ETV Bharat / state

MP Aparajita Sarangi Pressmeet: ଓଡିଶାକୁ ମିଳିଲା ୯ ଲକ୍ଷ PMAY ଘର

author img

By

Published : Jan 12, 2023, 7:40 PM IST

ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । 2013 ଖାଦ୍ୟ ନିରାପତ୍ତା ଆଇନ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଅଧିକ ପଢ଼ନ୍ତୁ

Bhubaneswar MP Aparajita Sarangi Press Meet

Bhubaneswar MP Aparajita Sarangi Press Meet: ଓଡିଶାକୁ ମିଳିଲା ୯ ଲକ୍ଷ PMAY ଘର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ମିଳୁଥିବା ରାସନରେ ଏଣିକି ମିଳିବ ରସିଦ । 2013 ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ମାଗଣାରେ ଚାଉଳ ଦିଆଯିବ । ରାଜ୍ୟର 3 କୋଟି 24 ଲକ୍ଷ 574 ଲୋକଙ୍କୁ ଚାଉଳ ମିଳୁଛି । ସମସ୍ତ ହିତାଧିକାରୀଙ୍କୁ ଏହି ରସିଦ ମିଳିବ । କେନ୍ଦ୍ରୀୟ ଯୋଜନାକୁ ନିଜର କହି ପ୍ରଚାର କରୁଥିବାରୁ ମୁକାବିଲା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଆଜି ପ୍ରେସମିଟ କରି ସାଂସଦ ଅପରାଜିତା ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି ।

ଅପପରାଜିତା କହିଛନ୍ତି । "2013 ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ମାଗଣାରେ ଚାଉଳ ଦିଆଯିବ । ରାଜ୍ୟର 3 କୋଟି 24 ଲକ୍ଷ 574 ଲୋକଙ୍କୁ ଚାଉଳି ମିଳୁଛି । 2018 ରେ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାରୁ ବାଦ ପଡିଥିବା 9 ଲକ୍ଷ ଲୋକଙ୍କୁ ନିଜ ତରଫରୁ 5 କେଜି ଚାଉଳ ଦେବାକୁ ଘୋଷଣା କରିଛନ୍ତି । ପ୍ରତି ମାସ ଓଡିଶା ପାଇଁ କେନ୍ଦ୍ର ସରକାର 616 କୋଟି ଟଙ୍କା ଖର୍ଚ୍ଚ କରିବେ । ସମସ୍ତେ 3 କୋଟି 24 ଲକ୍ଷ ଲୋକ ମାଗଣାରେ ଚାଉଳ ପାଇବେ । ଏହାସହ ରସିଦ ମଧ୍ୟ ଦିଆଯିବ । ରସିଦରେ କିଏ ଚାଉଳ ଦେଉଛନ୍ତି, କେଉଁ ଯୋଜନାରେ ମିଳୁଛି ତାହା ସମ୍ପୂର୍ଣ୍ଣ ଭାବେ ସୂଚନା ରହିବ । ଯାହା ଦ୍ବାରା ହିତାଧିକାରୀ ଜାଣିବେ ସେମାନେ ପାଉଥିବା ରାସନ ପ୍ରକୃତରେ ଦେଉଛି କିଏ ?" ଏହା କେନ୍ଦ୍ର ସରକାରଙ୍କ ବ୍ରାଣ୍ଡିଂ ପାଇଁ ଉଦ୍ୟମ କି ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ସାଂସଦ କହିଛନ୍ତି, "ବ୍ରାଣ୍ଡିଂ ନୁହେଁ, ହିତାଧିକାରୀ ଜାଣିବା ଦରକାର କେଉଁ ଚାଉଳ କିଏ ଦେଉଛି । ରସିଦ ବ୍ୟବସ୍ଥା ବ୍ୟତୀତ ଅନ୍ୟ କୌଣସି ବାଟ ନଥିଲା ।"

ସେହିପରି ଅପରାଜିତା କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ୯ ଲକ୍ଷ ୫୯ ହଜାର ପକ୍କା ଘର ମିଳିଛି । ମଞ୍ଜୁର ହୋଇଥିବା ୯ ଲକ୍ଷ ୫୯ ହଜାର ଘର ମଧ୍ୟରୁ ଫନି ବାତ୍ୟା ପ୍ରଭାବିତଙ୍କ ପାଇଁ ୧ ଲକ୍ଷ ୪୨ ହଜାର ଘର ରହିଛି । ଖୋର୍ଦ୍ଧା ଜିଲ୍ଲା ପାଇଁ ୧୦ ହଜାର ୧୪୭ ଘର ମିଳିଥିବା ସୂଚନା ଦେଇଛନ୍ତି ସାଂସଦ । ଓଡିଶା ପାଇଁ ମିଳିଥିବା ମୋଟ ଘର ପାଇଁ ଖର୍ଚ୍ଚ ହେବ ୭ ହଜାର ୨୫୦ କୋଟି ଟଙ୍କା । ତେଣୁ ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତା ଫେବୃଆରୀ ସୁଦ୍ଧା କାର୍ଯ୍ୟାଦେଶ(Work Order) ଦେବାକୁ ଦାବି କରିଛନ୍ତି ଅପରାଜିତା ।

ଅନ୍ୟପଟେ କ୍ୟାପିଟାଲ ରିଜନ ରିଂ ରୋଡକୁ ନେଇ ଅପରାଜିତା କହିଛନ୍ତି, "ଜାତୀୟ ରାଜପଥ ୧୬ ପାରାଲାଲ କନେକ୍ଟିଭିଟି କରିବା ପାଇଁ ଖୋର୍ଦ୍ଧା ରାମେଶ୍ଵର ଠାରୁ କଟକ, ଆଠଗଡ ଏବଂ ଭୁବନେଶ୍ଵରକୁ ଯୋଡାଯିବ । ଏହା ହେଲେ ଭୁବନେଶ୍ବର ସହର ମଧ୍ୟରେ ଆଉ ଟ୍ରାଫିକ ସମସ୍ୟା ରହିବ ନାହିଁ । ଏଥିପାଇଁ 6 ହଜାର 478 କୋଟି ଟଙ୍କା କେନ୍ଦ୍ର ଦେଇଥିବା ବେଳେ ଖୁବଶୀଘ୍ର କାମ ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ଦାୟିତ୍ୱ ଅଛି ଜମି ଅଧିଗ୍ରହଣ କଥା ଶୀଘ୍ର କରନ୍ତୁ । ଜାତୀୟ ରାଜପଥ 57 ଖୋର୍ଦ୍ଧା ସହରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରହିଛି । ଟ୍ରାଫିକ ସମସ୍ୟା ରହୁଛି । ବାଇପାସ ନିର୍ମାଣ ପାଇଁ 157 କୋଟି ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି । ରାଜ୍ୟ ସରକାରଙ୍କୁ ଟେଣ୍ଡର ପେପର ଅନୁମତି ପାଇଁ ଦିଆଯାଇଛି । କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ।"

ଏତଦ୍‌ ବ୍ୟତୀତ ଅପରାଜିତା କହିଛନ୍ତି ରାଜଧାନୀବାସୀଙ୍କୁ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଇ ଦିଆଯିବ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଏବଂ ଗେଲ ମିଳିତ ଆନୁକୂଲ୍ୟରେ ଲୋକଙ୍କ ଘରକୁ ଗ୍ୟାସ ପାଇପ ସପ୍ଲାଏ ହେବ । ଗେଲର ଅଧିକରୀଙ୍କ ସହ କଥା ହୋଇଛି, ଗେଲ କେନ୍ଦ୍ର ମନ୍ତ୍ରାଳୟ ସହଯୋଗରେ 50 ହଜାର ଉର୍ଦ୍ଧ୍ବ ଘରେ କାମ ଆରମ୍ଭ କରିବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.