ETV Bharat / state

ଦୁଲୁକିବ ରାଜଧାନୀ, ୨୪ରୁ ଆରମ୍ଭ ହେବ ପଥୋତ୍ସବ - ରାଜଧାନୀ ପଥ ଉତ୍ସବ

Bhubaneswar Pathotsav: ଆସନ୍ତା ୨୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ପଥୋତ୍ସବ । ଦୁଲୁକିବ ରାଜଧାନୀ, ଝୁମିବେ ଜନତା । ସାମିଲ ହେବେ ପିଲାଠୁ ବୟସ୍କ । ଅଧିକ ପଢ଼ନ୍ତୁ

୨୪ ରୁ ଆରମ୍ଭ ହେବ ପଥୋତ୍ସବ
୨୪ ରୁ ଆରମ୍ଭ ହେବ ପଥୋତ୍ସବ
author img

By ETV Bharat Odisha Team

Published : Dec 18, 2023, 9:41 PM IST

୨୪ ରୁ ଆରମ୍ଭ ହେବ ପଥୋତ୍ସବ

ଭୁବନେଶ୍ବର: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ବ୍ୟସ୍ତ ବହୁଳ ଜୀବନ ଭିତରେ ସହରିଆଙ୍କ ଶରୀରକୁ ଟିକିଏ ଫୁର୍ତ୍ତି ଓ ମନକୁ ଟିକେ ପ୍ରଫୁଲ୍ଲିତ ରଖିବା ପାଇଁ ଚଳିତ ବର୍ଷର ପ୍ରଥମ ପଥ ଉତ୍ସବ ଡିସେମ୍ବର ୨୪ ତାରିଖରେ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ ହେବେ । ବିଭିନ୍ନ ପ୍ରତିଭାର ପଦର୍ଶନରେ ଦୁଲୁକିବ ମଞ୍ଚ, ଝୁମିବେ ରାଜଧାନୀବାସୀ ଆଉ ସୁସ୍ଥ ରହିବା ପାଇଁ କରିବେ ବ୍ୟାୟାମ ।

ବିଶେଷ ଭାବେ ପଥୋତ୍ସବରେ ରାଜଧାନୀର ବିଭିନ୍ନ ବର୍ଗରର ଲୋକଙ୍କ ଭିତରେ ଲୁଚି ରହିଥିବା କଳା ଓ ନୈପୁଣତାର ପଦର୍ଶନ ପାଇଁ ଖୋଲା ମଞ୍ଚ ମିଳିବ । ଏଭଳି ଭାବେ ରବିବାରରେ ଶୀତୁଆ ସକାଳର ଫୁର୍ତ୍ତି ଏଥର ରାହାଗିରି ସହ ମନେଇବେ ରାଜଧାନୀବାସୀ । ଏହା ସକାଳ ୬.୩୦ ଟାରୁ ୯.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ଗୀତ, ନାଚ, ଖେଳକୁଦରେ ମତୁଆଲା ହେବେ ରାଜଧାନୀ ବାସିନ୍ଦା । ମାଷ୍ଟରକ୍ୟାଣ୍ଟିନ ଛକରୁ ରାମ ମନ୍ଦିର ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାଷ୍ଟରକ୍ୟାଣ୍ଟିନ ଠାରେ ମୁଖ୍ୟମଞ୍ଚ ରହିବ ଏବଂ ରାମମନ୍ଦିର ନିକଟରେ ଦ୍ଵିତୀୟ ମଞ୍ଚ ନିର୍ମାଣ ହେବାକୁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ୩ ଗୋଟି ଜୋନ୍‌ରେ ଏହି ପଥ ଉତ୍ସବ ଅନୁଷ୍ଠିତ ହେବ ।

ତେବେ ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡ଼ୁ, କୁଇଜ୍‌ କମ୍ପିଟେସନ, ରଙ୍ଗୋଲୀ, ମ୍ୟାଜିକ୍ ସୋ, କ୍ଲେ ଆର୍ଟଭଳି କାର୍ଯ୍ୟକ୍ରମ ରାହାଗିରିରେ ଅନୁଷ୍ଠିତ ହେବ । ରାହାଗିରିର କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ, କଲେଜ, କ୍ରୀଡା ସଂଗଠନ, କଳାକାର, ଏସ୍ଏଚ୍‌କି ଅଂଶ ଗ୍ରହଣ କରିବେ । ବିଗତ ବର୍ଷ ଗୁଡିକ ଠାରୁ ଚଳିତ ବର୍ଷ ନୂଆ ଢଙ୍ଗରେ ଏବଂ ନୂଆ ରୂପରେ ପଥ ଉତ୍ସବ କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ । ବିଶେଷ କରି ଓଡ଼ିଆ ଭାଷା ସଂସ୍କୃତି ଓ ପରମ୍ପରାର ସହ ଜଡିତ କାର୍ଯ୍ୟକ୍ରମକୁ ଧ୍ୟାନ ଦିଆଯିବାର ଲକ୍ଷ୍ୟ ରଖିଛି ବିଏମସି ।

ଏହା ମଧ୍ୟ ପଢ଼ନ୍ତୁ....ରାଜଧାନୀରେ ଆରମ୍ଭ ହେଲା ଜାତୀୟ ହସ୍ତଶିଳ୍ପ ମେଳା ତୋଷାଳୀ, ଖୋଲିଛି ୫୫୦ ଷ୍ଟଲ

ଆସନ୍ତା ୨୪ ତାରିଖ ରବିବାର ଅର୍ଥାତ୍ ବଡଦିନ ପୂର୍ବରୁ ଚଳିତ ବର୍ଷର ପ୍ରଥମ ପଥ ଉତ୍ସବ ଅନୁଷ୍ଠିତ ହେବ । ଏହି ପଥୋତ୍ସବକୁ ସୂଚାର ରୂପେ ପରିଚାଳନା କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଡିସେମ୍ବର ୨୪ ତାରିଖ ଦିନ ଦକ୍ଷିଣ-ପଶ୍ଚିମ ଜୋନରେ ପଥ ଉତ୍ସବ ଅନୁଷ୍ଠିତ ହେବ । ଜାନୁଆରୀ ୭ ଏବଂ ୨୧ ତାରିଖରେ ଅନ୍ୟ ଦୁଇଟି ଜୋନ୍‌ରେ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ଏହାସହ ନିଜ ଅଞ୍ଚଳର ପ୍ରତିଭାକୁ ଖୋଜିବାକୁ କର୍ପୋରେଟରଙ୍କୁ କୁହାଯାଇଥିବା ବେଳେ ରାଜଧାନୀବାସୀଙ୍କୁ ସ୍ବତଃ ଆସି ଏହି ପଥୋତ୍ସବ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ କହିଛନ୍ତି ଭୁବନେଶ୍ବର ମେୟର । ଯାହାଦ୍ୱାରା ଗୋଷ୍ଠୀ ସହଭାଗିତା ବଢିବା ସହ ଲୋକମାନେ ଖୁସି ବାଣ୍ଟିବା ସହ ଖୁସି ହୋଇ ଯିବେ ବୋଲି କହିଛନ୍ତି ମେୟର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.