ETV Bharat / state

ଆସନ୍ତା 14 ମାସରେ ବିକାଶ ପାଇଁ ସରକାରଙ୍କ ବ୍ଲ୍ୟୁ ପ୍ରିଣ୍ଟ: ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି

author img

By

Published : Dec 30, 2022, 10:13 PM IST

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିକାଶ ପାଇଁ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ଆସନ୍ତା 14 ମାସ ଲାଗି ଯୋଜନା ଏବଂ ସଂଯୋଜନା ବିଭାଗ ପକ୍ଷରୁ ଏନେଇ ସମସ୍ତ ବିଭାଗକୁ ମଗାଯାଇଛି ବିକାଶର ପ୍ରସ୍ତାବ । ଏନେଇ ସରକାରଙ୍କୁ ବିରୋଧି ସମାଲୋଚନା କରିଥିବା ବେଳେ ଜବାବ ରଖିଛି ବିଜେଡି ।

BJD and Opposition Parties Face Off
BJD and Opposition Parties Face Off

14 ମାସରେ ବିକାଶ ପାଇଁ ସରକାରଙ୍କ ବ୍ଲ୍ୟୁ ପ୍ରିଣ୍ଟ, ଘେରିଲେ ବିରୋଧୀ

ଭୁବନେଶ୍ବର: ଆସନ୍ତା 14 ମାସ ଲାଗି ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ବିକାଶର ବ୍ଲ୍ୟୁ ପ୍ରିଣ୍ଟ । ଯୋଜନା ଏବଂ ସଂଯୋଜନା ବିଭାଗ ପକ୍ଷରୁ ଏନେଇ ସମସ୍ତ ବିଭାଗକୁ ମଗାଯାଇଛି ବିକାଶର ପ୍ରସ୍ତାବ । ଏହି ପ୍ରସ୍ତାବରେ ଯୋଜନା ଏବଂ କାର୍ଯ୍ୟକ୍ରମର ସବିଶେଷ ତଥ୍ୟ ରହିବ । ନିର୍ଦ୍ଦିଷ୍ଟ ଫର୍ମାଟରେ ସମ୍ପୂର୍ଣ୍ଣ ଏବଂ ଅସମ୍ପୂର୍ଣ୍ଣ ପ୍ରକଳ୍ପର ତଥ୍ୟ ପ୍ରଦାନ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ରାଜନୀତି ଜୋର ଧରିଛି । 22 ବର୍ଷ ଧରି କିଛି କରିନଥିବା ସରକାର 14 ମାସରେ କଣ କରିବେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ସେପଟେ ଜବାବ ରଖିଛି ବିଜେଡି ।

ରାଜ୍ୟ ସରକାର ଗତ 22 ବର୍ଷ ଭିତରେ କିଛି କାମ କରିନାହାନ୍ତି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଆଉ 14 ମାସରେ କଣ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, "ଗତ କିଛିଦିନ ତଳେ ପ୍ରକାଶ ପାଇଥିବା ସବୁ ଡେଭଲପମେଣ୍ଟ ଇଣ୍ଡେକ୍ସରେ ଓଡ଼ିଶା ତଳେ ରହିଛି । ରାଜ୍ୟରେ ବେକାରୀ ସମସ୍ୟା ବଢିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି । ଆଉ ସବୁ ବିଭାଗରେ ଦୁର୍ନୀତି ବଢ଼ିଛି । ଏମିତି ସମୟରେ ବିଭଗ ସବୁ କଣ ବିକାଶର ବ୍ଲୁ ପ୍ରିଣ୍ଟ ଦେବେ । ଏସବୁ ରାଜନୈତିକ ଭେଳିକି । ବିଜେଡି ହେଉଛି ମିଥ୍ୟାର ସୌଦାଗର । ପୁଣିଥରେ ମିଛ କହିବା ଆରମ୍ଭ କଲେଣି । 2019 ନିର୍ବାଚନ ପୂର୍ବରୁ ମଧ୍ୟ ପିଠା, କାଳିଆ ପରି ଅନେକ ଯୋଜନା କରିଥିଲେ । ହେଲେ ଏବେ ସେସବୁ ଯୋଜନାର ଅବସ୍ଥା କଣ ?" ରାଜ୍ୟରେ ବିକାଶ କେବଳ କାଗଜ କଲମରେ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି ।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ସାଢ଼େ 3 ବର୍ଷରେ ତତ୍ପରତା ପ୍ରକାଶ କଲେନାହିଁ । 22 ବର୍ଷରେ ବିକାଶ କରିନାହାନ୍ତି । 14 ମାସରେ କେମିତି କରିବେ । ଏହା ପାଣିର ଗାର ।" ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ସେ କହିଛନ୍ତି, "ବିକାଶର ନକ୍ସା ହେଉଛି ଦୀର୍ଘସ୍ଥାୟୀ । କେହି ଭାବି ନଥିଲେ କୋଭିଡ ଆସିବ । ଅର୍ଥନୀତି ଓ ସାମାଜିକ ଜୀବନ ଉପରେ ପ୍ରଭାବ ପଡିବ । ତାକୁ ପ୍ରତିହତ କରିବା ଲାଗି ସଙ୍ଗେ ସଙ୍ଗେ ପଦକ୍ଷେପ ନିଆଗଲା । ଏଭଳି ସ୍ଥିତିକୁ ନେଇ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୁଏ । ପ୍ଲାନିଂ କରି ବିକାଶର ରାସ୍ତାକୁ ତ୍ୱରାନ୍ୱିତ କରାଯିବ । ଆଞ୍ଚଳିକ ଦଳ ହିସାବରେ ଓଡ଼ିଶାର ବିକାଶ ଆମର ମୂଳଲକ୍ଷ୍ୟ । ନବୀନଙ୍କ ନେତୃତ୍ୱରେ ଜନସାଧାରଣଙ୍କୁ ନେଇ କାର୍ଯ୍ୟ ହୁଏ । ଆବଶ୍ୟକତା ଅନୁସାରେ ଯୋଜନାକୁ ପରିବର୍ତ୍ତନ କରାଯାଉଛି । ବର୍ତ୍ତମାନ ସୁଦ୍ଧା କେଉଁ ଯୋଜନା କାର୍ଯ୍ୟକାରୀ ହୋଇଛି, ହେବାର ଅଛି, ତାହାକୁ ଆକଳନ କରାଯାଇ ପ୍ରସ୍ତାବ ମଗାଯାଇଛି । ସେଥିପାଇଁ ସବୁ ବିଭାଗକୁ ଆସନ୍ତା 14 ମାସ ପାଇଁ ବିକାଶର ବ୍ଲ୍ୟୁ ପ୍ରିଣ୍ଟ ମଗାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.