ETV Bharat / state

ଦେବଗଡ ବିଧାୟକଙ୍କ ଦାଦାଗିରି ! ସୁବାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି - ଦେବଗଡ଼ ବିଧାୟକଙ୍କ ଦାଦାଗିରି

ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ଆଜି ସାମ୍ବାଦିକ ସମ୍ମିଳନୀ କରିଛି ବିଜେଡି । ଯୁବ ବିଜେଡି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଧାୟକଙ୍କ ବିରୋଧରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର, ଇପ୍ସିତା ସାହୁ ଓ ଗୌତମବୁଦ୍ଧ ଦାସ । ବିଜେପି ବିଧାୟକଙ୍କ ଉପସ୍ଥିତିରେ ତାଙ୍କ ସମର୍ଥକମାନେ ଏସଏସଜି ମହିଳା ନିର୍ମାଣ କରିଥିବା ପାଚେରି ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର । ଅଧିକ ପଢନ୍ତୁ

ଦେବଗଡ଼ ବିଧାୟକଙ୍କ ଦାଦାଗିରି
ଦେବଗଡ଼ ବିଧାୟକଙ୍କ ଦାଦାଗିରି
author img

By

Published : Jan 10, 2023, 7:46 PM IST

ଦେବଗଡ଼ ବିଧାୟକଙ୍କ ଦାଦାଗିରି !, ସୁବାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ବର: ଦେବଗଡର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଏସଏଚଜି ମା'ମାନେ ନିର୍ମାଣ କରିଥିବା ପାଚେରି ବିଧାୟକ ଭାଙ୍ଗିବା ନେଇ ଅଭିଯୋଗ କଲା ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।

ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ଆଜି ସାମ୍ବାଦିକ ସମ୍ମିଳନୀ କରିଛି ବିଜେଡି । ଯୁବ ବିଜେଡି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଧାୟକଙ୍କ ବିରୋଧରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର, ଇପ୍ସିତା ସାହୁ ଓ ଗୌତମବୁଦ୍ଧ ଦାସ । ବିଜେପି ବିଧାୟକଙ୍କ ଉପସ୍ଥିତିରେ ତାଙ୍କ ସମର୍ଥକମାନେ ଏସଏସଜି ମହିଳା ନିର୍ମାଣ କରିଥିବା ପାଚେରି ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର । ମା'ଙ୍କୁ ଅସମ୍ମାନ ସହ ବିକାଶ କାର୍ଯ୍ୟକୁ ବିରୋଧ କରୁଛନ୍ତି ବିଧାୟକ । ମା'ମାନଙ୍କୁ ଭୁଲ ମାଗିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି । ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ବିଭିନ୍ନ ମୁନିସିପାଲିଟି ଓ ଏନଏସିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଛି ମୁକ୍ତା ଯୋଜନା । ସହରାଞ୍ଚଳରେ ବିକାଶ କରିବା ଲାଗି ଏହା ଉଦିଷ୍ଟ । ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏହାର କାର୍ଯ୍ୟାଦେଶ ପାଉଛନ୍ତି । ନିଜେ ସଶକ୍ତ ଓ ରୋଜଗାରକ୍ଷମ ହେବା ସହ ସହର ବିକାଶ ପ୍ରକ୍ରିୟାରେ ମହିଳା ସାମିଲ ହେଉଛନ୍ତି ।

ଦେବଗଡ଼ ପୌର ପାଳିକା ପକ୍ଷରୁ ମୁକ୍ତା ଯୋଜନାରେ ହରି ଓମ ଏସଏସଜିକୁ 14 ଲକ୍ଷ 65 ହଜାର ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଛି । ଏହି କାର୍ଯ୍ୟାଦେଶ ହେଉଛି ସହରର ଟାଉନ ହଲର ପାଚେରୀ ନିର୍ମାଣ । କାର୍ଯ୍ୟାଦେଶ ପାଇବା ପରେ ଏସଏସଜି ମହିଳା ତାଙ୍କ କାର୍ଯ୍ୟ ଆରମ୍ଭ କରିଥିଲେ । ଗତକାଲି 10 ଟା ବେଳେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ, ତାଙ୍କ ସମର୍ଥକ ଓ ବିଜେପିର କିଛି କର୍ମୀ ଜବରଦସ୍ତ କାର୍ଯ୍ୟ ବନ୍ଦ କରିଛନ୍ତି । ଶାବଳ ଓ ଅନ୍ୟାନ୍ୟ ଅସ୍ତ୍ର ସାହାଯ୍ୟରେ ପାଚେରୀକୁ ଭାଙ୍ଗିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତୃଣମୂଳ ସ୍ତରରେ ସରକାରଙ୍କ ଯୋଜନାକୁ ପହଞ୍ଚାଇବା ଲୋକ ପ୍ରତିନିଧିଙ୍କ ଦାୟିତ୍ୱ । ସେ ସମୟରେ ଜଣେ ବିଧାୟକ ମା'ଙ୍କୁ ଅସମ୍ମାନ କରୁଛନ୍ତି । ସହରର ବିକାଶ କାର୍ଯ୍ୟ ଆଗକୁ ନେବା କଥା । କିନ୍ତୁ ବିଧାୟକ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଏହା ଆଶ୍ଚର୍ଯ୍ୟର କଥା । ବିଧାୟକଙ୍କ କାର୍ଯ୍ୟ ଜନତାଙ୍କ ବିରୋଧୀ । ପୌର ପାଳିକା ଓ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମାମଲା ରୁଜୁ କରାଯାଇଛି । ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଆଶାବାଦୀ ବୋଲି କହିଛନ୍ତି । ଏହା ସହ ବିଜେପି ସମର୍ଥକ ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳିଗୁଲଜ କରିଛନ୍ତି । ସେହିପରି ଇସ୍ପାତା ସାହୁ କହିଛନ୍ତି ଯେ, ଏକାଧିକ ଅପରାଧିକ ମାମଲାରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ସମ୍ପୃକ୍ତ ଅଛନ୍ତି । 2022 ଏପ୍ରିଲ 30 ତାରିଖ ଦିନ ବିଧାୟକ ତିଳେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଉପରେ ଆକ୍ରମଣ କରିଥିଲେ । ପରବର୍ତ୍ତୀ ସମୟରେ ଦେବଗଡ଼ ପୋଲିସ ସୁବାସଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିଲା । ବିଜେପି ନେତାମାନଙ୍କର ଆଚରଣ ଓ ଉଚ୍ଚାରଣ ତଫାତ ରହିଛି । ମହିଳା, ଶିଶୁ, ଜନଜାତି ବିରୋଧୀ ମନୋଭାବ କରୁଛନ୍ତି ବିଜେପି ନେତା ।

ଗତ 2 ତାରିଖରେ ବିଧାୟକଙ୍କ ପ୍ରରୋଚନାରେ ଦେବଗଡ଼ ପୌରପାଳିକାର ଉପାଧ୍ୟକ୍ଷ ଜଣେ ବିଜେପି ଓ ଅନ୍ୟ ଜଣେ ସ୍ୱାଧୀନ କାଉନସିଲରଙ୍କୁ ନେଇ ପୌର ପାଳିକା କାର୍ଯ୍ୟର ଏକ ଅବୈଧ ବୈଠକ କରିଥିଲେ । ପୌର ନିର୍ବାହୀ ଅଧିକାରୀ ଏହାକୁ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା । ଅଭିଯୋଗ ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲାଗି ପଦକ୍ଷେପ ନେଉଛନ୍ତି । ହେଲେ ବିଜେପି ନେତା ମାନେ ମହିଳାଙ୍କୁ ହଇରାଣ, ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରୁଛନ୍ତି । ବିଜେଡି ଏହାକୁ ନିନ୍ଦା କରୁଛି । ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ରହୁଥିବା ଦେବଗଡ଼ ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରୁଛି । ଦେବଗଡ଼ରେ ଏସଏସଜି ମହିଳାମାନେ ଆନ୍ଦୋଳନ କରୁଛନ୍ତି । ଏହାକୁ ବିଜେଡି ସମର୍ଥନ କରୁଛି । ଯେପର୍ଯ୍ୟନ୍ତ ବିଜେପି ମହିଳାଙ୍କୁ ଭୁଲ ନମାଗିଛି ବିଜେଡି ପକ୍ଷରୁ ଆନ୍ଦୋଳନ ଜାରି ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.