ETV Bharat / state

ବିଜେଡି ଫୋକସରେ ଭୋଟହାର ବୃଦ୍ଧି, ଶଶୀ ଓ ବଦ୍ରି କହିଲେ ସିଟ୍‌ ସଂଖ୍ୟା ବି ବଢ଼ିବ

author img

By ETV Bharat Odisha Team

Published : Jan 10, 2024, 9:22 PM IST

BJD on Vote Percentage: 2024 ସାଧାରଣ ନିର୍ବାଚନରେ ସିଟ୍‌ ସଂଖ୍ୟା ସହ ଭୋଟ ହାର ବୃଦ୍ଧି ଉପରେ ଫୋକସ ରଖିଛି ଶାସକ ବିଜେଡି । ଅନ୍ୟଦଳ ଏଥିପାଇଁ ପ୍ରସ୍ତୁତ ନଥିବା କହିଛନ୍ତି ବିଜେଡି ନେତା । ଅଧିକ ପଢ଼ନ୍ତୁ

ବିଜେଡି ଫୋକସ୍‌ରେ ଭୋଟହାର ବୃଦ୍ଧି
ବିଜେଡି ଫୋକସ୍‌ରେ ଭୋଟହାର ବୃଦ୍ଧି
ବିଜେଡି ଫୋକସ୍‌ରେ ଭୋଟହାର ବୃଦ୍ଧି

ଭୁବନେଶ୍ବର: ଆସନ୍ତା ନିର୍ବାଚନରେ ବିଜୟ ସହ ଭୋଟ ହାର ବୃଦ୍ଧି କରିବା ଲାଗି ଗୁରୁତ୍ବ ଦେଉଛି ଶାସକ ବିଜୁ ଜନତା ଦଳ । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଭୋଟ ହାର ବୃଦ୍ଧି ପାଇଁ ଉଦ୍ୟମ କରିବାକୁ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଉଛନ୍ତି ବରିଷ୍ଠ ନେତା । ଭୋଟ ହାର ବୃଦ୍ଧି ସହ ଅଧିକ ସିଟ ହାସଲ କରିବା ଲାଗି ଆଶାବାଦୀ ଅଛି ଦଳ । ଏନେଇ ଦଳ ମଧ୍ୟ ବେଶ ପ୍ରସ୍ତୁତ ଥିବା କହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ବଦ୍ରିନାରାୟଣ ପାତ୍ର ଓ ଶଶୀଭୂଷଣ ବେହେରା ।

ବିଜେଡିର ବରିଷ୍ଠ ବିଧାୟକ ବଦ୍ରିନାରାୟଣ ପାତ୍ର କହିଛନ୍ତି, "ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆମେ ପ୍ରସ୍ତୁତ ଅଛୁ । ଆମ ପ୍ରସ୍ତୁତି ସବୁବେଳେ ଲାଗି ରହିଥାଏ । କିଏ ଆଜି ପ୍ରସ୍ତୁତି କରୁଛନ୍ତି ଓ ଆଉ କିଏ କାଲି ଆରମ୍ଭ କରିଛନ୍ତି । ବିଜେଡି କିନ୍ତୁ ସବୁଦିନ ପାଇଁ ପ୍ରସ୍ତୁତ ଅଛି । ଦଳୀୟ କାର୍ଯ୍ୟକ୍ରମ ସବୁଆଡେ ଚାଲିଛି । ଦଳୀୟ ନେତା ସବୁଆଡେ ବୁଲୁଛନ୍ତି । ପଦକ୍ଷେପ ନେଉଛନ୍ତି । ଲୋକମତ ଆମ ସାପେକ୍ଷ ଅଛି ନା ନାହିଁ ପରଖୁଛନ୍ତି । ଏଇଟା ସତ, ଓଡିଶାର ଜନମତ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ରହିଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଭୋଟ ହାର ବୃଦ୍ଧି କରିବା ଆମ ଦଳ କାର୍ଯ୍ୟ । କେବଳ ଭିକେ ପାଣ୍ଡିଆନ ନୁହଁନ୍ତି, ଆମେ ମଧ୍ୟ କହୁଛୁ । ମୁଖ୍ୟମନ୍ତ୍ରୀ ଯେଉଁ ସଭାକୁ ଯିବେ କହିବେ । ଭୋଟ ହାର ବଢ଼େଇବା ପାଇଁ ଉଦ୍ୟମ କରାଯାଉଛି । କର୍ମୀ ଓ ନେତାଙ୍କୁ ବାର୍ତ୍ତା ଦିଆଯାଉଛି । ନିଶ୍ଚୟ ଭାବେ ଆଗାମୀ ନିର୍ବାଚନରେ ଭୋଟ ହାର ବିଜେଡିର ବୃଦ୍ଧି ହେବ । ବିଜେଡିର ସବୁ ଦଳ ଅପେକ୍ଷା ଭଲ ଅଛି । ଓଡିଶାରେ ପୁନର୍ବାର ବିଜୁ ଜନତା ଦଳ ସରକାର ଗଢ଼ିବ । ତାହା ସ୍ଥିର ନିଶ୍ଚିତ । 2019 ନିର୍ବାଚନ ଅପେକ୍ଷା 2024ରେ ଅଧିକ ସିଟ ହେବ । ଅନ୍ୟ ଦଳ ମାନେ ଏତେ ପ୍ରସ୍ତୁତ ନାହାନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଅଧିକ ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରାଇବି: ପାଣ୍ଡିଆନ

ସେହିପରି ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, "ବିଜୁ ଜନତା ଦଳ ଓଡିଶାବାସୀଙ୍କ ଭରସା ଜିତିଥିବା ଏକ ଦଳ । ବିଗତ ନିର୍ବାଚନ ମାନଙ୍କରେ ଏହା ପ୍ରମାଣିତ ହୋଇଛି । ପ୍ରତ୍ୟେକ ନିର୍ବାଚନରେ ବିଜେଡିର ଭୋଟ ହାର ବୃଦ୍ଧି ପାଇଛି । ସିଟ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି । ତୃଣମୂଳ ନିର୍ବାଚନ କୁହାଯାଉଥିବା ଜିଲ୍ଲା ପରିଷଦ ନିର୍ବାଚନରେ ଆମେ ଗତ ଥର 30 ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜିତିଛୁ । ଆଜିର ଦିନରେ 5ଟି ଆଧାରରେ ବିକାଶ ଗତିଶୀଳ ହୋଇଛି । ଯୋଜନା ଲୋକଙ୍କ ପାଖରେ ପହଞ୍ଚୁଛି । ସେ ଦୃଷ୍ଟିରୁ ଆମେ ସ୍ଥିର ନିଶ୍ଚିତ ଓ ନିଃସନ୍ଦେହରେ କୁହାଯାଇପାରେ ବିଜୁ ଜନତା ଦଳ ଭୋଟ ହାର ବଢିବ । ସିଟ ସଂଖ୍ୟା ମଧ୍ୟ ବଢିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.