ETV Bharat / state

ବିଜୁପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଦ୍ବାରା ଦିନିକିଆ ଡିପ୍ଲୋମା ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ

ଦିନିକିଆ ଡିପ୍ଲୋମା ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ । ଓଡିଆ ଚଳଚ୍ଚିତ୍ରର ପ୍ରଚାର ପ୍ରସାର ସହ ଜାତୀୟ ସ୍ତରରେ ଏହାର ଖ୍ୟାତିକୁ ପହଞ୍ଚାଇବା ପାଇଁ ଭୁବନେଶ୍ବରରେ ଆୟୋଜିତ ହୋଇଯାଇଛି ଏକ ଦିବସୀୟ ଡିପ୍ଲୋମା ଫିଲ୍ମ ଫେଷ୍ଟିଭାଲ । ଅଧିକ ପଢନ୍ତୁ

ଏକ ଦିବସୀୟ ଡିପ୍ଲୋମା ଫିଲ୍ମ ଫେଷ୍ଟିଭାଲ
ଏକ ଦିବସୀୟ ଡିପ୍ଲୋମା ଫିଲ୍ମ ଫେଷ୍ଟିଭାଲ
author img

By

Published : Dec 11, 2022, 6:44 PM IST

ଏକ ଦିବସୀୟ ଡିପ୍ଲୋମା ଫିଲ୍ମ ଫେଷ୍ଟିଭାଲ

ଭୁବନେଶ୍ବର: ଦିନିକିଆ ଡିପ୍ଲୋମା ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ । ଭୁବନେଶ୍ବରରେ ଆୟୋଜିତ ହୋଇଯାଇଛି ଏକ ଦିବସୀୟ ଡିପ୍ଲୋମା ଫିଲ୍ମ ଫେଷ୍ଟିଭାଲ । ଓଡିଆ ଚଳଚ୍ଚିତ୍ରର ପ୍ରଚାର ପ୍ରସାର ସହ ଜାତୀୟ ସ୍ତରରେ ଏହାର ଖ୍ୟାତିକୁ ପହଞ୍ଚାଇବା ପାଇଁ ଏହି ଫେଷ୍ଟିଭାଲ ଆୟୋଜିତ ହୋଇଯାଇଛି । ଚଳଚ୍ଚିତ୍ର ଅନୁଷ୍ଠାନ ବିଜୁପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚୁଟର ଆଲୁମୁନି ବା ପୁରାତନ ଛାତ୍ର ମାନଙ୍କ ଦ୍ୱାରା ସ୍ଥାନୀୟ ଜନଜାତି ସଂଗ୍ରହାଳୟ ଠାରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନୀ ହୋଇଛି । ବିପିଏଫଟିଆଇଓ ଛାତ୍ରଙ୍କ ଦ୍ୱାରା ୧୦ଟି ସିନେମା ପ୍ରଦର୍ଶିତ ।

ଅନ୍ୟପଟେ ଏହାସହ ଅନୁଷ୍ଠାନର ଜାତୀୟ ପୁରସ୍କାର ପ୍ରାପ୍ତ ଯୁବ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ପ୍ରାମାଣିକ ଚଳଚିତ୍ର ଶ୍ରୀକ୍ଷେତ୍ରରୁ ସାହିଯାତର ସ୍ୱତନ୍ତ୍ର ପ୍ରଦର୍ଶନ ହୋଇଥିଲା । ଏହି ଅବସରରେ ବିପିଏଫଟିଆଇଓ ର ନିର୍ଦ୍ଦେଶକ ଦେବାଶିଷ ଘୋଷାଲ ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଖ୍ୟାତିନାମା ଚଳଚ୍ଚିତ୍ର ସତ୍ୟଜିତ ରାୟ , ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ନିର୍ଦ୍ଦେଶିକା ଦୀପ୍ତି ମିଶ୍ର ପ୍ରମୁଖ ଯୋଗଦେଇ ଏହି ମହୋତ୍ସବର ଉଦଘାଟନ କରିଛନ୍ତି ।

ଏଥିସହ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ମଧ୍ୟରେ ଅସ୍ତରାଗ, ଲଷ୍ଟ ଆଣ୍ଡ ଫାଉଣ୍ଡ, ଆମ୍ନା ଲଜ୍, ଅର୍ଦ୍ଧ, ବାପା, ଭଗବାନଙ୍କ ଡାକ ଘର, ଦ ଜେନି, ଶେଷ ବସନ୍ତର ଚିଠି, ଦ ଅନଟୋଲଡ ଷ୍ଟୋରୀ, ସାଥି ଭଳି ଭିନ୍ନ ଧର୍ମୀ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହି ମହୋତ୍ସବରେ ବିଶେଷ ଭାବେ ଯୁବ ପିଢ଼ିଙ୍କୁ ବା ଯୁବ ନିର୍ଦ୍ଦେଶକ ମାନଙ୍କୁ ନିଜ ଭାଷାର ସିନେମା ପ୍ରତି ଆକୃଷ୍ଟ କରିବା ସହ ଭଲ କାହାଣୀକୁ ନେଇ ନୂତନ ଚଳଚ୍ଚିତ୍ର ଚିନ୍ତନର ସିନେମା ପ୍ରଦର୍ଶିତ କରିବାର ପ୍ରେରଣା ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.