ETV Bharat / state

ବର୍ଷାରେ ଭିଜିଲା ଭୁବନେଶ୍ୱର, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - ପଶ୍ଚିମା ଝଡ ପ୍ରଭାବରେ ବର୍ଷା

ପଶ୍ଚିମା ଝଡ ପ୍ରଭାବରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ଘଡଘଡି ଓ ପବନ ବହିଥିବା ଦେଖିବାକୁ ମିଳିଛି । ସମ୍ଭାବ୍ୟ ଝଡ ଓ କୁଆ ପଥର ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ସହ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

ବର୍ଷାରେ ଭିଜିଲା ଭୁବନେଶ୍ୱର
ବର୍ଷାରେ ଭିଜିଲା ଭୁବନେଶ୍ୱର
author img

By

Published : Mar 18, 2023, 10:47 PM IST

ବର୍ଷାରେ ଭିଜିଲା ଭୁବନେଶ୍ୱର

ଭୁବନେଶ୍ବର: ପଶ୍ଚିମା ଝଡ ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ଓ ପବନ ହେବାର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଏହି ପରିପ୍ରେକ୍ଷୀରେ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ଝଡିବର୍ଷା ଦେଖିବାକୁ ମିଳିଛି । ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ଘଡଘଡି ଓ ପବନ ବହିଥିବା ଦେଖିବାକୁ ମିଳିଛି । ଏହି ଝଡବର୍ଷା ପଲଏ ଗରମରୁ ଆଶ୍ବସ୍ତି ମିଳିଛି । ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଏହାସହ ପବନ ମଧ୍ୟ ବହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ଜଟଣୀ, ବେଗୁନିଆ, ବୋଲଗଡ, ବାଲିପାଟଣା ଓ ବାଲିଅନ୍ତା, ସେହିପରି କଟକ ଜିଲ୍ଲାର କଟକ, ନିଆଳି, ନରସିଂହପୁର, ବାଙ୍କୀ, ବଡମ୍ବା, ଡମପଡା, ଆଠଗଡ, ବାରଙ୍ଗ ଓ କଣ୍ଟାପଡା ବ୍ଲକରେ ଘଡଘଡି ସହ ବର୍ଷା ଓ ପବନ ବହିବାର ସମ୍ଭାବନା ଥିବାବେଳେ ଏବେବି ମଧ୍ୟ ଝିପିଝିପି ବର୍ଷା ଜାରିରହିଛି । ଆସନ୍ତାକାଲି ବର୍ଷାର ବିସ୍ତୃତି ବଢିବାର ସମ୍ଭାବନା ଥିବାବେଳେ ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରଭାବ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ରାଜ୍ୟରେ ଆହୁରି ୩ ଦିନ ଜାରି ରହିବ ପଶ୍ଚିମା ଝଡ । ଏବେ ମଧ୍ୟ ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ । ଏହି ଝଡର ପ୍ରଭାବରେ ଆହୁରି ୩ ଦିନ ପର୍ଯ୍ୟନ୍ତ ବର୍ଷା ହେବ । ପରେ ପୁଣି ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆଜି ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ବର୍ଷାର ପ୍ରଭାବରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା ସ୍ୱଭାବିକ ଠାରୁ କମ ହୋଇଛି ।

ସେପଟେ ରାଜ୍ୟରେ ବର୍ତ୍ତମାନ ଏକ ନିମ୍ନ ଚାପରେଖ ଝାଡ଼ଖଣ୍ଡ ଯାଏଁ ବ୍ୟାପିଛି । ଏହା ଓଡିଶା ଦେଇ ଅତିକ୍ରମ କରୁଛି । ଏହା ଫଳରେ ପୂର୍ବ ଦିଗରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାହିତ ହେଉଛି । ଏହାସହ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତାକାଲି ବିଜୁଳି ଘଡଘଡି ସହ କେତେକ ସ୍ଥାନରେ କୂଆ ପଥର ବର୍ଷାର ସମ୍ଭାବନା ରହିଛି । ଆଉ ଏହି ୨ ବାୟୁ ସଂଯୋଗ ବା ସଂସ୍ପର୍ଶରେ ଆସିବା ପରେ ପ୍ରତିଫଳନରେ ବିପଦଜନକ ବିଜୁଳି ଓ ଘଡଘଡି ମାରିବ । ତେଣୁ ସତର୍କତା ଅବଲମ୍ବନ ପାଇଁ ବିଭାଗ ପକ୍ଷରୁ କୁହାଯାଇଛି । ପାଣିପାଗର ଏହି ନିୟାମକକୁ ନେଇ ଏହି ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ସହ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । କୋରାପୁଟ, ରାୟଗଡା, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେଓଗଡ, ଅନୁଗୋଳ, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ ଓ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଦିଆଯାଇଛି ।

ବିଶେଷ ଭାବେ ଉପକୂଳ ଓଡିଶା ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୪୦ରୁ ୫୦ କିମି ପବନ ବହିବାର ସମ୍ଭାବନା ମଧ୍ୟ ରହିଛି । ସେହିପରି ପଶ୍ଚିମା ଝଡର ପ୍ରଭାବରେ ଅନେକ ସ୍ଥାନରେ ରବି ଫସଲ ନଷ୍ଟ ହେବା ସହିତ ଜଳବନ୍ଦୀ ସମସ୍ୟା ଦେଖା ଦେଇଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଲା କନ୍ଧମାଳ, ନୟାଗଡ, ଭଦ୍ରକ, ଖୋର୍ଦ୍ଧା, ଯାଜପୁର ଓ କଟକ । ତେଣୁ ରବି ଫସଲ କରିଥିବା କୃଷକ ମାନଙ୍କୁ ଫସଲ ନଷ୍ଟ ନହେବାର ବିହିତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.