ETV Bharat / state

ବିଜେଡିର ନିର୍ବାଚନ ପାଣ୍ଠି ଖେଳ, ରାଜ୍ୟ ପାଇଁ କାଳ: କଂଗ୍ରେସ ବିଧାୟକ - 100 କୋଟି ଟଙ୍କା କାହା ପୈତୃକ ସମ୍ପତ୍ତି ନୁହେଁ

ବିଜେଡିର ନିର୍ବାଚନ ପାଣ୍ଠି ଖେଳ । ରାଜ୍ୟ ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ତଣ୍ଡ ଗଣିବେ ରାଜ୍ୟବାସୀ । ରାଜକୋଷରୁ 100.06 କୋଟି ଟଙ୍କା ଦେବେ ରାଜ୍ୟ ସରକାର । ତଣ୍ଡ ଆକାରରେ ଏଲଆଣ୍ଡଟି କମ୍ପାନୀକୁ ଏହି ଟଙ୍କା ଦେବାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନପତି । ଅଧିକ ପଢନ୍ତୁ

ବିଜେଡିର ନିର୍ବାଚନ ପାଣ୍ଠି ଖେଳ, ରାଜ୍ୟ ପାଇଁ କାଳ: କଂଗ୍ରେସ ବିଧାୟକ

author img

By

Published : Oct 22, 2022, 8:07 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ତଣ୍ଡ ଗଣିବେ ରାଜ୍ୟବାସୀ । ରାଜକୋଷରୁ 100.06 କୋଟି ଟଙ୍କା ଦେବେ ରାଜ୍ୟ ସରକାର । ତଣ୍ଡ ଆକାରରେ ଏଲଆଣ୍ଡଟି କମ୍ପାନୀକୁ ଏହି ଟଙ୍କା ଦେବାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେଡିର ନିର୍ବାଚନ ପାଣ୍ଠି ଖେଳ, ରାଜ୍ୟ ପାଇଁ କାଳ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନପତି ।

ବିଜେଡିର ନିର୍ବାଚନ ପାଣ୍ଠି ଖେଳ, ରାଜ୍ୟ ପାଇଁ କାଳ: କଂଗ୍ରେସ ବିଧାୟକ

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନପତି କହିଛନ୍ତି ଯେ, ଏଲଆଣ୍ଡଟି କମ୍ପାନୀକୁ ରାଜ୍ୟ ସରକାର ଦେବାକୁ ଯାଉଥିବା 100 କୋଟି ଟଙ୍କା କାହା ପୈତୃକ ସମ୍ପତ୍ତି ନୁହେଁ । ଏହା ଓଡ଼ିଶାବାସୀଙ୍କ ସମ୍ପତ୍ତି । ରାଜ୍ୟର ଗରିବ, ଖଟିଖିଆ ଜନସାଧାରଣଙ୍କ ଟିକସ ଟଙ୍କା ଏଲଆଣ୍ଡଟିକୁ ଦିଆଯିବ । ମାମଲା ଆରମ୍ଭରୁ 20 କୋଟି ଟଙ୍କା ଦେଇଥିଲେ ସମାଧାନ ହୋଇଯାଇଥାନ୍ତା । ବିଭିନ୍ନ କୋର୍ଟରେ ମାମଲା ଲଢ଼ିବା ଲାଗି ରାଜ୍ୟ ସରକାର ଓକିଲ ଖର୍ଚ୍ଚ 3 କୋଟି କରିଥିବା ତାରା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସ୍ୱାଭିମାନ ପାଇଁ ଲଢେଇ କରୁଥିବା କଥା ବିଜେଡି କହୁଛି । ଏହା କେଉଁ ସ୍ୱାଭିମାନ ଭିତରେ ଯାଉଛି ବୋଲି ତାରା ପ୍ରଶ୍ନ କରିଛନ୍ତି ?

ଏହା ମଧ୍ୟ ପଢନ୍ତୁ: ଜେଲ କୋଠରୀରେ ନାଗ ଚାନ୍ଦ ଦମ୍ପତି, ଜବତ ଡାଏରୀକୁ ନେଇ ବଢିଲା ସସପେନ୍ସ ?

ରାଜ୍ୟ ସରକାର 20 କୋଟିରୁ ଯେଉଁ 100 କୋଟି ଟଙ୍କା ଏଲଆଣ୍ଡଟିକୁ ଦେବେ, ଏଥିରେ କାହାର ଭାଗ କେତେ ବୋଲି ତାରା ପ୍ରଶ୍ନ କରିଛନ୍ତି । ସେଥିରୁ 50 କୋଟି ଟଙ୍କା ନିର୍ବାଚନ ପାଇଁ ଚାନ୍ଦା ପାଇବ ବୋଲି ତାରା ଅଭିଯୋଗ କରିଛନ୍ତି । ବିଜେଡିର ମନ୍ତ୍ରୀ ଓ ବିଧାୟକ ରବର ଷ୍ଟାମ୍ପ ବୋଲି ସେ ଅଭିଯୋଗ କରିଛନ୍ତି । ନାଁ ନନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଇଙ୍ଗିତ କରି ବାଣ ମାରିଛନ୍ତି ତାରା । ଶହେ ଶହେରେ ଉପରେ ଖେଳ ହେଉଥିବା କଥା କହିଛନ୍ତି ତାରା । ବିଜେଡି ଖେଳ ଖେଳି ଦେଲା, ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ଼ କରିଦେଲା । ଯାହା ଓଡିଶାବାସୀଙ୍କ ପାଇଁ ଦୁର୍ଭାଗ୍ୟ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Archana Nag case: ପ୍ରସଙ୍ଗ ବିଧାନସଭାରେ ଉଠାଇବୁ, ସରକାରଙ୍କୁ ଜବାବ ମାଗିବୁ: ତାରା

ଏସିଆନ ଡେଭଲପେମେଣ୍ଟ ବ୍ୟାଙ୍କ ସହାୟତାରେ 1997 ମସିହାରେ 163 କିମି ବିଶିଷ୍ଟ ସମ୍ବଲପୁର-ରାଉରକେଲା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କରିଥିଲା ଏଲଆଣ୍ଡଟି । ତେବେ ରାଜ୍ୟ ସରକାର ଚୁକ୍ତିନାମା ଖିଲାପ କରି 20 କୋଟି ଟଙ୍କା ବିଲ ନଦେବାରୁ ଏଲଆଣ୍ଡଟି ଆର୍ବିଟ୍ରେସନ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲା । କମ୍ପାନୀକୁ ତା'ର ବକେୟାକୁ 18 ପ୍ରତିଶତ ସୁଧ ସହ ଦେବାକୁ 2002 ମସିହା ଜାନୁୟାରୀ 17 ତାରିଖରେ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ରାଜ୍ୟ ସରକାର ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ବିଫଳ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଅର୍ଚ୍ଚନା ନାଗ ମାମଲା: ବହୁ ବିଜେପି ଓ ବିଜେଡି ନେତା ସାମିଲ, ପୋଲିସ ସ୍ଥାଣୁ ପାଲଟିଛି କହିଲେ ତାରା

ରାଜ୍ୟ ସରକାର ବକେୟା ଅର୍ଥ ନଦେବାରୁ ସିଭିଲ କୋର୍ଟଙ୍କ ନିର୍ଦ୍ଦେଶରେ ଏଲଆଣ୍ଡଟି 2022 ଜୁଲାଇ ମାସରେ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ମାଣସୌଧରେ ଥିବା ସରକାରୀ ସମ୍ପତ୍ତିକୁ ଜବତ କରିଥିଲା । ଯାହାକୁ ନେଇ ବିଧାନସଭା ଭିତରେ ଓ ବାହାରେ ସରକାର ହଟହଟା ହୋଇଥିଲା । ସରକାରୀ ସମ୍ପତ୍ତିକୁ କମ୍ପାନୀ ଦଖଲକୁ ନେବା ଓଡ଼ିଶା ଇତିହାସରେ ଏହା ପ୍ରଥମ ଘଟଣା ଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.