ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ଆଗକୁ ବଡ ପଦବୀ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଆଗକୁ ଅଛି ବଡ ନିର୍ବାଚନ ଏହାରି ଭିତରେ ବିଜେଡି ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ଲାଗିପଡିଛି।

ଏହି ପରିପ୍ରେକ୍ଷୀରେ ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍ତି, ‘‘ଭିକେ ପାଣ୍ଡିଆନ ରାଜନୀତିକୁ ଆସିଲେ ଲୋକେ ଗ୍ରହଣ କରିବେ। ପାଣ୍ଡିଆନ ହେଉଛନ୍ତି ବିକାଶ ପୁରୁଷ। ରୂପାନ୍ତରିକରଣର ମହାନାୟକ । ସେଥିପାଇଁ ଲୋକ ଗ୍ରହଣ କରିବେ। ଏବେ ଯାଏଁ ସେ ରାଜନୀତିକୁ ଆସିନାହାନ୍ତି। ସେ ରାଜନୀତିକୁ ଆସିଲେ ଓଡ଼ିଶାବାସୀ ସ୍ଵାଗତ କରିବେ ।’’

ଅଧିକ ପଢନ୍ତୁ- VK Pandian VRS: ଚାକିରୀ ସହ ରାଜନୀତିକୁ ବିରୋଧ କରିଥିଲୁ, ବ୍ୟକ୍ତି ବିଶେଷକୁ ନୁହେଁ: ବିଜେପି ସଭାପତି

ସେହିପରି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ପାଣ୍ଡିଆନଙ୍କୁ ଗଞ୍ଜାମ ଜିଲ୍ଲା ଯଦି ଗ୍ରହଣ କଲା ତେବେ ଓଡ଼ିଶାବାସୀ କାହିଁକି ଗ୍ରହଣ କରିବେନି। ଓଡ଼ିଶାରେ ବହୁ ବର୍ଷ ଧରି ପ୍ରଶାସନିକ ସେବା ଯୋଗାଇଛନ୍ତି। ଯଦି ଭଲ କାମ କରୁଛନ୍ତି କାହିଁକି ଗ୍ରହଣ କରିବେନି। ଅନେକ ବିରୋଧୀ ଦଳ ମଧ୍ୟ ତାଙ୍କ ଦକ୍ଷତାକୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭରସା କରି ଗୁରୁ ଦାୟିତ୍ଵ ଦେଇଛନ୍ତି। ଆଶା କରୁଛି ସଫଳ ହେବେ । ପାଣ୍ଡିଆନ ବିଜେଡିକୁ ଆସିବେ କି ନାହିଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ଏବେ ପ୍ରଶାସନ ଟିମ ଗୁଡଗଭର୍ଣ୍ଣାନ୍ସକୁ ନେଇ କାମ କରିବେ। ଓଡ଼ିଶା ପ୍ରଶାସନକୁ ଗତିଶୀଳ କରିବା। ଗଞ୍ଜାମ ଜିଲ୍ଲାରେ ଯେଉଁ ଭଳି କାର୍ଯ୍ୟକ୍ରମ କରୁଥିଲେ ତାଙ୍କ ସେବାକୁ ଉଚିତ ବିନିଯୋଗ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟକୁ ଆଣିଥିଲେ। ଫାଇଭ ଟି କାର୍ଯ୍ୟକ୍ରମ ଗୁଡ ଗଭର୍ଣ୍ଣାନ୍ସର ଲକ୍ଷଣ। ଯେତେବେଳେ ଯୋଉ ଦାୟିତ୍ଵ ଦିଆଯାଇଛି ଭଲ ଭାବେ ନିଭାଇଛନ୍ତି।

ଅଧିକ ପଢନ୍ତୁ- ବିଜେଡି-ବିଜେପିର ପଲିଟିକାଲ ଏଜେଣ୍ଟ ହେଉଛନ୍ତି ମିଷ୍ଟର ପାଣ୍ଡିଆନ: PCC ସଭାପତି

ସେପଟେ ବିଜେପି କହିଛି, ପାଣ୍ଡିଆନଙ୍କୁ ରାଜନୈତିକ ମଇଦାନରେ ଏଣ୍ଟ୍ରି କରାଇବାକୁ ଗଳା ବାଟ ଖୋଜୁଛି ବିଜେଡି । ବିଜୁ ଜନତା ଦଳରେ ପ୍ରବଳ ଅନ୍ତଃକନ୍ଦଳ ଥିବାରୁ ସେଥିପାଇଁ ବର୍ତ୍ତମାନ ତାଙ୍କୁ ସିଧାସଳଖ ବିଜେଡିରେ ନମିଶାଇ ଗଳା ବାଟରେ ଆଣିବାକୁ ଯୋଜନା ହୋଇଛି । ବିଜେଡି ନେତା ମାନଙ୍କର ବୟାନବାଜି ହେଉ କି ପୂର୍ବରୁ ବିଭିନ୍ନ କାର୍ଯ୍ୟକଳାପ ସେଇ ଦିଗରେ ସଙ୍କେତ ଦେଉଛି । ଆମେ କହୁଥିଲୁ ତାଙ୍କର ଯଦି ରାଜନୀତି କରିବାର ଅଛି ଚାକିରୀ ଛାଡ଼ନ୍ତୁ । ପୁଣି ତ ଚାକିରୀ କରିଗଲେଣି । ଯଦି ରାଜନୀତି କରିବାର କଥା ଥିଲା ସିଧାସଳଖ ତାଙ୍କ ଦଳରେ ପାଣ୍ଡିଆନ ମିଶି ପାରିଥାନ୍ତେ । ତେଣୁ ଏମିତି ଗଳା ବାଟରେ ଜରିଆରେ ରାଜନୀତିକୁ ଆସିବାକୁ ଯୋଜନା କରାଯାଉଛି ।

ଅଧିକ ପଢନ୍ତୁ- VK Pandian Takes VRS: VRS ନେଲେ VK Pandian, ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା

ଅନ୍ୟପଟେ କଂଗ୍ରେସ କହିଛି ପାଣ୍ଡିଆନଙ୍କୁ ବିଜେଡି ନେତା ମାନେ ଗ୍ରହଣ କରି ପାରନ୍ତି କିନ୍ତୁ ଓଡିଶାବାସୀ କେବେ ବି ଗ୍ରହଣ କରିବେ ନାହିଁ । ଓଡିଶାବାସୀ ବହୁତ ସ୍ବାଭିମାନୀ । ତେଣୁ ଜଣେ ବାହାର ରାଜ୍ୟର ଲୋକକୁ ଓଡିଶାବାସୀ ଗ୍ରହଣ କରିବେ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.