ETV Bharat / state

ଭୁବନେଶ୍ୱରରେ ବିଜୁବାବୁଙ୍କ ଲଢୁଆ ବିମାନ, ବିମାନ ବନ୍ଦରରେ ଶୋଭା ପାଇବ ଡାକୋଟା - ପରିବହନ ବିଭାଗ ପ୍ରୟାସରେ ଆସି ପହଞ୍ଚିଛି ଡାକୋଟା

ଭୁବନେଶ୍ୱରରେ ପହଞ୍ଚିଲା ବିଜୁ ପଟ୍ଟନାୟକଙ୍କ ଲଢୁଆ ବିମାନ ଡାକୋଟା । ଅଧିକ ପଢନ୍ତୁ

biju patanaik dakota aircraft
biju patanaik dakota aircraft
author img

By

Published : Jan 18, 2023, 6:14 PM IST

Updated : Jan 18, 2023, 10:08 PM IST

ଭୁବନେଶ୍ୱରରେ ବିଜୁବାବୁଙ୍କ ଲଢୁଆ ବିମାନ

ଭୁବନେଶ୍ବର: ଭୁବନେଶ୍ୱରରେ ପହଞ୍ଚିଲା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଲଢୁଆ ବିମାନ । ସ୍ବତନ୍ତ୍ର କାରକେଡ ଜରିଆରେ ପରିବହନ ବିଭାଗ ପ୍ରୟାସରେ ଆସି ପହଞ୍ଚିଛି ଭୁବନେଶ୍ୱରରେ । କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ତିନୋଟି ଟ୍ରଲର ଯୋଗେ ଅଣାଯାଇଛି ଭୁବନେଶ୍ୱର । ଯାହାକି ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପାଇବ ଶୋଭା ।

ପ୍ରବାଦ ପୁରୁଷ ତଥା ପାଇଲଟ ବିଜୁଙ୍କ ଏହି ପ୍ରିୟ ବିମାନ ପାଇବ ନୂଆ ରୁପ। ବିମାନ ବନ୍ଦରରେ ସାରା ବିଶ୍ବ ଦେଖିବ ତାଙ୍କ ପରାକ୍ରମୀ ସାହସିକତାର ଗାଥା। ଯାହାକି ବହୁ ବାଦ ବିବାଦ ପରେ ଶେଷରେ ଭୁବନେଶ୍ୱରରେ ପହଞ୍ଚିଛି ଏହି ଲଢୁଆ ବିମାନ। ଯାହା ସହ ଯୋଡ଼ି ହୋଇ ରହିଛି ବିଜୁଙ୍କ ପରାକ୍ରମ ଗାଥା ଓ ଇତିହାସର ସେହି ବିରତ୍ବର କାହାଣୀ। କିଭଳି ଇଣ୍ଡୋନେସିଆର ପ୍ରଥମ ପ୍ରଧାନ ମନ୍ତ୍ରୀ ସୁକୋର୍ଣ୍ଣୋଙ୍କୁ ଶତୃଙ୍କ ଘେରା ବନ୍ଦୀରୁ ଉଦ୍ଧାର କରି ଇଣ୍ଡୋନୋସିଆ ପାଇଁ ବରପୁତ୍ର ପାଲଟିଥିଲେ। ୧୯୪୭ ମସିହାରେ ପାକିସ୍ତାନର ସୈନ୍ୟକୁ ଧୁଳି ଚଟାଇ ଭାରତୀୟ ସେନା ଙ୍କୁ ଉଦ୍ଧାର କରିଥିଲେ। ବିଚକ୍ଷଣ ବୁଦ୍ଧି ଓ ସାହାସୀ ପୁରୁଷ ବିଜୁ ବାବୁଙ୍କ ପ୍ରତିଭା ସାରା ବିଶ୍ବ ଜାଣିଛି।

ରାଜ୍ୟ ସରକାର ଡାକୋଟା ବିମାନକୁ କଲିକତା ବିମାନ ବନ୍ଦରରୁ ଭୁବନେଶ୍ଵର ଆଣିବା ଲାଗି ଏକ ଏଜେନ୍ସିକୁ ଦାୟିତ୍ବ ଦେଇଥିଲେ । ଏହି ଏଜେନ୍ସି ଡାକୋଟା ବିମାନକୁ ଡିସମେଣ୍ଟାଲ କରି ସଡକ ପଥରେ ଏହାକୁ ଭୁବନେଶ୍ଵର ଆଣିଥିଲା । ବର୍ତ୍ତମାନ ସୁଦ୍ଧା ୩ ଟି ଟ୍ରଲରରେ ଲଦା ହୋଇ ଏହା କଲିକତାରୁ ଭୁବନେଶ୍ୱର ଅଣାଯାଇଛି। ଭୁବନେଶ୍ବରରେ ଡାକୋଟା ପହଞ୍ଚିବା ପରେ ଜୟଦେବ ବିହାରରୁ କଳିଙ୍ଗ ଷ୍ଟାଡିୟମ ଦେଇ ଏଜି ଓ ଏୟାରପୋର୍ଟ ରେ ପହଞ୍ଚିଛି। ବିମାନ ବନ୍ଦରରେ ଥିବା ରାଜ୍ୟ ସରକାରଙ୍କ ହ୍ୟାଙ୍ଗରରେ ଡାକୋଟାକୁ ରି-ଆସେମ୍ବଲ କରାଯିବ । ଡାକୋଟାର ଯେଉଁ ଅଂଶ ଖରାପ ହୋଇଯାଇଛି, ତାକୁ ମରାମତି କରିବା ପରେ ତାହାକୁ ନୂଆ‌ରୁପ ଦିଆଯିବ। ତେବେ ଟର୍ମିନାଲ-୧ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ଲିଜରେ ଦିଆଯାଇଥିବା ସ୍ଥାନରେ ଇନଷ୍ଟଲ କରିବେ ରାଜ୍ୟ ସରକାର। ଯାହା ସାଧାରଣ ଯାତ୍ରୀ ବା ଲୋକମାନେ ଏହାକୁ ଦେଖିପାରିବେ।

ସୂଚନା ଅନୁଯାୟୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ ଏହି ଡାକୋଟା ବିମାନର ନିବିଡ ସମ୍ପର୍କ ରହିଛି । ଯାହାକୁ ଓଡ଼ିଶା ଆଣିବା ପାଇଁ ଅନେକ ଦିନ ଧରି ଉଦ୍ୟମ ଚାଲିଛି । ବିମାନଟି ୬୪ ଫୁଟ ୮ ଇଞ୍ଚ ଲମ୍ବର ହୋଇଥିବା ବେଳେ ବିମାନର ଡେଣା ଗୁଡ଼ିକର ଚଉଡ଼ା ୯୫ ଫୁଟ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଜଣେ ଦକ୍ଷ ପାଇଲଟ୍‌ ଭାବେ ସେ ଅନେକ ଦୁଃସାହସିକ କାର୍ଯ୍ୟ ମଧ୍ୟ କରିଛନ୍ତି । ସେ ଚଳାଉଥିବା ଡାକୋଟା ବିମାନ ତାଙ୍କର ସ୍ମୃତିକୁ ତାଜା କରିବା ସହ ତାଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିବ । ଡଚ୍‌ଙ୍କ କବଳରୁ ଇଣ୍ଡୋନେସିଆର ପ୍ରଥମ ପ୍ରଧାନମନ୍ତ୍ରୀ ସୁକୋର୍ଣ୍ଣୋଙ୍କୁ ଡାକୋଟା ସହାୟତାରେ ଉଦ୍ଧାର କରିଥିଲେ ବିଜୁ ବାବୁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 18, 2023, 10:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.