ETV Bharat / state

ସୌମ୍ୟ ବାବୁ ସାହାସ ଦେଖାଇଛନ୍ତି, ବିଜେଡି ସାଂସଦ ବିଧାୟକ ଆତ୍ମ ସମୀକ୍ଷା କରନ୍ତୁ: ଅପରାଜିତା

author img

By ETV Bharat Odisha Team

Published : Sep 9, 2023, 8:16 PM IST

ସାଂସଦ ଷଡଙ୍ଗୀ କହିଛନ୍ତି ବିଜେଡି ବହୁତ ଶୋଚନୀୟ ଅବସ୍ଥାରେ ଅଛି। ବିଜୁ ଜନତା ଦଳ ଯଦି ସୌମ୍ୟ ବାବୁଙ୍କ କଥା ଶୁଣିଥାନ୍ତା, ତାଙ୍କ କଥା ଅମଳ କରିଥାନ୍ତା ତାଙ୍କୁ ଅନୁକରଣ କରିଥାନ୍ତା। ସବୁ ଲୋକମାନେ ଓଡିଶାର ଯେଉଁ ଗଭର୍ଣ୍ଣାନ୍ସ ମଡେଲ ଚାଲିଛି ତାହାକୁ ଦେଖି ଲୋକେ ହସୁ ନଥାଆନ୍ତେ। ପ୍ରଥମେ ଆତ୍ମ ସମ୍ମାନ ସହିତ କାମ କରିବା । ସୌମ୍ୟ ରଞ୍ଜନ ବାବୁଙ୍କୁ ମୁଁ ବଧେଇ ଦେଉଛି। ସେ ସାହାସର ସହିତ ଏହା ବିଜେଡିକୁ ପରାମର୍ଶ ଦେଉଛନ୍ତି । ଅଧିକ ପଢନ୍ତୁ

ବିଜେଡି  ସାଂସଦ ବିଧାୟକ ଆତ୍ମ  ସମୀକ୍ଷା କରନ୍ତୁ: ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ଅଭିଜ୍ଞ ଜ୍ଞାନୀ ଗୁଣି ଲୋକ। ବିଜେଡି ବିଧାୟକ ମାନଙ୍କ ଭିତରେ ଟଣାଓଟରା ଚାଲିଛି। ତାହା ତାଙ୍କର ଦଳୀୟ କଥା। ଜଣେ ନାଗରିକ ଭାବରେ ମୋର ମତ ସୌମ୍ୟ ବାବୁ ଭଳି ଜଣେ ଲୋକ ସାହସ କରି ସତ କଥାକୁ ସାମ୍ନାକୁ ଆଣୁଛନ୍ତି। ବିଜେଡି ବିଧାୟକ ଏହାକୁ ଗ୍ରହଣ କରିବା କଥା। ତାଙ୍କ ପାଇଁ କୁହାଯାଉଛି। ବିଜେଡି କେଉଁ ପ୍ରକାରର ଦଳ ଯେଉଁଠି ଆତ୍ମସମ୍ମାନ ନାହିଁ। ଯେଉଁ ସାଂସଦ ବିଧାୟକ କିମ୍ବା ବିଜେଡି କର୍ମୀ ଅଛନ୍ତି ସେମାନଙ୍କ ପ୍ରତି ମୋର ସମ୍ମାନ ଓ ଶ୍ରଦ୍ଧା ଅଛି। ସେମାନଙ୍କ ପ୍ରତି କୌଣସି କାଟୁତା ନାହିଁ । ନିଜ ମର୍ଯ୍ୟାଦା ଆଖି ଆଗରେ ରଖି କାମ କରିବା କଥା। ସୌମ୍ୟ ବାବୁଙ୍କ ପାଖରେ ସାହସ ଅଛି। ସେ ଠିକ କଥା ସମସ୍ତଙ୍କ ସାମ୍ନାରେ କହୁଛନ୍ତି। ଆଜି ଏଭଳି ଢଙ୍ଗରେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସମର୍ଥନ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

ସାଂସଦ ଷଡଙ୍ଗୀ କହିଛନ୍ତି ବିଜେଡି ବହୁତ ଶୋଚନୀୟ ଅବସ୍ଥାରେ ଅଛି। ବିଜୁ ଜନତା ଦଳ ଯଦି ସୌମ୍ୟ ବାବୁଙ୍କ କଥା ଶୁଣିଥାନ୍ତା, ତାଙ୍କ କଥା ଅମଳ କରିଥାନ୍ତା ତାଙ୍କୁ ଅନୁକରଣ କରିଥାନ୍ତା। ସବୁ ଲୋକମାନେ ଓଡିଶାର ଯେଉଁ ଗଭର୍ଣ୍ଣାନ୍ସ ମଡେଲ ଚାଲିଛି ତାହାକୁ ଦେଖି ଲୋକେ ହସୁ ନଥାଆନ୍ତେ। ପ୍ରଥମେ ଆତ୍ମ ସମ୍ମାନ ସହିତ କାମ କରିବା। ସୌମ୍ୟ ରଞ୍ଜନ ବାବୁଙ୍କୁ ମୁଁ ବଧେଇ ଦେଉଛି। ସେ ସାହାସର ସହିତ ଏହା ବିଜେଡିକୁ ପରାମର୍ଶ ଦେଉଛନ୍ତି ।

ଅଧିକ ପଢନ୍ତୁ- ଆଗକୁ ରାଜନୀତି କରିବେ, ସେଥିପାଇଁ ସରକାରୀ ଅର୍ଥ ଖର୍ଚ୍ଚ କରି ନିଜକୁ ଲଞ୍ଚ କରୁଛନ୍ତି: ଅପରାଜିତା ଷଡଙ୍ଗୀ

ଆପରାଜିତା ଆହୁରି କହିଛନ୍ତି ବିଜେଡିର ଗଭର୍ଣ୍ଣାନ୍ସ ମଡେଲ ଅନୁସାରେ କୋଉଠି ସାଂସଦ କୋଉଠି ମନ୍ତ୍ରୀ କୋଉଠି ବିଧାୟକ। ଆଗ ଆତ୍ମ ଚିନ୍ତନ କରନ୍ତୁ, ସମୀକ୍ଷା କରନ୍ତୁ। ବଡ ବଡ ସାମ୍ବିଧାନିକ ପଦରେ ରହିକି ଆତ୍ମସମ୍ମାନ ହିଁ ରହିଲା ନାହିଁ। ତେବେ କଣ ଟା ରହିଲା । ମୁଖ୍ୟମନ୍ତ୍ରୀ ୨୩ ବର୍ଷ ହେଲା କାହା ଉପରେ ବିଶ୍ବାସ କରିନାହାନ୍ତି। ଏହା ଆଶ୍ଚର୍ଯ୍ୟର କଥା। ଜଣେ ନିମ୍ନ ପଦସ୍ତ ସରକାରୀ କର୍ମଚାରୀ ଉପରେ ବିଶ୍ବାସ କରିବେ। କାହିଁକି ସମସ୍ତେ ଅଭିଜ୍ଞ ଅଛନ୍ତି, ସମସ୍ତେ କାମ କରି ଆସିଛନ୍ତି ବିଜୟ ହେଉଛନ୍ତି ବିଜୁ ଜନତା ଦଳର ବିଧାୟକ, ସାଂସଦ ଏବଂ ମନ୍ତ୍ରୀଗଣ। ସମସ୍ତେ ସମ୍ମାନର ଯୋଗ୍ୟ। ମୁଁ ତ ନିବେଦନ କରିବି ବିଜେଡି ବିଧାୟକ, ସାଂସଦ ଏବଂ ମନ୍ତ୍ରୀଗଣଙ୍କୁ ଟିକେ ଆତ୍ମ ସମ୍ମାନ କରନ୍ତୁ । ଯିଏ ଠିକ କହୁଛି ତା ସହିତ ଠିଆ ହୁଅନ୍ତୁ।

ସୂଚନାଯୋଗ୍ୟଯ ଗତ କିଛି ଦିନ ହେବ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ନେଇ ଚାଲିଛି ରାଜନୀତି ସରଗରମ। ବାରମ୍ବାର ନିଜ ଖବର କାଗଜରେ ସରକାରଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ତଥା 5T ସଚିବ ଭିକେ ପାଣ୍ଡିଆନଙ୍କ ବିରୋଧରେ ଲେଖିବା ପରେ, ଏବେ ନିଜ ଦଳ ବିଜେଡି ଟାର୍ଗେଟରେ ଅଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.