ETV Bharat / state

Odisha Assembly Elections: ଆଗୁଆ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନେଲା ଏହି ପଦକ୍ଷେପ...

author img

By

Published : Aug 1, 2023, 9:23 PM IST

ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ବିଜେଡି ନିଜର ସଂଗଠନ କାର୍ଯ୍ୟକୁ ତ୍ବରାନ୍ବତ କରୁଛି । ଦଳ ପକ୍ଷରୁ ଜାରୀ ରହିଛି ସାଂଗଠନିକ କାର୍ଯ୍ୟକ୍ରମ । ମହିଳା, ଯୁବ, ଛାତ୍ର ଓ ଅନ୍ୟାନ୍ୟ ଛାମୁଆ ସଂଗଠନର କାର୍ଯ୍ୟକ୍ରମ ଦଳ ପକ୍ଷରୁ ହୋଇଛି । ଏହା ସହ ପ୍ରତ୍ୟେକ ଦିନ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ବାରୀ ସମ୍ମିଳନୀ ଅନୁଷ୍ଠିତ ହେଉଛି । ରକ୍ତଦାନ ଶିବିର ବୃକ୍ଷ ରୋପଣ ସହ ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମ ଦଳ ପକ୍ଷରୁ କରାଯାଉଛି । ଅଧିକ ପଢନ୍ତୁ

ଆଗୁଆ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପଦକ୍ଷେପ

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ କେବେ ହେବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ନିର୍ବାଚନକୁ ନେଇ ଦୁଇ ପ୍ରକାର ଚର୍ଚ୍ଚା ସମ୍ନାକୁ ଆସୁଛି । ଆସନ୍ତା ବର୍ଷ ମାର୍ଚ୍ଚ କିମ୍ବା ଏପ୍ରିଲ ମାସ ବା ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବର ମାସରେ ନିର୍ବାଚନ ହେବ । ସମ୍ଭାବ୍ୟ ଆଗୁଆ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ଶାସନ ଦାୟିତ୍ବରେ ଥିବା ବିଜେଡି ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଘୋଷଣା ଓ ବିଜେଡିର ଦଳୀୟ କାର୍ଯ୍ୟକ୍ରମ ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଇନ୍ଧନ ଯୋଗାଉଛି ।

ଏହାବି ପଢନ୍ତୁ- ହ୍ୱିପ୍ ଜାରି କଲେ ନବୀନ; ଦିଲ୍ଲୀ ଅଧ୍ୟାଦେଶ ବିଲକୁ ସମର୍ଥନ ଓ ଅନାସ୍ଥାକୁ ବିରୋଧ କରିବ BJD

ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ବିଜେଡି ନିଜର ସଂଗଠନ କାର୍ଯ୍ୟକୁ ତ୍ବରାନ୍ବତ କରୁଛି । ଦଳ ପକ୍ଷରୁ ଜାରୀ ରହିଛି ସାଂଗଠନିକ କାର୍ଯ୍ୟକ୍ରମ । ମହିଳା, ଯୁବ, ଛାତ୍ର ଓ ଅନ୍ୟାନ୍ୟ ଛାମୁଆ ସଂଗଠନର କାର୍ଯ୍ୟକ୍ରମ ଦଳ ପକ୍ଷରୁ ହୋଇଛି । ଏହା ସହ ପ୍ରତ୍ୟେକ ଦିନ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ବାରୀ ସମ୍ମିଳନୀ ଅନୁଷ୍ଠିତ ହେଉଛି । ରକ୍ତଦାନ ଶିବିର ବୃକ୍ଷ ରୋପଣ ସହ ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମ ଦଳ ପକ୍ଷରୁ କରାଯାଉଛି । ଲୋକଙ୍କ ସହିତ ଯୋଡି ହୋଇ ରହିବା ଲାଗି ନେତା ଓ କର୍ମୀଙ୍କୁ ବିଜେଡି ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକତା ନଥିଲା ଭୁବନେଶ୍ବରରେ ନୁହେଁ ନିଜ ନିର୍ବାଚନ ମଣ୍ଡଳୀରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଅଞ୍ଚଳରେ ଥିବା ସମସ୍ୟାର ସମାଧାନ ସହ ଦଳୀୟ ସଂଗଠନ ସୁଦୃଢ କରିବା ଲାଗି ନେତାଙ୍କୁ କୁହାଯାଇଛି ।

ମହିଳା, ଯୁବ ଓ ଛାତ୍ରଙ୍କୁ ଏକଜୁଟ କରିବାକୁ ପରାମର୍ଶ: ଦଳ ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ହୋଇଛି ମହିଳା, ଯୁବ ଓ ଛାତ୍ର ବିଜେଡି କାର୍ଯ୍ୟକାରିଣୀ । ଗତ ମାସ 6 ତାରିଖରେ ଯୁବ, 14ରେ ଛାତ୍ର ଓ 22 ରେ ମହିଳା ବିଜେଡି କାର୍ଯ୍ୟକାରିଣୀ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି । ଦଳ ସହ ମହିଳା, ଯୁବ ଓ ଛାତ୍ରଙ୍କୁ ଯୋଡିବା ଲାଗି କାର୍ଯ୍ୟକାରିଣୀରେ ନିର୍ଦ୍ଦେଶ ଦିଆଯାଇଛି । ମହିଳା ସଂଗଠନକୁ ଅଧିକ ମଜବୁତ କରିବା ଲାଗି ବିଜେଡ଼ି ପ୍ରସ୍ତୁତ କରିଛି ଖସଡ଼ା । ତୃଣମୂଳ ସ୍ତରରୁ ଦଳକୁ ଆହୁରି ମଜବୁତ ଏବଂ ସଶକ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଅଗଷ୍ଟ 9 ତାରିଖ କ୍ରାନ୍ତି ଦିବସରୁ ଜିଲ୍ଲା ସ୍ତରରେ ଯୁବ ବିଜେଡି ପକ୍ଷରୁ ଆରମ୍ଭ ହେବ ସଂକଳ୍ପ ସମାବେଶ । ଏହି ସମାବେଶରେ ଯୁବ ବର୍ଗଙ୍କୁ ଦଳ ସହ ସାମିଲ କରିବା ଲାଗି ପଞ୍ଚାୟତ ସଭାପତି ଏବଂ ୱାର୍ଡ ସଭାପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କ୍ୟାମ୍ପସ କମିଟି ଜରିଆରେ ନୂଆ ଭୋଟରଙ୍କୁ ଦଳ ସପକ୍ଷରେ ଆଣିବାକୁ ଛାତ୍ର ବିଜେଡିକୁ ଦାୟିତ୍ବ ମିଳିଛି ।

ଫୋକ୍ସରେ ମହିଳା ଭୋଟ ବ୍ୟାଙ୍କ: ବିଜେଡି ବିଜୟର ବଡ଼ କର୍ଣ୍ଣଧାର ସାଜିଆସିଛନ୍ତି ମହିଳା ଭୋଟର । ମହିଳାଙ୍କୁ ଆକୃଷ୍ଟ କରିବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମିଶନ ଶକ୍ତି ଜରିଆରେ ଭୋଟ ବ୍ୟାଙ୍କକୁ ସମୃଦ୍ଧ କରିବାରେ ସମର୍ଥ ହୋଇଛି ବିଜେଡି । ମହିଳାଙ୍କୁ ଆକୃଷ୍ଟ କରିବା ଲାଗି ଭଣ୍ଡାର ଖୋଲି ଦେଇଛନ୍ତି ବିଜେଡି ସରକାର । ମିଶନ ଶକ୍ତି ମା'ଙ୍କୁ ଗତବର୍ଷ 11 ହଜାର କୋଟି ଟଙ୍କାର ଋଣ ଦିଆଯାଇଛି । 250 କୋଟିରୁ ଅଧିକ ଟଙ୍କାର ସୁଧ ପ୍ରଦାନ କରାଯାଇଛି । ମିଶନ ଶକ୍ତି ମହିଳାଙ୍କ ଯୋଗାଯୋଗ ସୁବିଧା ପାଇଁ ସ୍କୁଟର ଯୋଜନା ଆରମ୍ଭ କରିବାକୁ ଯାଉଛୁ । ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବ । କ୍ୟାବିନେଟରେ ଯୋଜନା ଅନୁମୋଦନ ଲାଭ କରିଥିବାବେଳେ ଆଗାମୀ ଦିନରେ ସ୍କୁଟି ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବ ।

ବିବାଦ ଦୂର ପାଇଁ ବସୁଛି ଜିଲ୍ଲାସ୍ତରୀୟ ବୈଠକ: ଗୋଟିଏ ନିର୍ବାଚନ ମଣ୍ଡଳୀରେ ବିଜେଡିର ରହିଛନ୍ତି ଏକାଧିକ ଆଶାୟୀ । ଯେତେ ଆଶାୟୀ ସେତେ ଗୋଷ୍ଠୀ ବିବାଦ । ବିବାଦ ଦଳର ମୁଣ୍ଡବ୍ୟଥାର କାରଣ ସାଜିଛି । ଏବେଠାରୁ ଏହାର ନିରାକରଣ ନକଲେ ଦଳରେ ବିଦ୍ରୋହ ଦେଖାଦେବାର ସମ୍ଭାବନା ରହିଛି । ତେଣୁ ବିବାଦ ସମାଧାନ ଲାଗି ଶଙ୍ଖ ଭବନରେ ବସୁଛି ବୈଠକ । ଜିଲ୍ଲା ଓ ନିର୍ବାଚନମଣ୍ଡଳୀ ସ୍ତରୀୟ ନେତାଙ୍କୁ ଡାକି ରାଜ୍ୟ ସ୍ତରୀୟ ନେତା ଓ ପର୍ଯ୍ୟବେକ୍ଷକ ତାଦିଗ କରୁଛନ୍ତି । ଏହା ସହ ବିବାଦ ସମାଧାନ କରିବା ଲାଗି ବ୍ୟବସ୍ଥା କରୁଛନ୍ତି । ଯେଉଁମାନେ ବିଶୃଙ୍ଖଳିତ ଆଚରଣ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଏହାବି ପଢନ୍ତୁ- BJD Mishrana Parva: ପଦ୍ମ ଛାଡି ଶଙ୍ଖ ଶିବିରରେ ଜଗଦୀଶ ବିଶ୍ବାଳ

ବଳକା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଗସ୍ତ: ବହୁ ରାଜନୈତିକ ବାଦବିବାଦ ଓ ବୟାନ ବାଜି ଭିତରେ ଜାରୀ ରହିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ । ରାଜ୍ୟର 20ରୁ ଉର୍ଦ୍ଧ୍ବ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଶେଷ କରିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଆଉ ରହିଥିବା ହାତଗଣତି ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆସନ୍ତା କିଛି ଦିନ ମଧ୍ୟରେ ଶେଷ କରିବ । ଗସ୍ତ କାର୍ଯ୍ୟକ୍ରମ ଶେଷ ପରେ ଆରମ୍ଭ ହୋଇଯିବ ଯୋଜନା ଘୋଷଣା । ଯୋଜନା ଘୋଷଣା ସହ ଅଭିଯୋଗ ଶୁଣାଣି ଓ ସମୀକ୍ଷା ହେବ । ଯାହା ଆଗାମୀ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ବିରୋଧୀ ଅଭିଯୋଗ କରି ଆସୁଛନ୍ତି ।

ଘୋଷଣା ହେବ ଯୋଜନା ଓ ବଢ଼ିବ ଭତ୍ତା ସହାୟତା: ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ପ୍ରଭାବିତ କରିବା ଲାଗି କିଛି ବଡ଼ ଯୋଜନା ଘୋଷଣା କରିବାକୁ ଯାଉଛନ୍ତି ବିଜେଡି ସରକାର । ଏହି ଯୋଜନା ମହିଳା, ଯୁବ ଓ ବେକାରୀଙ୍କ ଲାଗି ଉଦିଷ୍ଟ ହେବ ବୋଲି କୁହାଯାଉଛି । ଯୁବ ବର୍ଗଙ୍କୁ ପ୍ରଭାବିତ କରିବା ଲାଗି ରାଜ୍ୟ ସରକାର ବେକାରୀ ଭତ୍ତା ପ୍ରଦାନ ପାଇଁ ବିଚାର ବିମର୍ଶ ଜାରୀ ରଖିଛନ୍ତି । ସେହିପରି ବର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ପାଇଁ ଯୋଜନା କରୁଛନ୍ତି ସରକାର । ବର୍ତ୍ତମାନ ଦୁଇଟି ବର୍ଗ ପାଇଁ ଯଥାକ୍ରମେ 500 ଓ 700 ଟଙ୍କା ରହିଛି । ଏହାକୁ 700 ଓ 1000 କିମ୍ବା 1000 ଓ 1200 ଟଙ୍କା କରିବା ଲାଗି ଚର୍ଚ୍ଚା ଆରମ୍ଭ ହୋଇଛି ।

ଏହାବି ପଢନ୍ତୁ- Early Assembly Elections: କେବେ ହେବ ଓଡିଶାରେ ବିଧାନସଭା ନିର୍ବାଚନ ?

ବିରୋଧୀ ନେତାଙ୍କୁ ସେନାପତି ଶୂନ୍ୟ କରୁଛି ବିଜେଡି: ନିର୍ବାଚନରେ ନେତୃତ୍ବ ନେବା ସହ ପ୍ରାର୍ଥୀଙ୍କ ପାଇଁ ଭୋଟ ଯୋଗାଡ଼ କରନ୍ତି ତୃଣମୂଳ ସ୍ତରର ନେତା ଓ କର୍ମୀ । ଏହି ତୃଣମୂଳ ସ୍ତରରେ ଥିବା ନେତା ଓ କର୍ମୀଙ୍କୁ ନିଜ ସପକ୍ଷରେ ଆଣିବାରେ ଲାଗିଛି ବିଜେଡି । ବିଶେଷ କରି ବିରୋଧୀ ଦଳର ବରିଷ୍ଠ ନେତା, ବିଧାୟକ, ପୂର୍ବତନ ବିଧାୟକ ଓ ବିଧାୟକ ପ୍ରାର୍ଥୀଙ୍କ ପଞ୍ଚାୟତ, ଗାଁ ବା ୱାର୍ଡରେ ନେତୃତ୍ବ ନେଉଥିବା ନେତାଙ୍କୁ ଦଳକୁ ଆଣୁଛି ବିଜେଡି । ନିମାପଡାର କେରୁଣ୍ଡିଆ ପଞ୍ଚୟତ ହେଉଛି ବିଜେପି ଉପସଭାପତି ପ୍ରଭାତୀ ପରିଡାଙ୍କ ପଞ୍ଚୟତ । କେରୁଣ୍ଡିଆର ପୂର୍ବତନ ସରପଞ୍ଚ ଓ ପୂର୍ବତନ ନାଏବ ସରପଞ୍ଚ ହେଉଛନ୍ତି ପ୍ରଭାତୀଙ୍କ ସମ୍ପର୍କୀୟ । ଉଭୟଙ୍କ ନେତୃତ୍ବରେ ପଞ୍ଚାୟତର ସମସ୍ତ ବିଜେପି ନେତୃତ୍ବ ଆନୁଷ୍ଠାନିକ ଭାବେ ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି । ଫଳରେ ପ୍ରଭାତୀଙ୍କ ନିଜ ପଞ୍ଚୟତ ବିଜେପି ଶୂନ୍ୟ ହୋଇଛି । ସେହିପରି ପୋଡ଼ାମରାଇ ଗ୍ରାମପଞ୍ଚାୟତର ହେଉଛି 2019 ସାଧାରଣ ନିର୍ବାଚନରେ କଟକ ମାହାଙ୍ଗାର ବିଜେପି ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ପ୍ରଧାନ ଓରଫ ବୁଲୁଙ୍କ ନିଜସ୍ବ ପଞ୍ଚାୟତ । ଉକ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ନାଏବ ସରପଞ୍ଚଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.