ETV Bharat / state

Chit fund Case: CBIକୁ ଅଙ୍ଗୁଳି ଉଠାଇଲା BJD, BJP କହିଲା କୁଆଡେ ଗଲା କର୍ପସ୍ ଫଣ୍ଡ

author img

By

Published : Jan 5, 2023, 10:58 PM IST

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଚିଟଫଣ୍ଡ ହିତାଧିକାରୀଙ୍କ ଲାଗି ରାଜ୍ୟ ସରକାରଙ୍କ କର୍ପସ ପାଣ୍ଠି କେବଳ ନିର୍ବାଚନ ବୈତରଣୀ ପାରି ହେବା ପାଇଁ କରିଥିଲେ । ଚିଟଫଣ୍ଡ ଜମାକାରୀ ଟଙ୍କା ଫେରସ୍ତ ପାଆନ୍ତୁ ବୋଲି ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ । ଅଧିକ ପଢନ୍ତୁ

ଚିଟଫଣ୍ଡ ତଦନ୍ତ ନେଇ ସିବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ବିଜେଡି ବିଜେପି ମୁହାଁମୁହିଁ

ଭୁବନେଶ୍ବର: ଓଡିଶାରେ ଚିଟଫଣ୍ଡ ମାମଲାର ତଦନ୍ତ ବିଳମ୍ବ ନେଇ ଆଜି ସିବିଆଇକୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ କରିବାରେ ବିଳମ୍ବ ନେଇ ଓଡ଼ିଶା ସରକାରଙ୍କ ଉପରେ ଅସନ୍ତୁଷ୍ଟ ହୋଇଛନ୍ତି ସର୍ବୋଚ୍ଚ କୋର୍ଟ । ଏହାକୁ ନେଇ ରାଜ୍ୟକୁ ପୁଣି ଥରେ ଫେରିଛି ଚିଟଫଣ୍ଡ ତାତି । ରାଜ୍ୟ ରାଜନୀତି ସରଗରମ ହୋଇଥିବାବେଳେ ପୁଣି ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ସୁପ୍ରିମକୋର୍ଟଙ୍କ ତାଗିଦ ସିବିଆଇର ଚୈତନ୍ୟ ଉଦୟ କରିବ ବୋଲି ବିଜେଡି କହିଥିବାବେଳେ ବିଜେପି କହିଛି ରାଜ୍ୟ ସରକାରଙ୍କ କର୍ପସ ଫଣ୍ଡ ଘୋଷଣା ଏକ ପଲିଟିକାଲ ଷ୍ଟଣ୍ଟ ।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଚିଟଫଣ୍ଡ ହିତାଧିକାରୀଙ୍କ ଲାଗି ରାଜ୍ୟ ସରକାରଙ୍କ କର୍ପସ ପାଣ୍ଠି କେବଳ ନିର୍ବାଚନ ବୈତରଣୀ ପାରି ହେବା ପାଇଁ କରିଥିଲେ । ଚିଟଫଣ୍ଡ ଜମାକାରୀ ଟଙ୍କା ଫେରସ୍ତ ପାଆନ୍ତୁ ବୋଲି ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ । ଯାହାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜ୍ୟ ସରକାର ଓଡିଶା ବାସୀଙ୍କୁ ପ୍ରତାରଣା କରନ୍ତି, କୁମ୍ଭୀର କାନ୍ଦଣା କାନ୍ଦନ୍ତି । ବିଜେଡି ସରକାରର ଲୋକମାନଙ୍କ ପାଇଁ ଦରଦ ନାହିଁ । କେବଳ ନିର୍ବାଚନ ଜିତିବା ପାଇଁ ବିଜେଡି ପଲିଟିକାଲ ଷ୍ଟାଣ୍ଟ କରନ୍ତି । ରାଜ୍ୟ ସରକାରଙ୍କ ଅଧିନରେ EOW (Economic offences Wing) ରହିଛି । ଯେଉଁ ପ୍ରପର୍ଟି ସିଜ ହେଲା ଗଲା କୁଆଡେ ବୋଲି ପ୍ରଶ୍ନ କରିଛନ୍ତି ଗୋଲକ । EOW ତଦନ୍ତ କରିବ, ହିତାଧିକାରୀଙ୍କୁ ଟଙ୍କା ଫେରାଇବା ପାଇଁ କର୍ପସ ପାଣ୍ଠି କରିଥିଲେ ରାଜ୍ୟ ସରକାର । EOW ଯେଉଁ ଜବତ ସମ୍ପତ୍ତି ନିଲାମ କରି ଟଙ୍କା ରଖିଛି ସେହି ଟଙ୍କା ଲୋକଙ୍କୁ କାହିଁକି ଫେରସ୍ତ କରୁନାହାନ୍ତି । ଓଡିଶାବାସୀଙ୍କୁ ରାଜ୍ୟ ସରକାର ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ସେପଟେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ଯେଉଁ ମାନେ ପ୍ରକୃତ ହିତାଧିକାରୀ, ତାଙ୍କୁ ଟଙ୍କା ଫେରସ୍ତ ପାଇଁ ରାଜ୍ୟ ସରକାର କର୍ପୋସ ଫଣ୍ଡ କରିଛନ୍ତି । ତିନିଶହ କୋଟି ଟଙ୍କାର ବଜେଟରେ ବ୍ୟବସ୍ଥା ରହିଛି । କିଛି ପାଇଛନ୍ତି । ତଦନ୍ତ ବିଳମ୍ବ ହେବା ଭିନ୍ନ କଥା । ତଦନ୍ତ ଦକ୍ଷତାକୁ ନେଇ ସିବିଆଇ ପାରିବାପଣିଆ ଦେଖାଉଥିଲେ । କିନ୍ତୁ ତାଙ୍କ ବିଶ୍ୱାସନୀୟତାକୁ ନେଇ ପ୍ରଶ୍ନ ଉଠିଛି । ତଦନ୍ତକୁ ବିଳମ୍ବିତ କରିବାର କୈାଣସି ଯଥାର୍ଥତା ନାହିଁ । ଭାରତ ବର୍ଷର ସର୍ବୋଚ୍ଚ ନ୍ୟାୟାଳୟ ଏହି କଥା କହିଛନ୍ତି । ତେଣୁ ଆଶା ସିବିଆଇର ଚୈତନ୍ୟ ଉଦୟ ହେବ । ସିବିଆଇ ନିଜ ବିଶ୍ୱସନୀୟତାକୁ ବଜାୟ ରଖିବା ପାଇଁ ଠିକଣା ସମୟରେ ତଦନ୍ତ କରନ୍ତୁ । ସମ୍ପତି ବାଜ୍ୟପ୍ତି ହେବା ସହ ଅର୍ଥର ବ୍ୟବସ୍ଥା ରହିଛି । ଜମାକାରୀଙ୍କୁ ଚିହ୍ନଟ କରିବା ବ୍ୟବସ୍ଥା ହେବା ଦରକାର । ବିରୋଧୀ ରାଜନୈତିକ ଦୃଷ୍ଟିକୋଣରୁ ଅନେକ ଅଭିଯୋଗ କରୁଛନ୍ତି । ରାଜ୍ୟ ସରକାର ଦାୟିତ୍ୱ ଓ ସମବେଦନାର ସହ ଏ କାର୍ଯ୍ୟକ୍ରମ କରୁଛନ୍ତି । ଠକାମୀର ଶିକାର ହୋଇଥିବା ଚିଟଫଣ୍ଡ ଜମାକାରୀଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.