ETV Bharat / state

ଚୋରି ଗାଡ଼ିକୁ ବନ୍ଧା ରଖି କରୁଥିଲା ରୋଜଗାର, ଧରିଲା କମିସନରେଟ ପୋଲିସ - ବାଇକ୍ ଚୋରକୁ ଗିରଫ କରିଛି ସହିଦନଗର ଥାନା ପୋଲିସ

ବାଇକ୍ ଚୋରକୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ । ଚୋରି ଗାଡିକୁ ବନ୍ଧା ରଖି ଟଙ୍କା ରୋଜଗାର କରୁଥିଲା ଚୋର । ଅଧିକ ପଢ଼ନ୍ତୁ

ଚୋରି ଗଡିକୁ ବନ୍ଧା ରଖି ଟଙ୍କା ରୋଜ କରୁଥିଲା ଚୋର

author img

By

Published : Apr 22, 2023, 2:22 PM IST

ଚୋରି ଗଡିକୁ ବନ୍ଧା ରଖି ଟଙ୍କା ରୋଜ କରୁଥିଲା ଚୋର

ଭୁବନେଶ୍ୱର: କମିସନରେଟ ପୋଲିସ ହାତରେ ଧରାପଡିଛି ବାଇକ ଚୋର । ବାଇକ୍ ଚୋରକୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ । ରାଜଧାନୀରୁ ଗାଡି ଚୋରି କରି ଗାଁରେ ବନ୍ଧା ପକାଇ ମାଲାମାଲ ହେଉଥିଲା ଚୋର । ଏପରି ବାଇକ ଚୋରକୁ ଗିରଫ ପରେ ତା' ଠାରୁ ୯ଟି ଚୋରା ବାଇକ ଜବତ କରିଛି ପୋଲିସ । ତେବେ ଗିରଫ ବ୍ୟକ୍ତି ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳର ଦିବ୍ୟଜ୍ୟୋତି ପଟ୍ଟନାୟକ ବୋଲି ସୂଚନା ମିଳିଛି ।

ଏସିପି ସଞ୍ଜୀବ ଶତପଥି କହିଛନ୍ତି, ‘‘ଅଭିଯୁକ୍ତ ଦିବ୍ୟଜ୍ୟୋତି ନିଜର ଗାଁ ପାଖ ନଚେତ ସମ୍ପର୍କୀୟଙ୍କ ଗାଁର ପ୍ରତିଷ୍ଠିତ ଲୋକଙ୍କ ପାଖକୁ ଯାଇ ଚୋରି ବାଇକ ବଦଳରେ ଟଙ୍କା ଧାର ଆଣିଥାଏ । ଦାମୀ ଗାଡି ସବୁକୁ ବହୁ କମ୍ ଟଙ୍କାରେ ବନ୍ଧା ରଖିଥାଏ । ଏପରିକି ଯଦି ସେମାନେ ଦେଖା ହୁଅନ୍ତି ଅସୁବିଧା ଅଛି ପଇସାପତ୍ର ହେଲେ ଗାଡି ଆଣିବି ବୋଲି କହିଥାଏ । ସେ ବନ୍ଧକ ରଖିଥିବା ସମସ୍ତ ଚୋରି ଗାଡିକୁ ଲୋକଙ୍କ ଠାରୁ ଜବତ କରାଯାଇଛି ।’’

ଏହାସହ ଏସିପି ସଞ୍ଜୀବ କହିଛନ୍ତି, ଗାଡି ଚୋରି ନେଇ ଅନେକ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବିଭିନ୍ନ ଅଞ୍ଚଳ ଓ ନିଛାଟିଆ ଘର ପାଖ ଅଞ୍ଚଳରୁ ଗାଡି ଚୋରି ହେବାର ଅଭିଯୋଗ ଆସିଥିଲା । ଗାଡି ଚୋରି ସମୟର ସିସିଟିଭି ଫୁଟେଜ ଯାଞ୍ଚ ବେଳେ ପୋଲିସ ଦେଖିବାକୁ ପାଇଥିଲା ଯେ, ଅଭିଯୁକ୍ତ ଟ୍ୟାକ୍ସି କିମ୍ବା ଅଟୋରେ ଆସି ବାଇକ ଥିବା ସ୍ଥାନ ଚିହ୍ନଟ କରୁଥିଲା । ନିଛାଟିଆ ଦେଖି ନିଜର ମାଷ୍ଟର ଚାବି ଜରିଆରେ ଗାଡ଼ିର ଲକ୍ ତାଡି ବା ଚେନ କାଟି ହେଲମେଟ ସହ ଗାଡି ନେଇ ଛୁ ମାରୁଥିଲା ।

ଅଧିକ ପଢ଼ନ୍ତୁ: PSLV-C55 Rocket Launch: କାଲି ହେବ ଲଞ୍ଚ, ଜାଣନ୍ତୁ କଣ ରହିଛି ଖାସ୍‌

ଏପରି ଅନେକ ସ୍ଥାନରେ ସିସିଟିଭିରେ ଅଟୋରେ ଆସିବା ପରେ ଗାଡ଼ି ଚୋରି କରି ନେଇ ଯାଉଥିବାର ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଏନେଇ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି । ଏମାନଙ୍କ ଲିଙ୍କରେ ଆଉ କିଏ ଅଛି କି ନାହିଁ, କେତେ ଗାଡି ଚୋରି କରିଛି ସେନେଇ ତଦନ୍ତ ଜାରି ରଖିଛି ପୋଲିସ୍ । ଅନ୍ୟପଟେ ପୋଲିସ ଜାଣିବାକୁ ପାଇଛି ଗିରଫ ଅଭିଯୁକ୍ତ ନାଁରେ କଟକ ପୋଲିସ ଓ ପୁରୀ ପୋଲିସ୍ ପାଖରେ ମଧ୍ୟ ବାଇକ ଚୋରିର ଅଭିଯୋଗ ରହିଛି । ଆବଶ୍ୟକ ପଡିଲେ ସେମାନେ ମଧ୍ୟ ଅଭିଯୁକ୍ତକୁ ନେଇ ପଚରାଉଚରା କରିବେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.