ETV Bharat / state

ହତାଶ କ୍ୟାଡରଙ୍କୁ ଉତ୍ସାହିତ ପାଇଁ ବିଜେପିର କାର୍ଯ୍ୟକାରିଣୀ ବୈଠକ: ବିଜେଡି

author img

By

Published : Jan 22, 2023, 10:17 PM IST

ଆଜି ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାକୁ ଟାର୍ଗେଟ କରିଛି ବିଜେଡି । ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏ ଦିଗରେ ଆଉ ଏକ ଦୁର୍ବଳ ପ୍ରୟାସ ବୋଲି ବିଜେଡି କହିଛି । ଅଧିକ ପଢନ୍ତୁ

BJD criticized BJP
BJD criticized BJP
ହତାଶ କ୍ୟାଡରଙ୍କୁ ଉତ୍ସାହିତ ପାଇଁ ବିଜେପିର କାର୍ଯ୍ୟକାରିଣୀ ବୈଠକ: ବିଜେଡି

ଭୁବନେଶ୍ବର: ବିଜେପିର କାର୍ଯ୍ୟକାରିଣୀ ବୈଠକକୁ ଟାର୍ଗେଟ କଲା ଶାସକ ଦଳ ବିଜେଡି । ସମସ୍ତ ୩୦ଟି ଜିଲ୍ଲା ପରିଷଦରେ ହାରିଛି ବିଜେପି । ନିର୍ବାଚନରେ ବଡ଼ ବିପର୍ଯ୍ୟୟ ପରେ ଓଡ଼ିଶା ବିଜେପି ହତାଶ ହୋଇପଡିଛି । ନିଜର କ୍ୟାଡରକୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଛି ବିଜେପି । ବିଜେପିର ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏ ଦିଗରେ ଆଉ ଏକ ଦୁର୍ବଳ ପ୍ରୟାସ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ନେଇ ଲେନିନ କହିଛନ୍ତି, "ବିଜେପି ସର୍ବାଧିକ ପରିମାଣରେ ମିଥ୍ୟା ପ୍ରଚାର କରୁଛି । ଲୋକଙ୍କ ପ୍ରସଙ୍ଗ ଉଠାଉ ନାହିଁ । ଯେଉଁଥିପାଇଁ ଓଡ଼ିଶାବାସୀ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି । ଲୋକସଭାରେ ଥିବା ବିଜେପିର ୮ ଜଣ ସାଂସଦ ଷଡଯନ୍ତ୍ର କରି ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଓଡ଼ିଶାର ଗରିବ ଲୋକ ପାଇବାକୁ ଥିବା ଘରକୁ ବନ୍ଦ କରିଥିଲେ । ବିଜେଡିର ଚାପ ଯୋଗୁଁ ଓଡିଶା ବିଜେପିର ଆଉ ଲୋକଙ୍କ ପାଖକୁ ଯିବାକୁ ମୁହଁ ନାହିଁ । ଯଦି ରାଜ୍ୟ ବିଜେପିର ସତସାହାସ ଅଛି ତେବେ ଓଡିଶାର ୩.୨୫ କୋଟି ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣା ୫ କିଲୋଗ୍ରାମ ଚାଉଳ ବନ୍ଦ ହେବା ବିଷୟରେ ରାଜ୍ୟବାସୀଙ୍କୁ ସତ କହିବା ଉଚିତ।"

ଏହା ବି ପଢନ୍ତୁ- BJP Executive Meeting: ୧୧ଟି ରାଜନୈତିକ ଚିଠା ପ୍ରସ୍ତାଵ ପାରିତ

ସେ ଆହୁରି କହିଛନ୍ତି, " ଓଡ଼ିଶା ବିଜେପି ଲୋକଙ୍କ ପ୍ରସଙ୍ଗ ଗ୍ରହଣ କରୁନାହିଁ । ଯେଉଁଥି ପାଇଁ ଓଡିଶାବାସୀ ଏହାକୁ ଗୁରୁତ୍ବର ସହ ନେଉନାହାଁନ୍ତି । ବାରମ୍ବାର ପ୍ରତ୍ୟାଖ୍ୟାନ କରିଆସୁଛନ୍ତି । ରାଜ୍ୟ ବିଜେପିର ଆଜିର ବୈଠକ ସେମାନଙ୍କର ହତାଶ ଏବଂ ନିରାଶ ହୋଇଥିବା ଦଳୀୟ କ୍ୟାଡରଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିବାର ଆଉ ଏକ ଦୁର୍ବଳ ପ୍ରୟାସ । ଯାହା ଦୁର୍ଭାଗ୍ୟଜନକ ଭାବରେ ପୁଣିଥରେ ବିଫଳ ହେବ । ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ନିର୍ବାଚନ ହାରିବା ପରେ ଲୋକଙ୍କ ଦ୍ବାରା ବିଜେପି ନିରାଶ ହୋଇଛି । କର୍ମୀମାନଙ୍କ ମନରେ ଉତ୍ସାହ ଆଣିବା ପାଇଁ ଏହି କାର୍ଯ୍ୟକାରିଣୀ କରାଯାଉଛି ।"

ମିଛ ଉପରେ ବିଜେପିର ଆଭିମୁଖ୍ୟ ଆଧାରିତ ସେଥିପାଇଁ ଲୋକେ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି । ରାଜ୍ୟରୁ ୮ ଜଣ ଏମପି ହୋଇ ଦିଲ୍ଲୀ ଯାଇଛନ୍ତି । ଦୁଃଖର ବିଷୟ ୮ ଜଣ ଆବାସ ଯୋଜନା ବନ୍ଦ କରିବାକୁ ଚେଷ୍ଟା କଲେ । ଯାହାର ପ୍ରତିଫଳନ ଯୋଗ୍ୟ ହିତାଧିକାରୀ ଘର ପାଇଲେ ନାହିଁ । ସେହିପରି ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କ ପେଟକୁ ଲାତ ମାରିଲେ । ବିଜେପି ଲୋକଙ୍କ ସମସ୍ୟାକୁ ନେଇ କେବେ ବି ଆଲୋଚନା କରେ ନାହିଁ । ଦୁର୍ବଳ ଓ ଫ୍ରଷ୍ଟ୍ରେଟେଡ଼ କ୍ୟାଡରମାନଙ୍କ ମନରେ ଉତ୍ସାହ ଭରିବା ପାଇଁ ଏହି କାର୍ଯ୍ୟକାରିଣୀ କରାଯାଇଥିବା କହିଛନ୍ତି ଲେନିନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.