ETV Bharat / state

Assembly Monsoon session: ହୋହଲ୍ଲା ଭିତରେ ବିଲ, ରିପୋର୍ଟ ଆଗତ

author img

By ETV Bharat Odisha Team

Published : Sep 25, 2023, 10:27 PM IST

ବିଧାନସଭାର ମୌସୁମୀ ଅଧିବେଶନର ଦ୍ଵିତୀୟ ଦିନରେ ହୋହଲ୍ଲା ମଧ୍ୟରେ ଆଗତ ହେଲା ବିଲ୍‌ ଓ ରିପୋର୍ଟ । ଅଧିକ ପଢନ୍ତୁ

Assembly Monsoon session
Assembly Monsoon session

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନର ଦ୍ଵିତୀୟ ଦିନରେ ବିଭିନ୍ନ ବିଭାଗର ବିଲ, ସଂଶୋଧନ ବିଲ, ପ୍ରସ୍ତାବ ଓ ରିପୋର୍ଟ ଆଗତ ହୋଇଛି । ବିରୋଧୀଙ୍କ ହୋହଲ୍ଲା ଭିତରେ ଗୃହରେ ବିଲ, ରିପୋର୍ଟ ଆଗତ ହୋଇଛି । ଅର୍ଥ, ସ୍ବାସ୍ଥ୍ୟ, ଜଳସମ୍ପଦ, ଆଇନ, ଅନୁସୂଚିତ ଜାତି ଏବଂ ଜନଜାତି, ବୈଷୟିକ ଏବଂ ଦକ୍ଷତା ବିକାଶ, ନଗର ଉନ୍ନୟନ ବିଭାଗର ମନ୍ତ୍ରୀମାନେ ନିଜ ନିଜ ବିଭାଗ ସମ୍ପର୍କିତ ବିଲ, ସଂଶୋଧନ ବିଲ, ଅଧ୍ୟାଦେଶ, ପ୍ରସ୍ତାବ ଆଗତ କରିଛନ୍ତି । ସେହିପରି ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିଧାନସଭାର ବିଭିନ୍ନ କମିଟି ରିପୋର୍ଟ ଗୃହରେ ଆଗତ କରିଛନ୍ତି ।

ବିଧାନସଭାରେ ଅର୍ଥ କମିଶନଙ୍କ ରିପୋର୍ଟ ଉପସ୍ଥାପିତ: ଓଡ଼ିଶା ରାଜ୍ୟ ପଞ୍ଚମ ଅର୍ଥ କମିଶନଙ୍କ ସୁପାରିଶ ଉପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟର ରୂପାନ୍ତକରଣ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 243-1 (4) ଓ ଅନୁଚ୍ଛେଦ 243-Y (2) ଅନୁଯାୟୀ ବିଧାନସଭାରେ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଓଡ଼ିଶା ସ୍ଵାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଅଧିନିୟମ ଆଗତ: ଓଡ଼ିଶା ସ୍ଵାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଅଧିନିୟମ, 2021ର ଧାରା 17 (1) (xii) ଅନୁଯାୟୀ ଓଡିଶା ବିଧାନସଭାର ସଦସ୍ୟମାନଙ୍କ ମଧ୍ୟରୁ ଦୁଇଜଣ ସଦସ୍ୟଙ୍କୁ ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର କାର୍ଯ୍ୟ ନିର୍ବାହୀ ବୋର୍ଡର ସଭ୍ୟ ହେବା ପାଇଁ ପ୍ରସ୍ତାବ ଆଗତ । ପ୍ରସ୍ତାବ ଆଗତ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ବାଚସ୍ପତିଙ୍କ ନିର୍ଦ୍ଧାରଣ ମତେ ଦୁଇ ସଦସ୍ୟଙ୍କୁ ଗୃହ ନିର୍ବାଚିତ କରୁ ବୋଲି ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।

ବିଧାନସଭାରେ ପାରିତ ହୋଇଥିବା ଡ୍ରିମସ ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଲ, 2022 ଉପରେ ସଂଶୋଧନ ପ୍ରସ୍ତାବ ଆଗତ କରିଛନ୍ତି ବୈଷୟିକ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ । ଓଡିଶା ପାଣି ପଞ୍ଚାୟତ (ସଂଶୋଧନ) ବିଲ୍, 2023କୁ ପାରିତ କରିବାକୁ ପ୍ରସ୍ତାବ ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ।

ଅଧ୍ୟାଦେଶ ଉପସ୍ଥାପିତ କରିଛନ୍ତି ଅନୁସୂଚିତ ଜାତି ଏବଂ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା:

1- ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 213 (2) (ଏ) ଅନୁଯାୟୀ ଓଡିଶା ରାଜ୍ୟ ପଛୁଆବର୍ଗ ଆୟୋଗ (ସଂଶୋଧନ) ଅଧ୍ୟାଦେଶ, 2023 (ଓଡିଶା ଅଧ୍ୟାଦେଶ ସଂଖ୍ୟା-1, 2023)କୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି ।

2 - ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 213 (2) (ଏ) ଅନୁଯାୟୀ ଓଡିଶା ପଦ ଓ ସେବାରେ ଶୂନ୍ୟସ୍ଥାନ ଆରକ୍ଷଣ (ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମାନଙ୍କ ନିମନ୍ତେ) ସଂଶୋଧନ ଅଧ୍ୟାଦେଶ, 2023 (ଓଡିଶା ଅଧ୍ୟାଦେଶ ସଂଖ୍ୟା-3, 2023)କୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି ।

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 213 (2) (ଏ) ଅନୁଯାୟୀ ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ, 2023 (ଓଡିଶା ଅଧ୍ୟାଦେଶ ସଂଖ୍ୟା-2, 2023)କୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ।

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ ଆଣିବାର ଉଦ୍ଦେଶ୍ୟ: ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, 1982 ଏବଂ ଓଡିଶା ଆପାର୍ଟମେଣ୍ଟ ମାଲିକାନା ନିୟମ, 1992କୁ କାର୍ଯ୍ୟକାରୀ କରିବାରେ ଉପୁଜିଥ‌ିବା ଅସୁବିଧା ଗୁଡିକୁ ଦୃଷ୍ଟିରେ ରଖି ଏହାକୁ ବର୍ତ୍ତମାନ ସମୟ ଲାଗି ପ୍ରାସଙ୍ଗିକ କରିବା ଉଦ୍ଦେଶ୍ୟରେ ପ୍ରଚଳିତ ଆଇନକୁ ରଦ୍ଦ କରି ଏକ ନୂତନ ଆଇନ ଆଣିବାର ଆବଶ୍ୟକତା ରହିଛି ।

ଆପାର୍ଟମେଣ୍ଟ ଏବଂ ଗ୍ରୁପ ହାଉସିଂକୁ ପ୍ରୋତ୍ସାହିତ କରିବା ପାଇଁ ଉପରୋକ୍ତ ଅଧିନିୟମ ଏବଂ ନିୟମ ଗୁଡିକ ଉଦ୍ଦିଷ୍ଟ ଥିଲା । କିନ୍ତୁ ସମୟାନୁକ୍ରମେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ମାଲିକମାନଙ୍କୁ ସାଧାରଣ କ୍ଷେତ୍ର ଓ ସୁବିଧାର ଅଧିକାର ତଥା ଏହାର ସଠିକ ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରଦାନ କରିବା ଏକାନ୍ତ ଆବଶ୍ୟକ ପଡିଥିଲା । ଏହା ସହ ଆପାର୍ଟମେଣ୍ଟ ଗୁଡିକର ମାଲିକାନା, ଉତ୍ତରାଧିକାର ଏବଂ ଅନ୍ତରଣ ସମ୍ବନ୍ଧରେ ସ୍ପଷ୍ଟ ପ୍ରାବଧାନର ଆବଶ୍ୟକତା ରହିଛି ।

ଇତିମଧ୍ୟରେ ଓଡ଼ିଶା ଆପାର୍ଟମେଣ୍ଟ୍‌ ମାଲିକାନା ନିୟମ (ସଂଶୋଧନ) ନିୟମ, 2021 ଓ ସ୍ଥାବର ସମ୍ପତ୍ତି (ନିୟମାବଳୀ ଏବଂ ବିକାଶ) ଅଧିନିୟମ, 2016 ମଧ୍ୟରେ ଆପାତତଃ ଅସଙ୍ଗତି କାରଣରୁ ଓଡ଼ିଶା ହାଇକୋର୍ଟରେ ଏକାଧିକ ମାମଲା ଦାଖଲ ହୋଇଥିଲା । ଏଥିଯୋଗୁଁ ଆପାର୍ଟମେଣ୍ଟ ଗୁଡିକର ପଞ୍ଜୀକରଣ ବନ୍ଦ ହୋଇଯାଇଛି । ଯେଉଁଥି ପାଇଁ ଆପାର୍ଟମେଣ୍ଟ କ୍ରେତାମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ରାଜସ୍ବ ମଧ୍ୟ ହ୍ରାସ ପାଇଛି । ସ୍ଥାବର ସମ୍ପତି (ନିୟମାବଳୀ ଏବଂ ବିକାଶ) ଅଧିନିୟମ, 2016 ଏକ କେନ୍ଦ୍ରୀୟ ଆଇନ ଏବଂ ଏହି ଆଇନ ଅନୁଯାୟୀ ଅନୁରୂପ ବ୍ୟବସ୍ଥା ପ୍ରଣୟନ କରିବା ପାଇଁ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧ୍ୱନିୟମକୁ ବ୍ୟାପକ ରୂପେ ସଂଶୋଧନ କରିବା ଜରୁରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.