ETV Bharat / state

ଶେଷ ହୋଇଛି BMC କର୍ପୋରେସନ ବୈଠକ, ସାମିଲ ହେଲେ ସାଂସଦ - Bhubaneswar Municipal Corporation meeting

ଆଜି ବର୍ଷର ଶେଷ କର୍ପୋରେସନ ବୈଠକରେ ସାଂସଦଙ୍କ ଠାରୁ ଆରମ୍ଭ କରି ମେୟର କପୋରେଟର ସମସ୍ତେ ଉପସ୍ଥିତ ଥିବା ସତ୍ତ୍ବେ ବି କିଛି କପୋରେଟର ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ସହରର ଉନ୍ନତି କରଣର କେତେ ଗୁଡିଏ ପ୍ରସଙ୍ଗ ଉପରେ କେହି ବି ଉତ୍ତର ରଖି ନ ଥିଲେ। ଏହାକୁ ନେଇ ବିଜେଡି ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ ମଧ୍ୟ କୈଣସି ସୁଫଳ ମିଳିନଥିଲା । ଅଧିକ ପଢନ୍ତୁ

ଶେଷ ହୋଇଛି BMC କର୍ପୋରେସନ ବୈଠକ, ସାମିଲ ହେଲେ ସାଂସଦ

author img

By

Published : Dec 28, 2022, 10:55 PM IST

ଶେଷ ହୋଇଛି BMC କର୍ପୋରେସନ ବୈଠକ, ସାମିଲ ହେଲେ ସାଂସଦ

ଭୁବନେଶ୍ବର: ଶେଷ ହୋଇଛି ବିଏମସିର ଚଳିତ ବର୍ଷ ଶେଷ କର୍ପୋରେସନ ବୈଠକ। ପ୍ରଥମ ଥର ପାଇଁ ଭୁବନେଶ୍ବରରେ ସାଂସଦ ଅପରାଜିତ ଷଡଙ୍ଗୀ ବୈଠକରେ ସାମିଲ ହୋଇଥିଲେ । ବୈଠକରେ ମଶା ଦମନ ସହ ୧୧ ଟି ପ୍ରସଙ୍ଗ ରଖିଲେ ଭୁବନେଶ୍ୱର ସାଂସଦ। ପ୍ଲାଷ୍ଟିକ ମୁକ୍ତ ଭୁବନେଶ୍ୱର କରିବା ପାଇଁ ଅଣ୍ଟା ଭିଡ଼ିଲେ ମେୟର।

ଆଜି ବର୍ଷର ଶେଷ କର୍ପୋରେସନ ବୈଠକରେ ସାଂସଦଙ୍କ ଠାରୁ ଆରମ୍ଭ କରି ମେୟର କପୋରେଟର ସମସ୍ତେ ଉପସ୍ଥିତ ଥିବା ସତ୍ତ୍ବେ ବି କିଛି କପୋରେଟର ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ସହରର ଉନ୍ନତି କରଣର କେତେ ଗୁଡିଏ ପ୍ରସଙ୍ଗ ଉପରେ କେହି ବି ଉତ୍ତର ରଖି ନ ଥିଲେ। ଏହାକୁ ନେଇ ବିଜେଡି ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ ମଧ୍ୟ କୈଣସି ସୁଫଳ ମିଳିନଥିଲା ବା ସେଭଳି କିଛି ଉଷ୍ମତା ଦେଖାଯାଇ ନଥିଲା । ଆରୋପ ପ୍ରତ୍ୟାରୋପ ମଧ୍ୟ ଦେଖିବାକୁ ମିଳି ନଥିଲା । ଆଉ ଏହାରି ଭିତରେ ସାଂସଦ କହିଛନ୍ତି ଯେ ଭୁବନେଶ୍ୱରରେ ହକି ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ସହରକୁ ସୁନ୍ଦର, ସବୁଜ କରିବା ପାଇଁ ବିଏମ୍ସି ଚଳାଇଛି ଅଭିଯାନ। କିନ୍ତୁ ଏ ମଧ୍ୟରେ ଉଠା ଦୋକାନୀଙ୍କ ପେଟକୁ ବିଏମସିର ଲାତମରାକୁ ନାପସନ୍ଦ କରିଛନ୍ତି ସେ। ମାନବିକତା ସହ ବିଏମ୍ସି ପ୍ରଶାସନ କାର୍ଯ୍ୟ କରିବା ସହ ବିନା ଥଇଥାନରେ ଉଠା ଦୋକାନୀଙ୍କୁ ଉଚ୍ଛେଦ କରିବା ଶୋଭନୀୟ ନୁହେଁ ବୋଲି ସେ କହିଛନ୍ତି। ଏହା ଛଡା ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ କରିବା ସହ ଉନ୍ନତିମୂଳକ କାର୍ଯ୍ୟ ପାଇଁ ରାଜଧାନୀରେ ଏୟାର କଣ୍ଡିସନ ହାଟ ପ୍ରତିଷ୍ଠା କରାଯାଉ। ଡ୍ରେନେଜ ସମସ୍ୟା ସହ ସ୍ୱତନ୍ତ୍ର ସିଟିଜେନ ଚାପ୍ଟର ଭଳି ଆହୁରି ୧୧ ପ୍ରସ୍ତାବ ରଖିଛନ୍ତି ସେ ।

ସେପଟେ ବିଏମସିର ୨୦୨୨ର ଶେଷ କର୍ପୋରେସନ ବୈଠକ ରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଛି ବହୁ ଗୁରୁତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି । ବିଶ୍ବକପ ଆୟୋଜନ ପାଇଁ ସହର ସୌନ୍ଦର୍ଯ୍ୟକରଣ ସହ ସିଟି ଆକ୍ଟିଭେସନ ପାଇଁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର କରାଗଲା ସମୀକ୍ଷା । ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇ ବୈଠକରେ ବହୁ ପ୍ରତିକ୍ଷିତ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ବାଇ-ଲ ୨୦୨୨ ପାରିତ ହୋଇଯାଇଛି । ପରେ ଏହାକୁ ଅନୁମୋଦନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ପଠାଯାଇଛି । ସେପଟେ ଭିକ୍ଷୁକଙ୍କ ପାଇଁ ୨ଶହ ଶଯ୍ୟା ବିଶିଷ୍ଟ ନୂତନ ଆଶ୍ରୟସ୍ଥଳୀ ନିର୍ମାଣ ସହ ଖୁବଶୀଘ୍ର ପଳାଶୁଣି ଠାରେ ମେଗା ଅସ୍ଥାୟୀ ଡମ୍ପିଂୟାର୍ଡ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ହୋଇଛି । ଏହାସହ ଦିନକୁ ଦିନ ସହରର କଳେବର ବୃଦ୍ଧି ପାଉଥିବା ବେଳେ ହୋଲ୍ଡିଂ ଟେକ୍ସ ପ୍ରଦାନରେ ଅନେକ ଖିଲାପ କରୁଛନ୍ତି । ସ୍ବତଃପ୍ରବୃତ୍ତ ଭାବେ ହୋଲ୍ଡିଂଟ୍ୟାକ୍ସ ଦାଖଲ କରିବାକୁ ଲୋକଙ୍କୁ ଆହ୍ବାନ ଦିଆଯାଇଥିବା ବେଳେ ମହଲତ ଶେଷ ହୋଇଯାଇଛି । ଏଣିକି ଖିଲାପିଙ୍କ ଠାରୁ ଜରିମାନା ସହ ବକେୟା ଟ୍ୟାକ୍ସ ଆଦାୟ କରାଯିବାକୁ ନିଷ୍ପତ୍ତି ହୋଇଛି । ଜାମୁକୋଳି ଓ ଜଟଣୀ ସ୍ଥିତ ଗୋଶାଳା ପରେ ଏଣିକି ପୁରୀ ସ୍ଥିତ ଗୋଶାଳାରେ ଉଦ୍ଧାର ଗୋରୁଗାଇଙ୍କୁ ରଖାଯିବ ଏବଂ ନିୟମିତ ବ୍ୟବଧାନରେ ଗୋରୁଗାଇଙ୍କ ରକ୍ଷଣାବେକ୍ଷଣକୁ ବିଏମସିର ଟିମ୍ ପରିଦର୍ଶନ କରିବ । ଉଚ୍ଛେଦ ପରେ ଜବରଦଖଲ ମୁକ୍ତ ଅଞ୍ଚଳକର ସୁରକ୍ଷା ପ୍ରତି ଦ୍ୟାନ ଦେବାକୁ ନିଷ୍ପତ୍ତି ହୋଇଛି । ବିଶ୍ବକପ ହକିର ଆୟୋଜନ ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକୁ ଜଟଣୀ ବିଧାୟକ ପ୍ରସଂଶା କରିଛନ୍ତି । ତେବେ କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ଥଇଥାନ କରିବା ଓ ଗଳିକନ୍ଦିରେ ଉଚ୍ଛେଦ ନକରିବାକୁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭୁବନେଶ୍ବରରେ ନଥିବା ଯୋଗୁଁ ବୈଠକରେ ଅନୁପସ୍ଥିତ ଥିଲେ । ଜଟଣୀ ବିଧାୟକ ସୁରେଶ ରାଉତରାୟ ଓ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ବୈଠକରେ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.