ETV Bharat / state

୧୮ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ, ୧୦୦ କୋଟିର କ୍ଷତି ସହିଛନ୍ତି ବ୍ୟବସାୟୀ - ମାର୍କେଟ ବିଲ୍ଡିଂ ବ୍ୟବସାୟୀ

ଦୀର୍ଘ ଦିନର ବିବାଦ ପରେ ୧୮ ଦିନରେ ଖୋଲିଛି ଓଡ଼ିଶାର ସବୁଠୁ ବଡ଼ ଖୋଲା ବଜାର ମାର୍କେଟ ବିଲ୍ଡିଂ । ଅଧିକ ପଢନ୍ତୁ

Bhubaneswar Unit 2 Market Building
Bhubaneswar Unit 2 Market Building
author img

By

Published : Aug 3, 2023, 8:06 PM IST

Updated : Aug 3, 2023, 8:54 PM IST

୧୮ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ, ୧୦୦ କୋଟିର କ୍ଷତି ସହିଛନ୍ତି ବ୍ୟବସାୟୀ

ଭୁବନେଶ୍ବର: ୧୮ ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ । ଦୀର୍ଘଦିନର ବାଦ ବିବାଦ ପରେ ଖୋଲିଛି ମାର୍କେଟ । ଗ୍ରାହକଙ୍କ ୧୭ ଦିନର ଅପେକ୍ଷା ପରେ ଆଜିଠାରୁ ପୁଣି ଖୋଲିଲା ଓଡିଶାର ସବୁଠାରୁ ବଡ଼ ଖୋଲା ବଜାର ମାର୍କେଟ ବିଲ୍ଡିଂ । ବିଏମସିର ଲିଖିତ ପ୍ରତିଶ୍ରୁତି ପରେ ଦୋକାନ ଖୋଲିଲେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ । ବିଏମସି କମିସନରଙ୍କ ଲିଖିତ ପ୍ରତିଶୃତି ଅର୍ଥାତ ଉଭୟଙ୍କ ମଧ୍ୟରେ ବିଭିନ୍ନ ଦିଗକୁ ନେଇ ହୋଇଥିବା ଚୁକ୍ତି ପରେ ମାର୍କେଟ ଖୋଲିଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛି ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏସନ ।

ଚୁକ୍ତି ଅନୁସାରେ ଏଣିକି ମାର୍କେଟ ବିଲ୍ଡିଂରେ ଆଉ କେହି ଉଠାଦୋକାନୀ ଜୋରଜବରଦସ୍ତ ବସିପାରିବେ ନାହିଁ। କୌଣସି ବି ଫାଟକ ସମ୍ମୁଖରେ ବି ବସିପାରିବେ ନାହିଁ । ଉଚ୍ଛେଦ ପ୍ରକ୍ରିୟା ସଠିକ ଢଙ୍ଗରେ ହେବ। ପୁରା ମାର୍କେଟକୁ ଆଲୋକୀକରଣ କରି ସରସ ସୁନ୍ଦର କରିବୁ ପରିମଳ ବ୍ୟବସ୍ଥାକୁ ଠିକ ରଖିାଯିବ । କାରଣ ମାର୍କେଟ ପୂର୍ବରୁ ସୌନ୍ଦର୍ଯ୍ୟକରଣ ହୋଇ ରହିଥିବା ବି ବେଳେ ବିଭିନ୍ନ କାରଣକୁ ନେଇ କାଳକ୍ରମେ ଏଠାରେ ଉଠାଦୋକାନୀଙ୍କ ସଂଖ୍ୟା ବଢିବା ପରେ ଏହାର ସୌନ୍ଦର୍ଯ୍ୟକରଣ ନଷ୍ଟ ହୋଇଯାଇଛି । ମାର୍କେଟର ସୁରକ୍ଷାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । କିଛି ଅସାମାଜିକ ଲୋକ ଏଠାରେ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ଚଲାଇଥିଲେ ।

ଏହା ବି ପଢନ୍ତୁ- ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦ: ଶୁଣିଲାନି ବିଏମସି, ଆଜିଠୁ ବନ୍ଦ ରହିଲା ମାର୍କେଟ ବିଲ୍ଡିଂ

ଏହାସହ ମାର୍କେଟ ବିଲ୍ଡିଂରେ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ରହିବେ ଯେଉଁମାନେ ଜୋରଜବରଦସ୍ତ ବସିବେ ସେମାନଙ୍କୁ ଉଠାଇ ଦିଆଯିବ। ମୋଟାମୋଟି ଭବେ ବିଏମସି ସହ ମିଳିତ ଭାବେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ ଏଠାର ସୌନ୍ଦର୍ଯ୍ୟକରଣ ବଜାୟ ରଖିବେ । ଯାହାଦ୍ବାରା ଗ୍ରାହକ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିହେବ । ଏହିସବୁ କାର୍ଯ୍ୟକୁ ତ୍ଵରାନିତ୍ଵ କରିବା ପାଇଁ ଏକ କୋର କମିଟି ରହିବ । ସେମାନେ ପୁରା ବ୍ୟବସ୍ଥାକୁ ତ୍ଵରାନିତ୍ଵ କରିବ ବୋଲି କହିଛି ଆସୋସିଏସନ ।

ସୂଚନା ଥାଉ କି ତେବେ ୧୭ ଦିନର ଧାରଣା ପରେ ଆଜି ୧୮ ଦିନରେ ଖୋଲିଛି ୟୁନିଟ୍-୨ ମାର୍କଟ ବିଲ୍ଡିଂ । ମାର୍କେଟ ବିଲ୍ଡିଂ ଭିତରେ ରହିଥିବା ସମସ୍ତ ରେଡିମେଡ୍ ଦୋକାନ ସହ ବଡ ବଡ ଖୋଲିସାରିଥିବା ବେଳେ ଶୋ' ରୁମଗୁଡିକ ବନ୍ଦ ରହିଥିଲା । ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏସନର ଏକ ୬ଜଣିଆ ପ୍ରତିନିଧି ଦଳ ବିଏମସି କମିଶନରଙ୍କ ସହ ଆଲୋଚନା କରୁଥିବାରୁ ଏହି ଦୋକାନଗୁଡିକୁ ଖୋଲାଯାଇନଥିଲା । ବିଏମସି କାର୍ଯ୍ୟାଳୟରେ ଆଲୋଚନା ପରେ ମାର୍କେଟ ବିଲ୍ଡିଂ ବ୍ୟବସାୟୀମାନେ ଦୋକାନ ଖୋଲିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 3, 2023, 8:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.