ETV Bharat / state

ରାଜ୍ୟରେ ମୂଳପୋଛ ହେବ ନିଶା କାରବାର, ଭୁବନେଶ୍ୱରରେ ଖୋଲିଲା NCB ଜୋନାଲ ଅଫିସ

author img

By

Published : Jul 17, 2023, 7:55 PM IST

ଏଣିକି ନିଶା କାରବାର ଉପରେ ଲାଗିବ ରୋକ । ନିଶା ବ୍ୟବସାୟୀଙ୍କ ଉପରେ NCB ରଖିବ ନଜର । ଗାଁଠୁ ଆରମ୍ଭ କରି ସ୍କୁଲ କଲେଜ, ପର୍ଯଟନସ୍ଥଳ ପର୍ଯ୍ୟନ୍ତ ସବୁଠି ପଇନ୍ତରା ମାରିବ NCB । ଆଜିଠୁ ଭୁବନେଶ୍ୱରରେ NCB ଜୋନାଲ ଅଫିସ ଶୁଭାରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

New NCB zonal office in Bhubaneswar
ଭୁବନେଶ୍ୱରରେ ଖୋଲିଲା NCB ଜୋନାଲ ଅଫିସ
ଭୁବନେଶ୍ୱରରେ ଖୋଲିଲା NCB ଜୋନାଲ ଅଫିସ

ଭୁବନେଶ୍ବର: ରାଜ୍ୟରେ ନିଶା କାରବାର ବନ୍ଦ ଅଭିଯାନ ଜୋରଦାର କରିବ NCB । ଆଜିଠୁ ଭୁବନେଶ୍ୱରରେ ଶୁଭାରମ୍ଭ ହୋଇଛି NCB ଜୋନାଲ ଅଫିସ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନୂତନ NCB କାର୍ଯାଳୟ ଉଦଘାଟନ କରିଛନ୍ତି । କାର୍ଯ୍ୟାଳୟ ଖୋଲିବା ପରେ ଏଇଠୁ ଅପରେସନର ମନିଟର କରାଯିବ । ଅଦଘାଟିତ ନୂଆ କାର୍ଯ୍ୟାଳୟରେ ଯୁଗ୍ମ ନିର୍ଦ୍ଦେଶକ ରାକେଶ ଚନ୍ଦ୍ର ଶୁକ୍ଳା ଏବଂ ଅତିରିକ୍ତ ନିର୍ଦ୍ଦେଶକ କୁଲଦୀପ ଶର୍ମା ନୂଆ କରି ଯୋଗ ଦେଇଛନ୍ତି । ପୂର୍ବରୁ କେବଳ ଅଧିକ୍ଷକ ସୁରଜିତ ସେନ ଭୁବନେଶ୍ୱର NCB ସମ୍ଭାଳୁଥିଲେ ଏବଂ କଲିକତାରୁ ସବୁକିଛି ଅପରେଟ ହେଉଥିଲା ।

ଏଣିକି ନିଶା କାରବାର କରୁଥିବା ପ୍ରତିଟି ଗତିବିଧି ଉପରେ ନଜର‌ ରଖିବେ NCB ଅଫିସର । କାର୍ଯ୍ୟାଳୟ ଖୋଲିବା ପରେ ନୂଆନୂଆ ଅଧିକାରୀ ଯୋଗଦେବେ । ପୂର୍ବରୁ ବଡ଼ବଡ଼ ସହରରେ କାମ କରି ଅଭିଜ୍ଞତା ଥିବା ଅଧିକାରୀମାନେ ନିଶା କାରବାର ଯେପରିକି ଗଞ୍ଜେଇ, ଡ୍ରଗ୍ସ, କୋକେନ, ମଦ ଭଳି କାରବାର ଆଦି ଉପରେ କଡ଼ା ନଜର‌ ରଖିବେ। ଏନେଇ ଯୁଗ୍ମ ନିର୍ଦ୍ଦେଶକ ରାକେଶ ଚନ୍ଦ୍ର ଶୁକ୍ଳା କହିଛନ୍ତି, "ନିଶା କାରବାର ଚଳାଉଥିବା ସିଣ୍ଡିକେଟ, ମାଫିଆ ଓ ଏସବୁ ବ୍ୟବସାୟ କରୁଥିବା ଗ୍ୟାଙ୍ଗ୍‌ କିପରି ସେମାନଙ୍କର ନେଟୱର୍କ ଚଳାଉଛନ୍ତି, ଏଠାକାର ଲୋକେ କିପରି ଡ୍ରଗ୍ସ ଓ ଗଞ୍ଜେଇ ଭଳି ବେଆଇନ ଭାବେ ନିଶାକୁ ଆପଣାଉଛନ୍ତି ସେସବୁର ଗୁଇନ୍ଦା ତଥ୍ୟ ତଥା ଇଣ୍ଟେଲିଜେନ୍ସ ସଂଗ୍ରହ କରାଯିବ । କାରବାର ହେଉଥିବା ଆନ୍ତଃଜିଲ୍ଲା ରାକେଟ ହେଉ ବା ଆନ୍ତଃରାଜ୍ୟ ରାକେଟ ସବୁ ଉପରେ କଡ଼ା ନଜର ରଖିବା ସହ ନିଶା ଜିନିଷ ଜବତ ସହ ଗିରଫ କରାଯାଇପାରିବ ତା ଉପରେ ଫୋକସ ଦିଆଯିବ ।"

ଏହା ମଧ୍ୟ ପଢ଼ନ୍ତୁ: ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାସ, ରସୁଲଗଡ ଛକରୁ NCB ଧରିଲା ୩ କ୍ବିଣ୍ଟାଲ

କେବଳ ରାଜ୍ୟ ପୋଲିସ ବା ଅବକାରୀ ବିଭାଗ ନୁହେଁ ଏଥର NCB ମଧ୍ୟ ଏହିସବୁ କାରବାର ଉପରେ ଅଧିକ ଫୋକସ ଦେଇ ନିଶା ବିରୋଧରେ ଅଭିଯାନକୁ ଜୋରଦାର କରିବ । କୋକେନ‌, ଅଫିମ, ଗଞ୍ଜେଇ, ବ୍ରାଉନସୁଗାର କାରବାର ବାହାର ରାଜ୍ୟରୁ କିପରି‌ ରାଜ୍ୟକୁ ଆସୁଛି ତା' ଉପରେ କଡ଼ା ନଜର ରହିବ । ରାଜ୍ୟ ପୋଲିସର ତଥ୍ୟ ଅନୁସାରେ, ଏଯାବତ ୭୨କେଜି ଡ୍ରଗ୍ସ ଜବତ ହୋଇଥିବା ବେଳେ ୨୭୧ ଟନ୍‌ ଗଞ୍ଜେଇ ଜବତ କରାଯାଇଛି । ଏବର୍ଷ ଆରମ୍ଭରୁ ଏଯାବତ୍ ସାରା ଦେଶରେ 1 ଲକ୍ଷ 44 ହାଜର କିଲୋରୁ ଅଧିକ ଡ୍ରଗ୍ସ ନଷ୍ଟ କରିଛି କେବଳ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ । ତେଣୁ ରାଜ୍ୟ ଅବକାରୀ ବିଭାଗ ଓ ପୋଲିସ ପରି STF ସହ ମିଳିତ ଭାବେ NCB ମଧ୍ୟ ନିଶା ଉପରେ‌ ରୋକ୍‌ ଲଗାଇବା ଅଭିଯାନକୁ କଡ଼ାକଡ଼ି କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.