ETV Bharat / state

ଆସନ୍ତା 16ରେ ଓଡିଶାରେ ପହଞ୍ଚିବ ବିଜୁ ବାବୁଙ୍କ ଡାକୋଟା ବିମାନ, ଭୁବନେଶ୍ୱର ବିମାନ ବନ୍ଦରରେ ହେବ ପ୍ରଦର୍ଶନୀ - ଓଡ଼ିଶା ଆସୁଛି ଡାକୋଟା

କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ‘ଡାକୋଟା’ ଓଡ଼ିଶାକୁ ଆସିବ । ଏହି ବିମାନର ପରିବହନ ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଅଧିକ ପଢନ୍ତୁ

Biju Patnaik Dakota aircraft
Biju Patnaik Dakota aircraft
author img

By

Published : Jan 12, 2023, 10:49 PM IST

Biju Patnaik Dakota aircraft

ଭୁବନେଶ୍ବର: ଓଡ଼ିଶା ଆସୁଛି ଡାକୋଟା ଭିଟି-ଏୟୁଆଇ ବିମାନ । ରାଜ୍ୟ ସରକାର ଡାକୋଟା ବିମାନକୁ କଲିକତା ବିମାନ ବନ୍ଦରରୁ ଭୁବନେଶ୍ଵର ଆଣିବା ଲାଗି ଏକ ଏଜେନ୍ସିକୁ ଦାୟିତ୍ୱ ଦେଇଛନ୍ତି । ଏହି ଏଜେନ୍ସି ଡାକୋଟା ବିମାନକୁ ଡିସମେଣ୍ଟାଲ କରି ସଡ଼କ ପଥରେ ଏହାକୁ ଭୁବନେଶ୍ଵର ଆଣିବ । ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏବେ କଲିକତା ବିମାନ ବନ୍ଦରରେ ଡାକୋଟା ବିମାନ ଡିସମେଣ୍ଟାଲ ହୋଇ ସାରିଛି । ୧୪ ତାରିଖରେ ଏହା କଲିକତାରୁ ବାହାରି ୧୬ ତାରିଖରେ ଏହା ଭୁବନେଶ୍ଵର ପହଞ୍ଚିବ । ଏଠାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ଥିବା ରାଜ୍ୟ ସରକାରଙ୍କ ହ୍ୟାଙ୍ଗରରେ ଡାକୋଟାକୁ ରି-ଆସେମ୍ବଲ କରାଯିବ । ଡାକୋଟାର ଯେଉଁ ଅଂଶ ଖରାପ ହୋଇଯାଇଛି, ତାକୁ ମରାମତି କରିବା ପରେ ତାହାକୁ ଟର୍ମିନାଲ-୧ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ଲିଜରେ ଦିଆଯାଇଥିବା ସ୍ଥାନରେ ଇନଷ୍ଟଲ କରିବେ ରାଜ୍ୟ ସରକାର । ଯାହା ସାଧାରଣ ଯାତ୍ରୀ ବା ଲୋକାମାନେ ଏହାକୁ ଦେଖିପାରିବେ ।

ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନ ଆସନ୍ତା ସପ୍ତାହରେ ଭୁବନେଶ୍ୱରକୁ ଆସିବ। କୋଲକାତା ନେତାଜୀ ସୁଭାଷ ବୋଷ ଆନ୍ତର୍ଜାତୀକ ବିମାନ ବନ୍ଦରରେ ବିମାନର ବିଭିନ୍ନ ଅଂଶକୁ ଅଲଗା କରାଯାଇଛି । ଏରୋସ୍ପେସ ରିସର୍ଚ୍ଚ ଡେଭଲପେମେଣ୍ଟ ସେଣ୍ଟର ମହାପ୍ରବନ୍ଧକ ଦେବାଶିଷ ମହାନ୍ତି ଙ୍କ ତତ୍ତ୍ବାବଧାନରେ ଡାକୋଟା ବିମାନର ଅନେକାଂଶରେ ଖୋଲା ସରିଛି । ଆସନ୍ତା ସପ୍ତାହ ସୁଦ୍ଧା ଓଡ଼ିଶା ଆସିବାର ସମ୍ଭାବନା ରହିଛି।ତେବେ ‘ଡାକୋଟା’ ବିମାନକୁ ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ ଅବସ୍ଥାପିତ କରାଯିବ। ଏକ ବଡ଼ ଗାଡ଼ିରେ ଏହି ବିମାନକୁ ଭୁବନେଶ୍ୱର ଅଣାଯାଉଥିବା ଜଣାପଡିଛି। ତେବେ ଏହି ଡ଼ାକୋଟା ବିମାନ ସଡକ ପଥରେ କିଭଳି ଆସିବା ସେନେଇ ପ୍ରକ୍ରିୟାକୁ ଆରମ୍ଭ କରାଯାଇଛି।

ସୂଚନା ଅନୁଯାୟୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ ଏହି ଡାକୋଟା ବିମାନର ନିବିଡ଼ ସମ୍ପର୍କ ରହିଛି । ଯାହାକୁ ଓଡ଼ିଶା ଆଣିବା ପାଇଁ ଅନେକ ଦିନ ଧରି ଉଦ୍ୟମ ଚାଲିଛି । ବିମାନଟି ୬୪ ଫୁଟ ୮ ଇଞ୍ଚ ଲମ୍ବର ଏହି ବିମାନ ଡେଣାଗୁଡ଼ିକର ଚଉଡ଼ା ୯୫ ଫୁଟ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଜଣେ ଦକ୍ଷ ପାଇଲଟ୍‌ ଭାବେ ସେ ଅନେକ ଦୁଃସାହସିକ କାର୍ଯ୍ୟ ମଧ୍ୟ କରିଛନ୍ତି । ୧୯୪୭ ମସିହାରେ ଯାତ୍ରା କରି ବିଜୁ ପଟ୍ଟନାୟକ ଏହି ଡାକୋଟା ବିମାନରେ ତତକାଳୀନ ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କୁ ଉଦ୍ଧାର କରି ଭାରତକୁ ନେଇ ଆସିଥିଲେ। ଏଥିପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ‘ଭୂମିପୁତ୍ର’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଯାହା ବିଜୁ ପଟନାୟକ ଚଳାଉଥିବା ଡାକୋଟା ବିମାନ ତାଙ୍କର ସ୍ମୃତିକୁ ତାଜା କରିବା ସହ ତାଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.