ETV Bharat / state

Cabinet Reshuffle: ଆଜି ନବୀନଙ୍କ କ୍ୟାବିନେଟରେ ସାମିଲ ହେବେ 3 ନୂଆ ମନ୍ତ୍ରୀ - ନବୀନ କ୍ୟାବିନେଟ

ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ନବୀନଙ୍କ କ୍ୟାବିନେଟ ଲାଗି 3 ବରିଷ୍ଠ ନେତାଙ୍କୁ ମିଳିଲା ସ୍ଥାନ । ଆଜି ଶପଥ ନେବେ ତିନି ନୂଆମନ୍ତ୍ରୀ । ଅଧିକ ପଢନ୍ତୁ

New minister to sworn
New minister to sworn
author img

By

Published : May 21, 2023, 9:41 PM IST

Updated : May 22, 2023, 7:04 AM IST

ବିକ୍ରମ, ସୁଦାମ ଓ ସାରଦାଙ୍କୁ ମିଳିଲା ସ୍ଥାନ

ଭୁବନେଶ୍ବର: ଆଜି ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ନେବେ ତିନି ନୂଆ ମନ୍ତ୍ରୀ । ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ସାରଦା ନାୟକ ଓ ସୁଦାମ ମାରାଣ୍ଡି ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସକାଳ 9ଟା 50 ମିନିଟରେ ଲୋକସଭା ଭବନରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । କିଛି ପୁରୁଣା ମନ୍ତ୍ରୀଙ୍କ ବିଭାଗ ବଦଳିବାର ସମ୍ଭାବନା ରହିଛି । ଅନ୍ୟପଟେ ଏବେବି କିଏ ହେବ ବାଚସ୍ପତି ସେନେଇ ସସପେନ୍ସ ଜାରି ରହିଛି ।

କିଛି ଦିନ ପୂର୍ବେ ବିକ୍ରମକେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବେଳେ ଦୁଇ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ କିଏ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବ ସେନେଇ ଜାରି ରହିଥିଲା କଳ୍ପନା ଜଳ୍ପନା । ଯାହା ରବିବାର ଅବସାନ ଘଟିଥିଲା । ବିଜେଡିର ତିନି ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ, ସାରଦା ନାୟକ ଓ ସୁଦାମ ମାରାଣ୍ଡିଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନେଇ ସୂଚନା ମିଳିଥିଲା ।

ଦକ୍ଷିଣ, ପଶ୍ଚିମ ଓ ଉତ୍ତରରୁ ଜଣେ ଲେଖାଏଁ ନେତାଙ୍କୁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ନିଆଯାଇଛି । ଦକ୍ଷିଣରୁ ଭଞ୍ଜନଗର ବିଧାୟକ ତଥା ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ପଶ୍ଚିମରୁ ସାରଦା ନାୟକ ଓ ଉତ୍ତରରୁ ସୁଦାମ ମାରାଣ୍ଡିଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି । 3 ନେତା ପୂର୍ବରୁ ବିଭିନ୍ନ ସମୟରେ ରାଜ୍ୟ ସରକାରରେ ମନ୍ତ୍ରୀ ହୋଇଛନ୍ତି । ବିଭାଗ ଚଳାଇବାରେ 3 ନେତାଙ୍କର ବେଶ ଦକ୍ଷତା ରହିଛି ।

ଏହା ବି ପଢନ୍ତୁ- Cabinet Reshuffle: ନୂଆ ମନ୍ତ୍ରୀଙ୍କୁ ସାମିଲ କରିବା କେବଳ ଡ୍ରାମା କହିଲା ବିଜେପି

2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀମଣ୍ଡଳକୁ ଫେରାଇ ଅଣାଯାଇଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳ ବିଦା କରିବା ପରେ ବିଜେଡିର ଗଞ୍ଜାମ ଗଣିତ ବିଗିଡି ଯାଇଛି । ସେହିପରି ଶ୍ରୀକାନ୍ତ ସାହୁ ବିବାଦୀୟ ହୋଇ ଇସ୍ତଫା ଦେବା ପରେ ମନ୍ତ୍ରୀ ଶୂନ୍ୟ ହୋଇଥିଲା ଗଞ୍ଜାମ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଆଦିବାସୀ ଭୋଟ ଉପରେ ବିଜେପିର ଭରସା ବଢିଛି । ତେଣୁ ଏହାକୁ କାଉଣ୍ଟର କରିବା ଲାଗି ବିଜେଡି ଆଦିବାସୀ କାର୍ଡ ଖେଳିଛି ଶାସକ ଦଳ।ପୁନର୍ବାର ସୁଦାମଙ୍କୁ ଭରସା କରିଛି । ମୟୂରଭଞ୍ଜରେ ଦଳ ସଶକ୍ତ ହେବା ସହ ଆଦିବାସୀ ଭୋଟ ହାତେଇ ହେବ ବୋଲି ଦଳ ଆଶା କରୁଛି ।

ସେହିପରି ଝାରସୁଗୁଡ଼ା ନିର୍ବାଚନ ଫଳାଫଳର ଲାଭ ସାରଦା ନାୟକଙ୍କୁ ମିଳିଛି । ଦୀର୍ଘ ଦିନ ବ୍ୟବଧାନରେ ସାରଦାଙ୍କୁ ପୁନର୍ବାର ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି । ଆସାମ ଗସ୍ତରେ ଥିବା ସୁଦାମ ଶପଥ ପାଠ ଉତ୍ସବରେ ସାମିଲ ହେବା ଲାଗି ଭୁବନେଶ୍ବର ଫେରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ବର ଫେରିଛନ୍ତି । ଶପଥ ପାଠ କାର୍ଯ୍ୟକ୍ରମ ଲାଗି ସେ ତାଙ୍କ କାର୍ଯ୍ୟକ୍ରମ ଅଧାରୁ ଭୁବନେଶ୍ବର ଫେରିଥିଲେ ।

ଏହାକୁ ନେଇ ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ କହିଛନ୍ତି, "ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ । ମୋତେ ଯେତେବେଳେ ଯେଉଁ ଦାୟିତ୍ବ ଦେଇଛନ୍ତି ମୁଁ ତାଙ୍କୁ ଆନ୍ତରିକତା ସହ ତୁଲାଇବାକୁ ଉଦ୍ୟମ କରିଛି । ଏହା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । ମୋତେ ଯେଉଁ ବିଭାଗ ଦେବେ ମୁଁ ସେହି ଦାୟିତ୍ବ ନିର୍ବାହ କରିବାକୁ ଚେଷ୍ଟା କରିବି ।"

ଆଜି ଏମାନେ ନୂଆ ମନ୍ତ୍ରୀ ଭାବେ ଶପଥ ପାଠ କରି ନବୀନଙ୍କ କ୍ୟାବିନେଟରେ ସାମିଲ ହେବେ । ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ଲାଗି ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକଙ୍କୁ ନବୀନ ନିବାସ ଫୋନ ଯାଇଥିଲା । ଆଜି ସକାଳ 9.50ରେ ତିନି ମନ୍ତ୍ରୀ ଶପଥ ନେବେ । ସେହିପରି 7 ମନ୍ତ୍ରୀଙ୍କର ବିଭାଗ ଅଦଳବଦଳ କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 22, 2023, 7:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.